ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ରାସ୍ତାରେ ୪୦ଟଙ୍କାରେ ପିଆଜ ବିକିଲା କଂଗ୍ରେସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପିଆଜ ଦରରେ ନିଆଁ ଲାଗିଥିବା ବେଳେ ଖାଉଟିଙ୍କ ଆଖିରେ ଲୁହ ବହୁଛି । କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ୍‌ ନିୟନ୍ତ୍ରଣରେ ବିଫଳ ହେବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଘଟୁଛି । ଗରିବ ଲୋକଙ୍କ ଭାତ କଂସାର ସାଥି ପିଆଜ ହୋଇଥିବା ବେଳେ ଏବେ ଏହା ୧୦୦ ଟଙ୍କା ଟପିଛି । ଲୋକଙ୍କୁ ପିଆଜ ଦେଇପାରୁନଥିବା ଅଭିଯୋଗ କରି ସେମାବାର ଭୁବନେଶ୍ୱର ଜିଲା କଂଗ୍ରେସ ଅଭିନବ ପ୍ରତିବାଦ ଜଣାଇଛି । ରାସ୍ତାକୁ ଓହ୍ଲାଇ ଟଲିରେ ପିଆଜ ରଖି ଲୋକଙ୍କୁ କିଲୋ ୪୦ ଟଙ୍କା ହିସାବରେ ଲୋକଙ୍କୁ ବିକ୍ରି କରିଛି । ରାଜ୍ୟ କଂଗ୍ରେସ ଭବନରୁ ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଦଳର କର୍ମୀମାନେ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ ଛକକୁ ଯାଇଥିଲେ । ନବୀନ ସରକାର ଲୋକଙ୍କୁ ପିଆଜ ଦେଇପାରୁନଥିବା ପ୍ରତିବାଦ କରି ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନେ୍ଦାଳନକାରୀମାନେ ଟଲିରେ ଆଣିଥିବା ୨ କୁଇଣ୍ଟାଲ ପିଆଜ ମାଣ୍ଟରକ୍ୟାଣ୍ଟିନ ଛକ ଉପରେ ବିକ୍ରି କରିଥିଲେ । ୧୦୦ ଟଙ୍କାରେ ପିଆଜ କିଣି କଂଗ୍ରେସ ପକ୍ଷରୁ ଲୋକଙ୍କୁ ଜଣ ପିଛା ୨୫୦ ଗ୍ରାମ ପିଆଜକୁ ୧୦ ଟଙ୍କା ଦରରେ ବିକ୍ରି କରିଥିଲେ । ସରକାରଙ୍କୁ ଚେତାଇ ଦେବା ପାଇଁ ଦର ନକମିବା ଯାଏଁ କଂଗ୍ରେସ ୪୦ ଟଙ୍କାରେ ପିଆଜ ବିକିବ ବୋଲି ବିକ୍ଷୋଭକାରୀମାନେ କହିଥିଲେ ।
କେନ୍ଦ୍ର ଓ ରାଜ୍ୟ ସରକାର ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣରେ ବିଫଳ ହୋଇଥିବାରୁ ଜନଅସନ୍ତୋଷ ବୃଦ୍ଧି ପାଉଛି ବୋଲି ଜିଲା ସଭାପତି ମାନସ ଚୌଧୁରୀ ପ୍ରତିବାଦସ୍ଥଳରେ ଗଣମାଧ୍ୟମକୁ କହିଥିଲେ । କେନ୍ଦ୍ର ସରକାରଙ୍କ ଗଚ୍ଛିତ ଥିବା ୫୨ ହଜାର ମେଟ୍ରିକ ଟନ୍‌ ପିଆଜରୁ ଅସାବଧାନତା ପାଇଁ ୨୬ ହଜାର ମେଟ୍ରିକ ଟନ୍‌ ପିଆଜ ପଚି ଯାଇଥିଲା । ରାଜ୍ୟଗୁଡ଼ିକୁ କେନ୍ଦ୍ର ପକ୍ଷରୁ ଆବଶ୍ୟକ ମୁତାବକ ପିଆଜ ମିଳିଲା ନାହିଁ । ନବୀନ ସରକାର ପିଆଜ ଚାହିଦା ମେଣ୍ଟାଇବା ପାଇଁ ଆଦୌ ମୁନ୍ଦ ଖେଳାଇଲେ ନାହିଁ । ପିଆଜ କିଣିବାକୁ ଲୋକଙ୍କୁ କଷ୍ଟ ହେଉଥିବା ବେଳେ ବିଜଦ ସରକାର ନିରବ ରହିଛି । ସରକାରୀ ଦୋକାନ ଜରିଆରେ ସୁଲଭ ମୂଲ୍ୟରେ ପିଆଜ ଦେବେ ବୋଲି ଘୋଷଣା କରି ଏହାକୁ ବିକ୍ରି କରିନାହାନ୍ତି । କଂଗ୍ରେସ ଏହି ଆନେ୍ଦାଳନକୁ ଆଗାମୀ ଦିନରେ ବ୍ୟାପକ ଭାବେ କରିବ ବୋଲି ଶ୍ରୀ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*