ଡିସେମ୍ବର ୧୦ରୁ ବେଙ୍ଗାଲୁରୁରେ ସିଆଇଆଇ ଏକ୍ସକନ୍‌ ୨୦୧୯

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ବେଙ୍ଗାଲୁରୁର ଇଣ୍ଟର ନ୍ୟାସନାଲ୍‌ ଏକଜିବିସନ ସେଣ୍ଟରରେ ଡିସେମ୍ବର ୧୦ରୁ ୧୪ ସିଆଇଆଇ ଏକ୍ସକନ ୨୦୧୯ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏଥିରେ ୨୫ଟି ଦେଶର ୩୫୦ରୁ ଅଧିକ କମ୍ପାନୀ ଭାଗ ନେବେ । ଏହି ୫ଦିନିଆ ପ୍ରଦର୍ଶନୀ ଭାରତ ଓ ବିଦେଶର ୭୦ହଜାରରୁ ଅଧିକ ବ୍ୟବସାୟ ପରିଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଉପାଧ୍ୟକ୍ଷ ପ୍ରଦୀପ ମହାନ୍ତି କହିଛନ୍ତି ।
ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ବର୍ତ୍ତମାନ ପ୍ରତି କ୍ଷେତ୍ରରେ ପ୍ରଯୁକ୍ତି ଜ୍ଞାନକୌଶଳର ଉପଯୋଗ ହେଉଥିଲାବେଳେ ଭାରତରେ ମଧ୍ୟ ଦ୍ରୁତ ସହରୀକରଣ ଯୋଗୁ ଏହାର ଚାହିଦା ଅଧିକ ରହିଛି । ଦକ୍ଷିଣ ଏସିଆର ସର୍ବବୃହତ ନିର୍ମାଣ ଉପକରଣ ବାଣିଜ୍ୟ ମେଳାରେ ଦେଶର ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ଥିବା ସ୍ମାର୍ଟ ପ୍ରଯୁକ୍ତି ଓ ପରବର୍ତ୍ତୀ ପୀଢିର ନିର୍ମାଣ ଉପକରଣର ଭୂମିକାକୁ ପ୍ରଦର୍ଶିତ କରାଯିବ । ଏହି ଅବସରରେ ବିଡିଏ ସଚିବ ଆରକେ ମିଶ୍ର କହିଛନ୍ତି ଯେ, ଦ୍ରୁତ ଭିତ୍ତିଭୂମି ଅଭିବୃଦ୍ଧିକୁ ଆଗେଇ ନେବାରେ ଏହି ବାଣିଜ୍ୟ ମେଳା ବଡ ସହଯୋଗ କରିବ । ୨୦୨୨ ସୁଦ୍ଧା ଭାରତ ବିଶ୍ୱର ସର୍ବବୃହତ ନିର୍ମାଣ ବଜାର ଭାବେ ଉଭା ହେବାକୁ ଯାଉଛି । ସରକାର ମଧ୍ୟ ଭିତ୍ତିଭୂମି କ୍ଷେତ୍ରରେ ୧୦୦ଲକ୍ଷ କୋଟିର ନିବେଶ ଯୋଜନା କରିଥିବାରୁ ଏହା ଅଭିବୃଦ୍ଧି ସୁଯୋଗକୁ ମଜବୁତ କରିଛି । ବାଣିଜ୍ୟ ମେଳାର ଏହି ୧୦ ସଂସ୍କରଣ ଅବସରରେ ସିଆଇଆଇ ତରଫରୁ ଭିତ୍ତିଭୂମିରେ ମହିଳା, ରୋବୋଟିକ୍ସ, ଷ୍ଟାର୍ଟଅପ୍‌, ନିଯୁକ୍ତି ମେଳା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଆଦି ଆୟୋଜନ କରାଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*