ନବଜାତ ଭାବି କଣ୍ଢେଇର ହେଲା ଶବ ବ୍ୟବଚ୍ଛେଦ ବାହାରିଲା ସ୍ପଞ୍ଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ମହାରାଷ୍ଟ୍ରର ମୁମ୍ବାଇରେ ଏକ ଆଶ୍ଚର୍ଯ୍ୟଚକିତ କଲା ଭଳି ଘଟଣା ଦେଖିବାକୁ ମିଳିଛି । ନବଜାତ ଶିଶୁର ଶବ ଭାବି ଏକ ପ୍ଳାଷ୍ଟିକ୍‌ କଣ୍ଢେଇର ଶବ ବ୍ୟବଚ୍ଛେଦ ଘଟଣାଟି ଉକ୍ତ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପୁଲିସ୍‌ ହରଡ଼ଘଣାରେ ପଡ଼ିଛି । ଯେଉଁଥିପାଇଁ ମହାରାଷ୍ଟ୍ରର ବୁଲଢ଼ାଣାରେ ପୁଲିସ୍‌ ଏବଂ ଡାକ୍ତରଖାନାର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖବର ମୁତାବକ, ମହାରାଷ୍ଟ୍ର ବୁଲଢ଼ାଣା ଜିଲ୍ଲାର ଖାମଗାଓ ତାଲୁକା ସ୍ଥିତ ଏକ ନଦୀ କୂଳରେ କପଡ଼ାରେ ନବଜାତ ଶିଶୁର ଶବ ଫିଙ୍ଗା ଯାଇଥିବା ସୂଚନା ପାଇ ପିମ୍ପଲଗ୍ରାମ ରାଜା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚôଥିଲେ । କାଦୁଅ ଯୋଗୁ ପ୍ଳାଷ୍ଟିକ୍‌ କଣ୍ଢେଇଟି ନବଜାତ ଶିଶୁ ଭଳି ଦିଶୁଥିଲା । ପୁଲିସ୍‌ ନବଜାତ ଶିଶୁ ଭଳି ଦିଶୁଥିବା ଏହି କଣ୍ଢେଇକୁ ସତ ଭାବି ଏହାର ଯାଞ୍ଚ୍‌ କରି ଶବ ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇ ଦେଇଥିଲା । ଆଶ୍ଚର୍ଯ୍ୟର କଥା ଯେ, ଡାକ୍ତରଖାନାରେ ମଧ୍ୟ ଶବ ବ୍ୟବଚ୍ଛେଦର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ବ୍ୟବଚ୍ଛେଦ ସମୟରେ ସେଥିରୁ ତୁଳା ଏବଂ ସ୍ପଞ୍ଜ ବାହାରିବାରୁ ତାହା ଏକ ପ୍ଳାଷ୍ଟିକ୍‌ କଣ୍ଢେଈ ବୋଲି ଜଣାପଡ଼ିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*