ତ୍ରିରାଷ୍ଟ୍ରୀୟ ହକି: ଭାରତୀୟ ଜୁନିୟର ମହିଳା ଦଳ ଆଜି ଖେଳିବ ମ୍ୟାଚ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କ୍ୟାନ୍‌ବେରା

ବୁଧବାର ଠାରୁ ଏଠାରେ ଅନୁଷ୍ଠିତ ହେଉଥିବା ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି ପ୍ରତିଯୋଗିତାରେ ନିଜ ପ୍ରଥମ ମ୍ୟାଚ୍‌ ଖେଳି ଭାରତ ଆରମ୍ଭ କରିବ ଅଭିଯାନ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଖେଳିବ ପ୍ରଥମ ମ୍ୟାଚ୍‌ । ଏହି ଦୁଇ ଦଳଙ୍କ ବ୍ୟତୀତ ଘରୋଇ ଅଷ୍ଟ୍ରେଲିଆ ମଧ୍ୟ ଏହି ପ୍ରତିଯୋଗିତାରେ ଖେଳୁଛି । ଭାରତୀୟ ଜୁନିୟର ମହିଳା ଦଳର କୋଚ୍‌ ବଲଜିତ୍‌ ସୈନି ବଡ଼ ଆଶାବ୍ୟକ୍ତ କରୁଛନ୍ତି ଯେ ଏହି ପ୍ରତିଯୋଗିତା ବିଶ୍ୱର ଦୁଇ ପ୍ରମୁଖ ଦଳଙ୍କ ବିପକ୍ଷରେ ଖେଳିବାର ଅଭିଜ୍ଞତା ଆଣିଦେବ । ଯାହା ଖୁବ୍‌ ଆବଶ୍ୟକ ଭାରତୀୟ ଦଳ ସକାଶେ । କାରଣ ଆସନ୍ତା ବର୍ଷ ଜାପାନରେ ହେବାକୁ ଥିବା ଜୁନିୟର ଏସିଆ କପ୍‌ରେ ଏହି ଅଭିଜ୍ଞତା ବଡ଼ କାମରେ ଆସିବ । ସେହି ପ୍ରତିଯୋଗିତାକୁ ଆଖି ଆଗରେ ରଖି ଆମେ ଏହି ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତାରେ ଖେଳିବାକୁ ଆସିଛୁ ବୋଲି କୋଚ୍‌ କହିଥିଲେ । ବୁଧବାରର ମ୍ୟାଚ୍‌ ପରେ ୫ ତାରିଖରେ ଅଷ୍ଟ୍ରେଲିଆ, ୭ ତାରିଖରେ ନ୍ୟୁଜିଲାଣ୍ଡ ଏବଂ ୮ ତାରିଖରେ ଅଷ୍ଟ୍ରେଲିଆ ସହ ଭାରତ ଖେଳିବ ମ୍ୟାଚ୍‌ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*