ନଖରାମୀ ଯୋଗୁଁ ଫିଲ୍ମରୁ ବିଦା ହେଲେ କୃତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail
  • ଚଳିତ ବର୍ଷ କୃତି ଖର୍‌ବନ୍ଦାଙ୍କ ପାଇଁ ଶୁଭ ହୋଇଥିଲା । ଏଇ ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ହାଉସ୍‌ ଫୁଲ-୪’ ବକ୍ସ ଅଫିସ୍‌ରେ ଖୁବ୍‌ ଧମାଲ କରିଛି । କୃତି ବର୍ତ୍ତମାନ ଏହାର ସଫଳତାକୁ ଏନ୍‌ଜୟ କରୁଛନ୍ତି । ଏଥିସହିତ ରିଲିଜ୍‌ ଅପେକ୍ଷାରେ ଥିବା ନିଜର ମଲ୍ଟିଷ୍ଟାରର୍‌ ଫିଲ୍ମ ‘ପାଗଲପନ୍ତି’ର ପ୍ରମୋଶନରେ ମଧ୍ୟ ସେ ବ୍ୟସ୍ତ ଅଛନ୍ତି । ତେବେ ତାଙ୍କୁ ନେଇ ଏକ ଖବର ଶୁଣିବାକୁ ମିଳିଛି । ନିର ନଖରାମୀ କାରଣରୁ ତାଙ୍କୁ ଏକ ଫିଲ୍ମରୁ ବାଦ୍‌ କରିଦିଆଯାଇଛି । ସୂଚନା ଥାଉ ଯେ, ପାଗଲପନ୍ତି ପରେ କୃତିକୁ ଅମିତାଭ୍‌ ବଚ୍ଚନ ଏବଂ ଇମ୍ରାନ୍‌ ହାସ୍‌ମୀଙ୍କ ଫିଲ୍ମ ‘ଚେହେରେ’ରେ କାଷ୍ଟ କରାଯାଇଥିଲା । ହେଲେ ଏବେ ଶୁଣିବାକୁ ମିଳିଛି ଯେ, କୃତିଙ୍କୁ ଏହି ଫିଲ୍ମଟିରୁ ବାଦ୍‌ କରିଦିଆଯାଇଛି । କୁହାଯାଉଛି ଯେ, ଫିଲ୍ମର ସୁଟିଂ ସମୟରେ କୃତି ବହୁତ ନଖରା ଦେଖାଇବା ସହ ଡେଟ୍‌ ଇସୁ୍ୟକୁ ନେଇ ତାଙ୍କୁ ଫିଲ୍ମଟିରୁ ବାଦ୍‌ କରିଦିଆଯାଇଥିବା ଜଣାପଡ଼ିଛି । ଫିଲ୍ମ ମେକର୍ସ କୃତିଙ୍କ ବହୁ ଦାବିକୁ ମାନି ନେଇଥିଲେ ମଧ୍ୟ ପରେ କୃତିଙ୍କ ସହ କାମ କରିବା ତାଙ୍କ ପକ୍ଷେ ସମ୍ଭବପର ହୋଇନଥିବା ରିପୋର୍ଟରୁ ଜଣାପଡ଼ିଛି । ଏଭଳି ମଧ୍ୟ ଖବର ଶୁଣିବାକୁ ମିଳୁଛି ଯେ, କିଛି ପ୍ରସଙ୍ଗକୁ ନେଇ ଫିଲ୍ମ ନିଦେ୍ର୍ଦଶକ ରୁମୀ ଜାଫରୀ ଏବଂ କୃତିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ପ୍ରଯୋଜକ ଏହି ଫିଲ୍ମରୁ କୃତିଙ୍କୁ ବାହାର କରିବା ଲାଗି ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ଫିଲ୍ମର ଟିମ୍‌ ନୂଆ ଅଭିନେତ୍ରୀଙ୍କ ସନ୍ଧାନରେ ଅଛନ୍ତି । ସୂଚନା ଥାଉ ଯେ, କୃତି ଏହି ଫିଲ୍ମର ପ୍ରଥମ ସିଡୁ୍ୟଲ୍‌ର ସୁଟିଂ ମଧ୍ୟ ସାରିଥିଲେ । କିନ୍ତୁ ଏବେ ନୂଆ ଅଭିନେତ୍ରୀଙ୍କ ସହ ଏହି ପାର୍ଟକୁ ପୁଣି ଥରେ ସୁଟିଂ କରାଯିବ ବୋଲି ଜଣାପଡ଼ିଛି । ତେବେ ଦେଖିବାକୁ ବାକି ରହିଲା କୃତିଙ୍କ ବଦଳରେ କେଉଁ ଅଭିନେତ୍ରୀଙ୍କୁ ସାଇନ୍‌ କରାଯାଉଛି । ‘ଚେହେରେ’ ଫିଲ୍ମଟି ୨୪ ଏପ୍ରିଲ ୨୦୨୦ରେ ମୁକ୍ତିଲାଭ କରିବ ।
FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*