ଧାମନଗରରେ ବୁଲ୍‌ବୁଲ୍‌ ପ୍ରଭାବ ୮ ହଜାର ୨୧ ହେକ୍ଟର ଚାଷଜମି ଓ ୧୯୪ ଘର ଆଂଶିକ କ୍ଷତିଗ୍ରସ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଧାମନଗର

ବୁଲବୁଲ ପ୍ରଭାବରେ ବର୍ଷା ଓ ପବନ ଯୋଗୁଁ ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି । ଏହାର ପ୍ରଭାବରେ ବ୍ଲକର କଚା ଘର ଓ ବ୍ୟାପକ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି । ବ୍ଲକ ପ୍ରଶାସନର ପ୍ରାଥମିକ ଆକଳନ ଅନୁଯାୟୀ ବ୍ଲକର ୧୯୪ କଚା ଘର ଆଶିଙ୍କ କ୍ଷତିଗ୍ରସ୍ତ ହୋଇଛି । ସେହିପରି ବ୍ଲକର ୩୧ ପଞ୍ଚାୟତ ସମେତ ଧାମନଗର ବିଜ୍ଞାପିତ ଅଞ୍ଚଳ ମିଶି ୧୨୫ଟି ରାଜସ୍ୱ ଗ୍ରାମର ୮ ହଜାର ୨୧ ହେକ୍ଟର ଚାଷଜମି ଏହି ବୁଲ୍‌ବୁଲ୍‌ ଜନିତ ବର୍ଷା ଓ ପବନରେ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଇଛି । ତେବେ କ୍ଷୟକ୍ଷତି ବଢିବାର ସମ୍ଭାବନା ରହିଥିବା ତହସିଲଦାର ଦୁର୍ଗାଚରଣ ମୁର୍ମୁ ପ୍ରକାଶ କରିଥିଲେ । ଲଗାଣ ବର୍ଷା ଓ ପବନ ଯୋଗୁଁ ବିଶେଷକରି ଧାନ ଚାଷୀ ପ୍ରଭାବିତ ହୋଇଛନ୍ତି । ଧାନ ଏବେ ଅମଳ ଉପଯୋଗୀ ହୋଇଥିବା ବେଳେ ସେଗୁଡିକ ଏହାର ପ୍ରଭାବରେ ଜମିରେ ଲୋଟୁଛି । ଜମିରେ ବର୍ଷାଜଳ ଭରପୁର ଥିବାରୁ ତାହା ନଷ୍ଟ ହେବାର ଚାଷୀ ଆଂଶକା କରିଛି । ବୁଲ୍‌ବୁଲ୍‌ ପ୍ରଭାବରେ ବ୍ଲକର ଗଢିଆଳି, ବାହବିଲ, ଆନନ୍ଦପୁର, ପଧାନୀ ଆଦି ରାସ୍ତାରେ ବଡବଡ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଦମକଳ ବାହିନୀ, ବିଜୁ ବାହିନୀ ଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଉଦ୍ୟମରେ ରାସ୍ତା ସଫା ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*