ଧନୀକ ବୋଜେସ୍‌ ୧୧୭୧କୋଟିରେ କିଣିଲେ ମହଙ୍ଗା ଘର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ସାନ୍‌ଫ୍ରାନ୍ସିସକୋ

ବିଶ୍ୱର ସବୁଠୁ ଧନୀକ ତଥା ଅଗ୍ରଣୀ ଇ-କମର୍ସ କମ୍ପାନୀ ଆମାଜନର ମୁଖିଆ ଜେଫ୍‌ ବୋଜେସ୍‌ ଲସ୍‌ ଏଞ୍ଜେଲସର ୧୬.୫କୋଟି ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୧୭୧.୫କୋଟିରୁ ଅଧିକ ମୂଲ୍ୟର ଏକ ବିଳାସପୂର୍ଣ୍ଣ ଘର କ୍ରୟ କରିଛନ୍ତି । ଲସ୍‌ ଏଞ୍ଜେଲସ୍‌ର ମହଙ୍ଗା ସମ୍ପତ୍ତି ମଧ୍ୟରେ ଏହା ଏକ ନୂଆ ରେକର୍ଡ ।
ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁସାରେ ବୋଜେସ୍‌ ଏହି ବିଳାସପୂର୍ଣ୍ଣ ଘରକୁ ମିଡିଆ ବ୍ୟବସାୟୀ ଡେଭିଡ୍‌ ଗେଫେନ୍‌ଙ୍କଠାରୁ କ୍ରୟ କରିଛନ୍ତି । ଏହା ବର୍ତ୍ତମାନ ସୁଦ୍ଧା ସବୁଠୁ ମହଙ୍ଗା ଡିଲ୍‌ ଅଟେ । ଏହା ପୂର୍ବରୁ ୨୦୧୯ରେ ଲାସନ୍‌ ମଡ୍ରୋକ୍‌ ବେଲ୍‌ ଏୟାର ଇଷ୍ଟେଟକୁ ୧୫କୋଟି ଡଲାର ଦେଇ କ୍ରୟ କରିଥିଲେ । ସୂଚନାନୁସାରେ ବୋଜେସଙ୍କ ସମ୍ପତ୍ତି ୧୧୦ଅରବ ଡଲାରରୁ ଅଧିକ ଅଟେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*