ତିନୋଟି ଭୂମିକାରେ ଆସିବେ ଜନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ-୨’ରେ ତାଙ୍କୁ ତିନୋଟି ଭୂମିକାରେ ଦେଖିବାକୁ ମିଳିବ । ‘ସତ୍ୟମେବ ଜୟତେ-୨’ ୨୦୧୮ରେ ରିଲିଜ୍‌ ହୋଇଥିବା ତାଙ୍କର ପ୍ରଥମ ଫିଲ୍ମ ତୁଳନାରେ ଏକଦମ୍‌ ଅଲଗା ଅଟେ । ଜନ୍‌ ଏଇ ନିକଟରେ ଗଣମାଧ୍ୟମକୁ ଦେଇଥିବା ଇଣ୍ଟରଭୁ୍ୟରେ କହିଛନ୍ତି, “ପ୍ରଥମ ଫିଲ୍ମଟି ପ୍ରାୟତଃ ସାଧାରଣତ ଜନତାଙ୍କ ଲାଗି ଥିଲା । ହେଲେ ଏହି ଫିଲ୍ମରେ ଗୋଟିଏ ବର୍ଗ ସହିତ ପ୍ରାସଙ୍ଗିକ ବିଷୟ ବସ୍ତୁକୁ ନେଇ ଫିଲ୍ମ ତିଆରି କରିବା ଲାଗି ଆମେ ଚେଷ୍ଟା କରିଛୁ ।” ତେବେ ତିନୋଟି ଭୂମିକାରେ ଆସିବା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ଜନ୍‌ । ମିଲାପ୍‌ ଝାବେରୀଙ୍କ ଦ୍ୱାରା ନିଦେ୍ର୍ଦଶିତ ଏହି ଫିଲ୍ମଟି ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ ରିଲିଜ୍‌ ହେବ । ଗତବର୍ଷ ରିଲିଜ୍‌ ହୋଇଥିବା ‘ପାଗଲ୍‌ପନ୍ତୀ’ରେ ଜନ୍‌ କମେଡି ଭୂମିକା ତୁଲାଇବା ପରେ ଏବେ ସିରିୟସ୍‌ ରୋଲରେ ଦେଖିବାକୁ ପାଇବେ ଦର୍ଶକ । ତାଙ୍କର ଅପ୍‌କମିଂ ଫିଲ୍ମ ମଧ୍ୟରେରେ ‘ସତ୍ୟେମେବ ଜୟତେ-୨’, ‘ଆଟାକ୍‌’ ଏବଂ ‘ମୁମ୍ବାଇ ସାଗା’ ସାମିଲ ରହିଛି । ଏହି ଫିଲ୍ମଗୁଡ଼ିକ ବ୍ୟତୀତ ଜନ୍‌ ଆଦିତ୍ୟ ରୟ କପୁରଙ୍କ ସହିତ ପ୍ରଥମ ଥର ଲାଗି ସ୍କ୍ରିନ୍‌ ସେୟାର କରୁଥିବା ଚର୍ଚ୍ଚା ଜୋର୍‌ ଧରିଛି । ଜନ୍‌ ମୋହିତ୍‌ ସୁରୀଙ୍କ ଆଗାମୀ ଫିଲ୍ମ ‘ ଏକ ଭିଲେନ୍‌-୨’ରେ କାମ କରିପାରନ୍ତି । ଖବରରୁ ଜଣାପଡ଼ିଛି ଯେ, ଭୂଷଣ କୁମାର ଏବଂ ଏକତା କପୁର ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ସମ୍ଭାଳୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*