ଟେଲିକମ୍‌ କମ୍ପାନୀକୁ ସୁପି୍ରମକୋର୍ଟଙ୍କ ଝଟକା କେନ୍ଦ୍ର ସରକାରଙ୍କୁ ପୈଠ କରିବେ ୯୨ହଜାର କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ସୁପି୍ରମକୋର୍ଟ ଗୁରୁବାର ସରକାରଙ୍କୁ ଆଦେଶ ଦେଇଛନ୍ତି ଯେ, ଟେଲିକମ୍‌ ସର୍ଭିସ ପୋ୍ରଭାଇଡର୍ସଙ୍କ ଠାରୁ ୯୨ହଜାର କୋଟି ଟଙ୍କା ଆଡଜଷ୍ଟଟେଡ୍‌ ଗ୍ରସ୍‌ ରେଭେନୁ୍ୟ (ଏଜିଆର) ଆଦାୟ କରନ୍ତୁ । ସରକାରଙ୍କ ଆବେଦନ ସୁପି୍ରମକୋର୍ଟଙ୍କ ପକ୍ଷରୁ ଗୁରୁବାର ମଞ୍ଜୁର ହେବା ପରେ ଭୋଡାଫୋନ – ଆଇଡିଆର ସେୟାର ମୂଲ୍ୟରେ ବଡ ହ୍ରାସ (୨୭%) ଦେଖିବାକୁ ମିଳିଥିଲା ।
ସୁପି୍ରମକୋର୍ଟଙ୍କ ଏହି ନିଦେ୍ର୍ଦଶ ଏକ ବଡ ଝଟକା ବୋଲି ଉଦ୍ୟୋଗ ଜଗତ ପକ୍ଷରୁ କୁହାଯାଇଛି । କାରଣ ସୁପି୍ରମକୋର୍ଟ କେନ୍ଦ୍ରର ସେହି ୯୨ହଜାର କୋଟିର ଏଜିଆର ଆଦାୟ ସମ୍ବନ୍ଧିତ ଆବେଦନକୁ ସ୍ୱୀକାର କରିଛନ୍ତି । ଗୁରୁବାର କୋର୍ଟ ଏହା କହିଛନ୍ତି ଯେ, ଏହି ମାମଲାରେ ଏବେ ଆଗକୁ ଆଉ ଶୁଣାଣି ହେବ ନାହିଁ । ଖୁବଶୀଘ୍ର ଚୂଡାନ୍ତ ତାରିଖର ଘୋଷଣା କରାଯିବ । ଯାହାଦ୍ୱାରା ପୂର୍ବରୁ ଟେଲିକମ୍‌ କମ୍ପାନୀମାନଙ୍କୁ ସରକାରଙ୍କ ହିସାବରେ ବକେୟା ଅର୍ଥ ପୈଠ କରିବାକୁ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*