ଟ୍ରମ୍ପଙ୍କ ବିରୋଧରେ ୱାରେଣ୍ଟ ଜାରି କଲା ଇରାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଢାକା

ଇରାନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଛି । ଟ୍ରମ୍ପଙ୍କୁ ଗିରଫ କରିବାକୁ ଇରାନ ଇଣ୍ଟରପୋଲର ମଧ୍ୟ ସାହାଯ୍ୟ ଲୋଡିଛି । ଗତ ଜାନୁଆରୀରେ ବାଗଦାଦଠାରେ ହୋଇଥିବା ଡ୍ରୋନ୍‌ ହମଲା ପାଇଁ ଇରାନ, ଟ୍ରମ୍ପଙ୍କ ବିରୋଧରେ ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରକାଶ ଥାଉ କି, ଆମେରିକାର ଉକ୍ତ ହମଲାରେ କୁଦସ୍‌ ସେନାର ମୁଖ ଜେନେରାଲ କାସିମ ସୁଲେମାନୀଙ୍କର ମୃତୁ୍ୟ ହୋଇଥିଲା । ଉକ୍ତ ହମଲାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟତୀତ ଇରାନର ୩୦ ଜଣ ଲୋକ ସାମିଲ ଥିଲେ ବୋଲି ତେହରାନ ପ୍ରୋସିକୁ୍ୟଟର ଅଲୀ ଅଲକାସିମେହର କହିଛନ୍ତି । ଏସମସ୍ତ ଲୋକଙ୍କ ବିରୋଧରେ ହତ୍ୟା ଏବଂ ଆତଙ୍କ ପ୍ରସାର କରିବାର ଆରୋପ ଲଗାଯାଇଛି । ଇରାନ ଟ୍ରମ୍ପଙ୍କୁ ଗିରଫ କରିବାର ପ୍ରୟାସ ଜାରି ରଖିବ ବୋଲି ସେ କହିଛନ୍ତି । ଲିୟନ ଏବଂ ଫ୍ରାନ୍ସରେ ଉପସ୍ଥିତ ଇଣ୍ଟରପୋଲ ବର୍ତ୍ତମାନ ଏହି ମାମଲାରେ କୌଣସି ପ୍ରତିକ୍ରିୟା ଦେଇନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*