ଟୋକିଓ ଅଲିମ୍ପିକ୍‌କୁ ଟାର୍ଗେଟ କଲେ ମୋ ଫାରା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଲଣ୍ଡନ
ବିଶ୍ୱ ଆଥଲେଟିକ୍ସ ଦୁନିଆର ମହାନତମ ଖେଳାଳି ମୋ ଫାରା ଆସନ୍ତାବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍‌ରେ ପ୍ରତ୍ୟାବର୍ତ୍ତନ କରିବାର ଟାର୍ଗେଟ ରଖିଥିବା ବିଷୟ ଶୁକ୍ରବାର ଘୋଷଣା କରିଛନ୍ତି । ୨୦୧୨ ଲନ୍ଦନ ଏବଂ ୨୦୧୬ ରିଓ ଅଲିମ୍ପିକରେ ବ୍ରିଟେନର ଏହି ମହାନ୍‌ ଧାବକ ଡବଲ ସ୍ୱର୍ଣ୍ଣ ପଦକ ୫୦୦୦ ଏବଂ ୧୦, ୦୦୦ ମିଟରରେ ହାସଲ କରିଥିଲେ । ତେବେ ୨୦୧୭ରେ ମାରାଥନ ଦୌଡ଼କୁ ଚାଲିଯାଇଥିଲେ ଫାରା । ହେଲେଏବେ ସେ କହିଛନ୍ତି ମାରାଥନ୍‌ ଛାଡ଼ି ମୁଁ ପୁଣି ଥରେ ଟ୍ରାକକୁ ଫେରିବି । ଟୋକିଓ ଅଲିମ୍ପିକ୍‌ରେ ପୁଣି ଥରେ ୧୦,୦୦୦ ମିଟରର ସ୍ୱର୍ଣ୍ଣ ପଦକ ଜିତିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*