ଦେବାଳିଆ ହେଇଗଲେଣି ଶୀତଳଭଣ୍ଡାର ମାଲିକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର
ରାଜ୍ୟ ସରକାର ଏବେ ଚାଷୀଙ୍କୁ ଧାନ ଚାଷ ପାଇଁ ୫ ହଜାର ଲେଖାଏଁ ଦେଉଛନ୍ତି । ଖରିଫ୍ ଫସଲ ପାଇଁ କାଳିଆ ଯୋଜନାରେ ସବୁ ପ୍ରକାର ଚାଷୀଙ୍କୁ ଭାଗ ଭାଗ କରି ୫ ହଜାର ଟଙ୍କା ଲେଖାଏଁ ଦେଉଛନ୍ତି । ସରକାର ଭୁଲି ଯାଉଛନ୍ତି ଯେ ଧାନ ଅପେକ୍ଷା ଓଡ଼ିଶାରେ ଅନେକ ଚାଷୀ ପରିବା ଚାଷ କରିଥାନ୍ତି । ବର୍ତ୍ତମାନ ଗୋଟିଏ ପଟେ ଚାଷୀ ଟମାଟୋ ରାସ୍ତାରେ ଅଜାଡିଲେଣି ଓ ଅନ୍ୟପଟେ ଶୀତଳ ଭନ୍ଦାର ମାଲିକ ସଂଘ ସରକାରଙ୍କୁ ଘେରିଲାଣି । ପୂର୍ବରୁ ରାଜ୍ୟ ସରକାର ଆଳୁମିଶନ କରି ୧୦୦ କୋଟି ଟଙ୍କା ପାଣିରେ ପକାଇଛନ୍ତି । ପ୍ରଥମ ବର୍ଷ ଯେବେ ଆଳୁ ମିଶନରେ ଆଳୁ ଉତ୍ପାଦନ ହୋଇଥିଲା, ଶୀତଳ ଭନ୍ଦାର ଅଭାବରୁ ଚାଷୀ ରାସ୍ତାରେ, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆଳୁ ଗଦେଇଥିଲେ । ପରେ ସରକାର ଆଳୁ ମିଶନକୁ ସକ୍ରିୟ କରିବାକୁ ୨୬ଟି ଶୀତଳ ଭନ୍ଦାର ଖୋଲିବାକୁ ନିଷ୍ପତି ନେଇଥିଲେ । ଯେଉଁଥିପାଇଁ ଉଦ୍ୟୋଗୀଙ୍କୁ ରିହାତି ମିଳିବ ବୋଲି କହି ୨୬ଟି ଶୀତଳ ଭନ୍ଦାର ଖୋଲେଇଥିଲେ । ଏବେ ଆଳୁ ମିଶନ ଫେଲ୍ ମାରିବା ପରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିବା ଶୀତଳଭନ୍ଦାର ମାଲିକଙ୍କୁ ସରକାର ଦେବାଳିଆ କରେଇଦେଲେ । ଯାହାକୁ ନେଇ ସରକାରଙ୍କୁ ଶୀତଳଭନ୍ଦାର ମାଲିକ ସଂଘ ଓ ବିରୋଧୀ ବି ସମାଲୋଚନା କରିଛନ୍ତି । ସୋମବାର ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ଶୀତଳ ଭନ୍ଦାର ମାଲିକ ସଂଘ ସରକାରଙ୍କ ଅବହେଳା ବିଷୟରେ ଅଭିଯୋଗ ଆଣିଛନ୍ତି ।
ସଂଘ ଅଭିଯୋଗ ଆଣିଛି ଯେ ଶୀତଳଭନ୍ଦାର ଖୋଲିବା ଦିନରୁ ସରକାର ଦିନଟିଏ ବି ଆଳୁ କିମ୍ବା କୌଣସି ପନିପରିବା ରଖିନାହାନ୍ତି । ୨୦୧୬ଠାରୁ ଆଳୁ ମିଶନ ଫେଲ ହେବାପରେ ସରକାରଙ୍କ ନିକଟରେ ଉତ୍ପାଦିତ ସାମଗ୍ରୀ ହିଁ କିଛି ନଥିଲା । ସରକାର ଉଦ୍ୟୋଗୀଙ୍କ ଦ୍ୱାରା ଖୋଲେଇଥିବା ଶୀତଳଭନ୍ଦାରରେ ଜିନିଷ ରଖିଥାନ୍ତେ ବା କୋଉଠୁ । ପ୍ରତିଟି ଭନ୍ଦାର ଲାଗି ୭ରୁ ୮କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଭନ୍ଦାର ମାଲିକ । ୨୦୧୬ଠାରୁ ସବୁ ଭନ୍ଦାର କାର୍ଯ୍ୟକାରୀ ହେବା ପରଠୁ ଭନ୍ଦାରଗୁଡ଼ିକ ଖାଲି ପଡ଼ିଛି ବୋଲି ସଂଘ ଅଭିଯୋଗ କରିଛି । ପ୍ରତି ଭନ୍ଦାର ପିଛା ବାର୍ଷିକ ୧କୋଟି ଟଙ୍କା ଖାଲିରେ ଖର୍ଚ୍ଚ ହେଉଥିବା ବେଳେ ମାଲିକମାନଙ୍କୁ ଟଙ୍କାଟିଏ ବି ଲାଭ ମିଳିନି । ବରଂ ୩ ବର୍ଷ ଭିତରେ ୩ରୁ ୪କୋଟି ଟଙ୍କା ଲେଖାଏଁ କ୍ଷତି ସହିଛନ୍ତି ସବୁ ମାଲିକମାନେ । ପୂର୍ବରୁ ଥିବା ଭନ୍ଦାରର ଅବସ୍ଥା ତ ଶୋଚନୀୟ ଥିଲା । ଏବେ ଭବିଷ୍ୟତ ଚିନ୍ତା ନକରି ସରକାର ୨୬ଟି ଶୀତଳଭନ୍ଦାର ଖୋଲି ମାଲିକମାନଙ୍କୁ ଦେବାଳିଆ କରେଇ ଦେଇଛନ୍ତି ବୋଲି ସଂଘ ଅଭିଯୋଗ ଆଣିଛି । ଭନ୍ଦାର ଖୋଲିଛନ୍ତି ଯେତେବେଳେ, ମାଲିକମାନେ ନିଜ ଉଦ୍ୟମରେ ଚଲେଇବା ଲାଗି ପଶ୍ଚିମବଙ୍ଗରୁ ଆଳୁ କିଣି ଭନ୍ଦାରରେ ରଖି କିଲୋପିଛା ୭ଟଙ୍କା ଲେଖାଏଁ କ୍ଷତି ସହି ବିକ୍ରି କରିଥିଲେ । ପ୍ରତିଟି ଭନ୍ଦାରର କ୍ଷମତା ହେଉଛି ୫ ହଜାର ମେଟ୍ରିକ ଟନ୍ । ହେଲେ ପ୍ରତିବର୍ଷ ଆଳୁ ଉତ୍ପାଦନ ପରିମାଣ ହ୍ରାସ ହେବାରେ ଲାଗିଛି । ଗତବର୍ଷ ଦେଢ଼ଲକ୍ଷ ମେଟ୍ରିକ ଟନ୍ ଆଳୁ ଉତ୍ପାଦନ ହୋଇଥିଲାବେଳେ ଏହା ଚଳିତବର୍ଷ ଏକ ଲକ୍ଷ ମେଟ୍ରିକ୍ ଟନ୍କୁ ଖସି ଆସିଛି । ସଂପୂର୍ଣ୍ଣ ରୂପେ ଆଳୁ ମିଶନ ଫେଲ ହୋଇସାରିଥିବାରୁ ସରକାର ମାଲିକମାନଙ୍କୁ ଦେବାଳିଆ କରେଇ ଦେଇଛନ୍ତି ବୋଲି ସଂଘ ଅଭିଯୋଗ କରିଛି । ପୂର୍ବରୁ ସଂଘ ସରକାରଙ୍କୁ ୮ ଦଫା ଦାବି ଉପସ୍ଥାପନ କରାଇଥିଲା । ଉପୁଜିଥିବା ସମସ୍ୟାକୁ ନେଇ ସରକାରଙ୍କୁ ଆଲୋଚନା ପାଇଁ ଅନୁରୋଧ କରିଥିଲେ । ଚଳିତ ମାସ ୧୫ ତାରିଖରେ ସପ୍ତାହେ ଭିତରେ ସଂଘ ସରକାରଙ୍କୁ ଏ ବିଷୟରେ ଆଲୋଚନା କରିବାକୁ ଜଣେଇଥିଲେ । ନିର୍ଦ୍ଦିଷ୍ଟ ସମୟସୀମା ପାର କରିଯାଇଥିବାରୁ ସଂଘ ଭନ୍ଦାରଗୁଡ଼ିକୁ ବନ୍ଦ କରିଦେଇଛି । ବନ୍ଦ ହୋଇପଡ଼ିଥିବା ଭନ୍ଦାରକୁ ପୁନଃବ୍ୟବହାର କରିବାକୁ ୫ ହଜାର ମେଟ୍ରିକ ଟନ୍ ବିଶିଷ୍ଟ ପ୍ରତି ଭନ୍ଦାରକୁ ୨ କୋଟି ଟଙ୍କା ଦେବାକୁ ସଂଘ ଦାବି କରିଛି । ବିଦୁ୍ୟତ୍ ଉପଯୋଗ ଜନିତ ଖର୍ଚ୍ଚ ୫୦ ପ୍ରତିଶତ ସବ୍ସିଡ଼ି, ଖାଲିପଡ଼ିଥିବା ଭନ୍ଦାର ସ୍ଥାନର ଭଡା ଆଦି ୮ ଦଫା ଦାବି ନେଇ ସଂଘ ଆଗାମୀ ଦିନରେ ଆନେ୍ଦାଳନକୁ ଓହ୍ଳାଇବ ବୋଲି ଗଣମାଧ୍ୟମକୁ କହିଛି । ସଂଘ ନବନିର୍ମାଣ ସଂଗଠନ ସହ ଆଲୋଚନା କରି ଆଗକୁ ଚାଷୀ ଓ ଉଦ୍ୟୋଗୀ ଏକାଠି ହୋଇ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୋମବାର ଗଣମାଧ୍ୟମକୁ କହିଛନ୍ତି ।
ପ୍ରତିଶ୍ରୁତିରେ ରହିଯାଇଛି : କଂଗ୍ରେସ
ସୋମବାର କଂଗ୍ରେସ ମଧ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛି । ବିଜଦ ଗତ ନିର୍ବାଚନରେ ନିଜ ଇସ୍ତାହାରରେ ସମସ୍ତ ୩୧୪ଟି ବ୍ଲକ୍ରେ ଶୀତଳ ଭନ୍ଦାର ଖୋଲିବ ବୋଲି ପ୍ରକାଶ କରିଥିଲା । ହେଲେ ସେତକ ହୋଇପାରିଲାନି । ୨୦୧୫ରେ ୨୬୭ କୋଟି ଟଙ୍କା ଖର୍ଚ୍ଚ କରି ଆଳୁମିଶନ ଆରମ୍ଭ କରିଥିଲେ । ଆଳୁ ଉତ୍ପାଦନ ବାର୍ଷିକ ୨ ଲକ୍ଷ ମେଟ୍ରିକ୍ ଟନ୍ରୁ ବୃଦ୍ଧି କରି ୧୧ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦନ କରିବା ଲାଗି ଯୋଜନା କରାଗଲା । ହେଲେ ଏସବୁ ପ୍ରତିଶ୍ରୁତି ସେମିତି ପ୍ରତିଶ୍ରୁତି ହୋଇ ରହିଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଳୁ ସଂରକ୍ଷଣ ପାଇଁ ୧୨୨ଟି ଶୀତଳ ଭନ୍ଦାର ଓ ଆଳୁ ବ୍ୟବସାୟର ମାର୍କେଟିଂ ଆଦି ବିଭିନ୍ନ ପ୍ରକାର ସୁନେଲି ସ୍ୱପ୍ନ ଦେଖେଇ ସରକାର ମିଛ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*