ଧୂଳି ଧୂସର ରାସ୍ତା: ବେହାଲ ପଥଚାରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ତିହିଡ଼ି

ତିହିଡ଼ି ବ୍ଲକ ଅନ୍ତର୍ଗତ ଦୋଳସାହି ବୋଡ଼କ ପୂର୍ତ୍ତବିଭାଗ ରାସ୍ତାର ଅବସ୍ଥା ଶୋଚନୀୟ । କଣ୍ଟ୍ରାକ୍ଟରଙ୍କ ଧର୍ମଘଟ କାରଣରୁ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦଥିବା ଦେଖିବାକୁ ମିଳିଛି । ଏହା ସହ ରାସ୍ତାରେ ପ୍ରଶାସନ ପକ୍ଷରୁ ପାଣି ପକା ଯାଉନଥିବାରୁ ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡୁଛି । ଏନେଇ ପ୍ରଶାସନ ନୀରବନୀବଦ୍ରଷ୍ଟା ସାଜିଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ଏହି ଆରଡ଼ି ରାସ୍ତା ଭଦ୍ରକ- ଚାନ୍ଦବାଲି ରାଜପଥ ସଂଲଗ୍ନିତ ଦୋଳସାହିରୁ ବୋଡ଼କ ପର୍ଯ୍ୟନ୍ତ ୭ ପଞ୍ଚାୟତର ଜନସାଧାରଣ ନିଜର ଦୈନନ୍ଦନ କାର୍ଯ୍ୟ ନେଇ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ରାସ୍ତା ଅବସ୍ଥା ସଙ୍କଟାପନ୍ନ ହୋଇପଡିବା କାରଣରୁ ଲୋକଙ୍କ ମଧ୍ୟରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ରାସ୍ତା ଦେଇ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ସେବା ଓ ଦମକଳ ବାହିନୀ ସହଜରେ ଯାତାୟତ କରିପାରୁନଥିବା ଦେଖିôବାକୁ ମିଳୁଛି । ଏନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*