ଦାୟୀ କଲେ ପିଏମ୍‌ଓକୁ ମାନ୍ଦାବସ୍ଥା କବଳରେ ଭାରତ: ରାଜନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଅଭିବୃଦ୍ଧି ହାର ହ୍ରାସ ପାଇବା ନେଇ ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ସ୍ପଷ୍ଟ କହିଛନ୍ତି ଯେ, ଭାରତ ଏବେ ମାନ୍ଦାବସ୍ଥା କବଳରେ । ଏହାର ମୂଳ କାରଣ ହେଉଛି ପିଏମ୍‌ଓ (ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ), କାରଣ ଅର୍ଥନୀତିକୁ ପରିଚାଳନା କରିବାର ସବୁ କ୍ଷମତା ପିଏମ୍‌ଓରୁ ହେଉଥିଲାବେଳେ ମନ୍ତ୍ରୀମାନଙ୍କ ନିକଟରେ କୌଣସି କ୍ଷମତା ନାହିଁ ।
ଏକ ପତି୍ରକାରେ ନିଜ ଲେଖାରେ ଅର୍ଥ ବ୍ୟବସ୍ଥାକୁ ସମସ୍ୟାରୁ ମୁକୁଳାଇବାର ଉପାୟ ସଂପର୍କରେ ଚର୍ଚ୍ଚା କରି ରାଜନ କହିଛନ୍ତି ଯେ, ନିବେଶ ନିୟମକୁ କୋହଳ କରିବା ସହ ଭୂମି ଏବଂ ଶ୍ରମ ବଜାରରେ ସୁଧାର ଆଣିବା ଦରକାର । ସରକାରଙ୍କୁ ପ୍ରତିଯୋଗିତାମୂଳକ ବଜାରକୁ ଗୁରୁତ୍ୱ ଦେବା ପାଇଁ ଘରୋଇ କ୍ଷମତାରେ ସୁଧାର ଆଣିବା ଏବଂ ବିବେକପୂର୍ଣ୍ଣ ଭାବେ ମୁକ୍ତ ବଜାର ବୁଝାମଣାରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି । ରାଜନ କହିଛନ୍ତି ଯେ, କେଉଁଠି ତ୍ରୁଟି ହେଲା ତାହା ବୁଝିବାକୁ ହେଲେ ଆମକୁ ବର୍ତ୍ତମାନ ସରକାରର କେନ୍ଦ୍ରୀକୃତ ପ୍ରକୃତିକୁ ବୁଝିବା ଆବଶ୍ୟକ । କେବଳ ନିଷ୍ପତ୍ତି ନୁହେଁ ବରଂ ବିଚାର ଏବଂ ଯୋଜନା ଉପରେ ନିର୍ଣ୍ଣୟ ପ୍ରଧାନମନ୍ତ୍ରୀଙ୍କ କିଛି ଅତି ନିକଟତର ଲୋକ ନେଉଛନ୍ତି । ଦଳର ରାଜନୈତିକ ତଥା ସାମାଜିକ ଏଜେନ୍ଦା ପାଇଁ ଏହା ଠିକ ହୋଇପାରେ । ମାତ୍ର ଆର୍ଥିକ ସୁଧାର ମାମଲାରେ ଏହି ମାମଲା କାମ ଦେଇନଥାଏ । ପୂର୍ବ ସରକାରରେ କାର୍ଯ୍ୟଧାରାକୁ ପ୍ରଶଂସା କରି ସେ ଲେଖିଛନ୍ତି ଯେ, ଉପା ସରକାର ସମୟରେ ଗଠବନ୍ଧନ ଯଦିଓ ଦୁର୍ବଳ ଥିଲା ତେବେ ସେତେବେଳେ ସରକାର ଅର୍ଥ ବ୍ୟବସ୍ଥାର ଉଦାରିକରଣ ଧାରାକୁ ବାଛୁଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*