ଦୁଇ ମାସରେ ୪.୯୧ଲକ୍ଷ କୋଟି ଋଣ ପ୍ରଦାନ: ସୀତାରମଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପାର୍ବଣ ମାସ ଅର୍ଥାତ୍‌ ଅକ୍ଟୋବର ଏବଂ ନଭେମ୍ବରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ ରେକର୍ଡ ପରିମାଣର ୪.୯୧ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗତ ସେପ୍ଟେମ୍ବର ମାସରେ ବଜାରରେ ଖର୍ଚ୍ଚ ମାତ୍ରାକୁ ବୃଦ୍ଧି କରିବା ଏବଂ ଅର୍ଥନୀତିକୁ ଆଗକୁ ନେବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ବ୍ୟାଙ୍କମାନଙ୍କୁ ସ୍ୱତନ୍ତ୍ର ନିଦେ୍ର୍ଦଶ ଦେଇଥିଲେ । ସେ ବ୍ୟାଙ୍କମାନଙ୍କୁ କହିଥିଲେ ଯେ, ସମସ୍ତ ନୀତି ନିୟମ ମଧ୍ୟରେ କିପରି ଗ୍ରାହକମାନେ ଆବଶ୍ୟକତା ଅନୁସାରେ ଋଣ ପାଇପାରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉ ।
ମନ୍ତ୍ରଣାଳୟର ସୂଚନାନୁସାରେ ଋଣ ପରିମାଣକୁ ବୃଦ୍ଧି କରିବା ପାଇଁ ଦେଶରେ ବିଶେଷ ଋଣମେଳାର ଆୟୋଜନ କରାଯାଇଥିଲା । ଏଥିପାଇଁ ୩୩୪ଟି ଜିଲ୍ଲାକୁ ମନୋନୀତ ମଧ୍ୟ କରାଯାଇଥିଲା । ଏମଏସଏମଇ, ଏନବିଏଫସି, ଖୁଚୁରା ଏବଂ କୃଷି କ୍ଷେତ୍ରକୁ ବିଶେଷ ଦୃଷ୍ଟି ଦେବା ପାଇଁ ବ୍ୟାଙ୍କମାନଙ୍କୁ ଅନୁରୋଧ କରାଯାଇଥିଲା । ଏହି ଋଣ ମେଳା ମାଧ୍ୟମରେ ଅକ୍ଟୋବର ମାସରେ ୨.୫୨ଲକ୍ଷ କୋଟି ଏବଂ ନଭେମ୍ବର ମାସରେ ୨.୩୯ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*