ଦମନ ସତ୍ତ୍ୱେ ଗର୍ଜିଲେ ଚାଷୀ, ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

୯ ବର୍ଷ ଧରି ରାଜ୍ୟର ଚାଷୀମାନେ ସେମାନଙ୍କର ସର୍ବନିମ୍ନ ଦାବି ପୂରଣ ପାଇଁ ଆନେ୍ଦାଳନ କରିଆସୁଛନ୍ତି । ପ୍ରାଇସ, ପ୍ରେଷ୍ଟିଜ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ନେତୃତ୍ୱରେ ହେଉଥିବା ଆନେ୍ଦାଳନକୁ ସରକାର ପୁଲିସ୍‌ ଲଗାଇ ଦମନ କରିଆସୁଛନ୍ତି । ସରକାରଙ୍କ ଦମନ ସତ୍ତ୍ୱେ ଗୁରୁବାର ଦିନ ଓଡ଼ିଶା ବନ୍ଦ ଡାକରା ଦେଇ ରାସ୍ତାକୁ ଓହ୍ଲାଇଥିଲେ ଚାଷୀ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସବୁ ଜିଲା ମୁଖ୍ୟାଳୟରେ କୃଷକ ମାନଙ୍କ ବନ୍ଦ ଡାକରାରେ ପ୍ରଭାବ ଦେଖିବାକୁ ମିଳିଛି ।
କୃଷକ ସଙ୍ଗଠନର ଡାକରାରେ ରାଜଧାନୀର ପଟିଆ, ରଘୁନାଥପୁର, ମାଷ୍ଟରକ୍ୟାଣ୍ଟିନ ଆଦି ଛକ ଉପରେ ଚାଷୀମାନଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ଚାଷୀମାନେ ଧାରଣାରେ ବସି ରହି ରାସ୍ତା ଅବରୋଧ କରିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପୁଲିସ ବଳପୂର୍ବକ ଚାଷୀମାନଙ୍କୁ ଗିରଫ କରୁଥିବା ଦେଖିବାକୁ ମିଳିଥିଲା ।

ଚାଷୀମାନେ ଶହଶହ ସଂଖ୍ୟାରେ ବନ୍ଦରେ ସାମିଲ ହୋଇ ଦାବି ପୂରଣ ନେଇ ନାରାବାଜି କରିଥିଲେ । ଦୀର୍ଘ ସମୟ ରାଜରାସ୍ତା ଉପରେ ଚାଷୀମାନଙ୍କ ଧାରଣା ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବାରୁ ପୁଲିସ୍‌ ହସ୍ତକ୍ଷେପ କରିଥିଲା । ବନ୍ଦ ପାଳନ ପାଇଁ ପିକେଟିଂ କରୁଥିବା ଓ ଧାରଣାରେ ବସିଥିବା ଚାଷୀମାନଙ୍କୁ ଗିରଫ କରାଯାଇଥିଲା । ବିରୋଧୀ କଂଗ୍ରେସ ଓ ଭାଜପାର ନୈତିକ ସମର୍ଥନରେ ଏହି ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ଜିଲାରେ ଦେଖିବାକୁ ମିଳିଛି ।
ବନ୍ଦ ଯୋଗୁ ବସ୍‌ଷ୍ଟାନ୍ଦ ଓ ବିମାନ ବନ୍ଦରରେ ଯାତ୍ରୀ ହନ୍ତସନ୍ତ ହୋଇଥିବା ନଜରକୁ ଆସିଛି । ସକାଳୁ ସକାଳୁ ଭୁବନେଶ୍ୱର ବସଷ୍ଟାନ୍ଦରେ ପହଞ୍ଚିଥିବା ବସ୍‌ଗୁଡିକର ଯାତ୍ରୀମାନେ ଏଠାରୁ ଅନ୍ୟ କେଉଁଆଡେ ଯିବାକୁ ସୁବିଧା ପାଇନାହାଁନ୍ତି । ରାଜଧାନୀ ବସ୍‌ଷ୍ଟାନ୍ଦରୁ କୌଣସି ବସ୍‌ ଯାତ୍ରା କରୁନଥିବା ଯୋଗୁ ଏହିସବୁ ଯାତ୍ରୀ ଭୋକ ଉପାସରେ ବସ୍‌ଷ୍ଟାନ୍ଦରେ ପଡିରହିଥିଲେ । ସେହିଭଳି ଗାଡିମୋଟର ଚଳାଚଳ କରୁନଥିବାରୁ ଅନେକ ବିମାନଯାତ୍ରୀ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାକୁ ସମର୍ଥ ହୋଇନାହାଁନ୍ତି ।
କାଳିଆକୁ ଭନ୍ଦୁର ପାଇଁ ଉଦ୍ୟମ : କୃଷିମନ୍ତ୍ରୀ
କୃଷକ ସଙ୍ଗଠନର ଏହି ଆନେ୍ଦାଳନ ଦୁର୍ଭାଗ୍ୟଜନକ ବୋଲି କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଗଣମାଧ୍ୟମରେ ପ୍ରତିକି୍ରୟା ରଖିଛନ୍ତି । ମାଟି୍ରକ ପରୀକ୍ଷା ଓ ଅନ୍ୟାନ୍ୟ ପରୀକ୍ଷା ଚାଲୁଥିବା ବେଳେ ସଙ୍ଗଠନର ବନ୍ଦ ଡାକରା ଯେତିକି ଦୁର୍ଭାଗ୍ୟଜନକ ଏହାକୁ ସମର୍ଥନ ଦେଇଥିବା କଂଗ୍ରେସ ଓ ଭାଜପାର ପଦକ୍ଷେପ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହାର ଭଲମନ୍ଦ ପରୀକ୍ଷା ନକରି ଉଦେ୍ଦଶ୍ୟମୂକଳ ଭାବେ ଯୋଜନାକୁ ଭନ୍ଦୁର ପାଇଁ ଉଦ୍ୟମ ହେଉଛି । ଯେଉଁମାନେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପ୍ରତି ଯତ୍ନବାନ ନୁହଁନ୍ତି ସେମାନେ ଏହି ସମୟରେ ବନ୍ଦ ଡାକରା ଦେଉଛନ୍ତି । ଏଥିରେ କାଳିଆ ଯୋଜନା ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କୃଷିମନ୍ତ୍ରୀ ନିଜ ପ୍ରତିକି୍ରୟାରେ କହିଛନ୍ତି ।
ଚାଷୀଙ୍କୁ ଶସ୍ତା ଭାବିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ସମୀର
ନବ ନିର୍ମାଣ କୃଷକ ସଙ୍ଗଠନର ବନ୍ଦ ପାଳନକୁ ଏବଂ ଚାଷୀମାନଙ୍କ ଦାବିକୁ ନୈତିକ ସମର୍ଥନ ଦେଇଛି ଭାଜପା । ଚାଷୀମାନେ ନିଜର ଦାବି ଉପସ୍ଥାପନ କରିବା ପାଇଁ ବାରମ୍ବାର ରାଜଧାନୀକୁ ଆସୁଥିବା ବେଳେ ରାଜ୍ୟ ସରକାର ତାଙ୍କୁ ବେଆଇନ ଭାବେ ଗିରଫ କଲେ, ଖାଦ୍ୟ ଖାଉଥିବା ବେଳେ ଚାଷୀମାନଙ୍କୁ ମାଡ ମାରିଲେ । ଆନେ୍ଦାଳନ କରିବାର ଅଧିକାର ସମସ୍ତଙ୍କର ଅଛି । ଗୁରୁବାର ଚାଷୀମାନଙ୍କ ବନ୍ଦ ପାଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିବାବେଳେ ପୁଲିସ ଯେଭଳି ଅଗଣତାନ୍ତ୍ରିକ ଭାବେ ଚାଷୀମାନଙ୍କୁ ଗିରଫ କଲା ତାହା ଗଣତନ୍ତ୍ରର ହତ୍ୟା ସଦୃଶ୍ୟ । ରାଜ୍ୟସରକାର ଚାଷୀମାନଙ୍କୁ ଶସ୍ତା ବୋଲି ଭାବୁଛନ୍ତି । ଏହାର ଜବାବ ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ ବୋଲି ଭାଜପା ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ।
ଭୋଟ ପାଇଁ ବାଣ୍ଟୁଛନ୍ତି, ଭୟରେ ବାନ୍ଧୁଛନ୍ତି : ନିରଞ୍ଜନ
ରାଜ୍ୟର ଲକ୍ଷ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସର୍ବନିମ୍ପ ସୁବିଧା ସୁଯୋଗ ଯୋଗାଇବାରେ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ଶୋଚନୀୟ ଭାବେ ବିଫଳ ହୋଇଛନ୍ତି । ଚାଷୀ ଅଧିକାର ପାଇଁ ଲଢ଼େଇ କଲେ ତାଙ୍କୁ ଗିରଫ କରାଯାଉଛି ଏବଂ ଅନ୍ୟ କେଉଁଠି ସଭାସମିତି କରି କାଳିଆ ଯୋଜନା ନାଁରେ ଟଙ୍କା ବାଣ୍ଟି ସରକାର ଭୋଟ ହାତେଇବା ପାଇଁ ପ୍ରୟାସ କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କୃଷକମାନଙ୍କ ଉନ୍ନତି ପାଇଁ ବିଜଦ ସରକାର କାଳିଆ ଯୋଜନା ପ୍ରଚଳନ କରିଥିବା କହି ବୁଲୁଛନ୍ତି । ଯଦି ତାହା ଠିକ୍‌ ତେବେ ନବନିର୍ବାଣ କୃଷକ ସଂଗଠନ ପକ୍ଷରୁ ଚାଷୀମାନଙ୍କର ସର୍ବନିମ୍ନ ଦାବି ପୂରଣ ପାଇଁ ଦିଆଯାଇଥିବା ଓଡ଼ିଶା ବନ୍ଦ ଆହ୍ୱାନକୁ ରାଜ୍ୟର ଚାଷୀମାନେ କିଭଳି ସମର୍ଥନ ଜଣାଇଲେ ତାହାର ଜବାବ ରାଜ୍ୟ ସରକାର ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଗତ ୧୯ ବର୍ଷର ଶାସନ କାଳରେ ବିଜଦ ଏବଂ ଭାଜପା ୯ ବର୍ଷ ଭାଗୁଆଳୀ ଶାସନ କରିଥିଲେ । ଏବେ ୫ ବର୍ଷ ହେଲା କେନ୍ଦ୍ରରେ ଗଠିତ ଭାଜପା ସରକାରକୁ ରାଜ୍ୟର ବିଜଦ ସରକାର ସବୁ କ୍ଷେତ୍ରରେ ସମର୍ଥନ କରୁଛନ୍ତି । ଏହି ଦୁଇ ଦଳ ସରକାର କୃଷି ଓ କୃଷକଙ୍କ ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି । କେବଳ ନିର୍ବାଚନକୁ ଆଖିଆଗରେ ରଖି ବିଜଦର କାଳିଆ ଯୋଜନା ଓ ଭାଜପାର କୃଷକ ନିଧି ଯୋଜନା ଘୋଷଣା କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*