ଝାଡ଼ଖଣ୍ଡ କଂଗ୍ରେସ କର୍ମୀ ହତାସ ପି୍ରୟଙ୍କା ମନା କଲେ, ରାହୁଲ ଯିବେ ବିଦେଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ରାଞ୍ଚି
ଝାଡ଼ଖଣ୍ଡ ବିଧାନସଭା ପାଇଁ ଉତ୍ସାହିତ ଥିବା କଂଗ୍ରେସ କର୍ମୀ ଏବେ ହତାସ । ଦଳର ଷ୍ଟାର ପ୍ରଚାରକ ତାଲିକାରେ ପି୍ରୟଙ୍କା ଗାନ୍ଧୀଙ୍କ ନାମକୁ କର୍ମୀମାନଙ୍କର ଦାବିକ୍ରମେ ସ୍ଥାନୀତ କରାଯାଇଥିଲା । ହେଲେ ପି୍ରୟଙ୍କା ସିଧାସଳଖ ଝାଡ଼ଖନ୍ଦ ଯିବେ ନାହିଁ ବୋଲି କହିଛନ୍ତି । ଖାଲି ଏତିକି ନୁହେଁ ରାହୁଲ ଗାନ୍ଧୀ ବିଦେଶ ଯିବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିବାରୁ ସେ ନିର୍ବାଚନ ପ୍ରଚାରରେ ସାମିଲ ହୋଇପାରିବେ ନାହିଁ ବୋଲି କହିଛନ୍ତି । ଏହା କଂଗ୍ରେସ କର୍ମୀଙ୍କ ମନୋବଳକୁ ହ୍ରାସ କରିଛି । ରାହୁଲ ଓ ପି୍ରୟଙ୍କାଙ୍କ ମନା ପରେ କଂଗ୍ରେସ କର୍ମୀମାନେ ଏବେ ସୋନିଆଙ୍କୁ ପ୍ରଚାର ଅଭିଯାନରେ ସାମିଲ କରିବାକୁ ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ କର୍ମୀଙ୍କ ଦାବିକୁ ଗ୍ରହଣ କରି ସୋନିଆ ଦ୍ୱିତୀୟ ପର୍ଯ୍ୟୟ ଶେଷ ସମୟରେ କିମ୍ବା ତୃତୀୟ ପର୍ଯ୍ୟାୟରେ ନିର୍ବାଚନୀ ସଭା କରିପାରନ୍ତି । ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣରୁ ପ୍ରଚାର ଠାରୁ ଦୂରରେ ରହିବା କଥା ସୋନିଆ କହିଥିଲେ । ମାତ୍ର ବର୍ତ୍ତମାନ ରାହୁଲ ପି୍ରୟଙ୍କା ଅନୁପସ୍ଥିତ ପରେ ସେ ରାଜ୍ୟକୁ ଆସିବାକୁ ମନସ୍ଥିର କରିଛନ୍ତି । ମାତ୍ର ସମ୍ପୂର୍ଣ୍ଣ ନିର୍ବାଚନ ଅବଧିରେ ସେ ମାତ୍ର ଗୋଟିଏ ଥର ପାଇଁ ରାଜ୍ୟକୁ ପ୍ରଚାର ନିମନ୍ତେ ଆସିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*