ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଦୟାନଦୀ କୂଳରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ “ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ”ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ଆସନ୍ତା ୧୨ ତାରିଖ, କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଐତିହାସିକ ଦୟାନଦୀ ଲିଙ୍ଗିପୁର ଘାଟରେ ‘୮ମ ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ’ ଅନୁଷ୍ଠିତ ହେବ । ଭୋର ୩ ଘଟିକାରୁ ଭଜନ ସମାରୋହ ଅନୁଷ୍ଠିତ ହେବ । ଚଳିତ ବର୍ଷ ସମାଜସେବା ପାଇଁ ବ୍ରତୀ ଗୋବିନ୍ଦ ପଟ୍ଟନାୟକଙ୍କୁ ଦୟାନଦୀ ସମ୍ମାନରେ ସମ୍ମାନୀତ କରାଯିବ ।
କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ତରଫରୁ ସୋଲ ଓ ପ୍ଲାଷ୍ଟିକ ଡଙ୍ଗା ନଭସାଇ କଦଳୀ ପାସୁଙ୍ଗାରେ ତିଆରି ଡଙ୍ଗା ଭସାଇବା ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ସଚେତନ କରାଯିବା ସହିତ ମାଗଣାରେ କଦଳୀ ବାସୁଙ୍ଗା ଡଙ୍ଗା ଯୋଗାଇ ଦିଆଯିବ । ପ୍ଲାଷ୍ଟିକ ବ୍ୟବହାର ନ କରିବା ଓ ନଦୀ କୂଳରେ ବାଣ ନଫୁଟାଇବା ନିମନ୍ତେ ଶ୍ରଦ୍ଧାଳୁ ମାନଙ୍କୁ ଅନୁରୋଧ କରାଯିବ । ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସୁସଜ୍ଜିତ କାଠ ନିର୍ମିତ ଡଙ୍ଗାରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ । ୧୩ ତାରିଖ ସକାଳ ୮ ଘଟିକାରେ ଅନୁଷ୍ଠାନ ତରଫରୁ ସବୁ ବର୍ଷ ପରି ଘାଟ ସଫେଇ କରାଯିବ ।
ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଚିତ୍ତ ରଂଜନ ମହାନ୍ତି, ରବିନ୍ଦ୍ର ପାତ୍ର, ସୁବାସ ସୁନ୍ଦରାୟ, ରଶ୍ମି ରଂଜନ ଶ୍ରୀଚନ୍ଦନ, ଭକ୍ତ ଭୂଷଣ ବାରିକ, ବିଜୟ ସାମନ୍ତରାୟ, ନବ କିଶୋର ପରିଡା, ବିଭୂତି ପ୍ରଧାନ, କ୍ଷିରୋଦ ପ୍ରଧାନ, ପ୍ରମୋଦ ସ୍ୱାଇଁ, ଦିନବନ୍ଧୁ ସ୍ୱାଇଁ, ସଦାଶିବ ଜେନା ପ୍ରମୁଖ ଶତାଧିକ ଯୁବକ ଉପସ୍ଥିତ ରହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*