ଟୋକିଓ ଅଲିମ୍ପିକ୍‌ ଖେଳିବାର ରାଜି ଭିତରେ ଗରମକୁ ନେଇ ଚିନ୍ତା

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ଟୋକିଓ
ବିଶ୍ୱର ଏକ ନମ୍ବର ପୁରୁଷ ଟେନିସ ଖେଳାଳି ସର୍ବିଆର ନୋଭାକ୍‌ ଜୋକୋଭିକ୍‌ ଆସନ୍ତା ବର୍ଷ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକରେ ଭାଗ ନେବା ବିଷୟରେ ରାଜି ହୋଇଛନ୍ତି । ଏବେ ଜାପାନ ଓପନରେ ଖେଳିବାକୁ ଆସିଥିବା ଜୋକୋଭିକ୍‌ କହିଛନ୍ତି ମୁଁ ଦେଶ ପକ୍ଷରୁ ନିଶ୍ଚିତ ଅଲିମ୍ପିକରେ ଖେଳିବାକୁ ଆସିବି । ତେବେ ପ୍ରଚନ୍ଦ ଗରମ ବଡ ଆଶଙ୍କାର ଅବସ୍ଥା ମୋ ପାଇଁ ସୃଷ୍ଟି କରିଛି । ସେ ଅନୁରୋଧ କରିଛନ୍ତି ଅଲିମ୍ପିକ୍‌ ସମୟର ତାତିକୁ ଦେଖି ସେ ଅନୁସାରେ ଟେନିସ ଖେଳିବା କାର୍ଯ୍ୟସୂଚୀ ତିଆରି କରାଯିବା ଦରକାର । ଦୀର୍ଘ ୧୦ଦିନ ଅଲିମ୍ପିକର ଟେନିସ ପ୍ରତିଯୋଗିତା ଅନୁଷ୍ଠିତ ହେବ । ତେଣୁ ଖେଳାଳିଙ୍କୁ କଷ୍ଟ ନହେଲା ଭଳି ଖେଳସୂଚୀ ବନାଯିବା ଦରକାର ବୋଲଇ ନୋଭାକ୍‌ କହିଛନ୍ତି । ଅଲିମ୍ପିକର ପୂର୍ବରୁ ସେ ଏଠାକୁ ଚାଲିଆସି ତାତି ସହ ଖାପଖୁଆଇବାର କଥା ବି ଶନିବାର ସେ କହିଥିଲେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*