ଡିସିପି ଅଫିସ ସମ୍ମୁଖରେ ଭାଜପାର ଧାରଣା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସମାଜର ସୁରକ୍ଷା ଦେବାକୁ ଶପଥ ନେଇଥିବା ପୁଲିସ ପ୍ରଶାସନ ଏବେ ନିଜର ସୁରକ୍ଷା ପାଇଁ କାହା ଆଗରେ ନତମସ୍ତକ । ଏହି ପ୍ରଶ୍ନ କରି ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଙ୍କ ନେତୃତ୍ୱରେ ଡିସିପି ଅଫିସ ସମ୍ମୁଖରେ ଧାରଣା ଦେଇଛି । ତୁରନ୍ତ ଏହି ଘଟଣାରେ ସମ୍ପୃକ୍ତ ଅସାମାଜିକ ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କୁ ପରୋକ୍ଷରେ ସହଯୋଗ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଭାଜପା ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛି । ଏହି ଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ରାଷ୍ଟିୟ ଯୁବମୋର୍ଚ୍ଚା ଉପସଭାପତି ଠାକରୁ ରଞ୍ଜିତ ଦାଶ, ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*