ତିନିଦିନ ସୀମାବର୍ତ୍ତୀ ଅଞ୍ଚଳରେ ରହିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଚଣ୍ଡିଗଡ଼

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତୋଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି । ସରକାର ପାକିସ୍ତାନ ସୀମାନ୍ତବର୍ତ୍ତୀ ରାଜ୍ୟମାନଙ୍କରେ ହାଇଆଲର୍ଟ ଜାରି କରିଛନ୍ତି । ଏହି କ୍ରମରେ ପଞ୍ଜାବ ସରକାର ମଧ୍ୟ ନିଜ ସୀମାରେ ସତର୍କତା ମୂଳକ ପଦକ୍ଷେପ ନେଇଛି । ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂ ପୁଲିସ୍‌ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ପରିସ୍ଥିତିର ସମୀକ୍ଷା କରିଛନ୍ତି ।
ଅମରିନ୍ଦର ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି ପାଇଁ ନିଜେ ତିନିଦିନ ଏହି ସୀମା ଅଞ୍ଚଳରେ ରହିବାର ନିଷ୍ପତି ନେଇଛନ୍ତି । ବୁଧବାର ଅମରିନ୍ଦର ପଠାନକୋର୍ଟ ଏବଂ ଅମୃତସରର ବିଭିନ୍ନ ଗ୍ରାମ ଗସ୍ତ କରିଛନ୍ତି ଏବଂ ଲୋକଙ୍କୁ ଭେଟିଛନ୍ତି । ଆଉ ଦୁଇଦିନ ସେ ଏହି ଅଞ୍ଚଳରେ ରହିବା ସହ ଶୁକ୍ରବାର ଚନ୍ଦିଗଡ ଫେରିବେ । ପଞ୍ଜାବର ୫ଟି ଜିଲା ପାକିସ୍ତାନ ସୀମାରେ ଅଛି । ତେଣୁ ଲୋକେ ଯେପରି ଭୟଭୀତ ନହେବେ, ସେମାନଙ୍କ ମଧ୍ୟରେ ଯେପରି ବିଶ୍ୱାସ ମଜବୁତ ରହିବ ତାକୁ ଦୃଷ୍ଟିରେ ରଖି ମୁଁ ଏହି ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ଅମରିନ୍ଦର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*