ଜିଓ ପ୍ଲାଟଫର୍ମରେ ସାମିଲ ହେଲେ ୨୫ ବର୍ଷିୟ ଅନନ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ରିଲାୟନ୍ସ ଇନ୍ଦଷ୍ଟି୍ରଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତଙ୍କୁ ମିଳିଛି ଏକ ବଡ଼ ଦାୟିତ୍ୱ । ୨୫ ବର୍ଷିୟ ଅନନ୍ତଙ୍କୁ ଜିଓ ପ୍ଳାଟଫର୍ମରେ ଅତିରିକ୍ତ ନିଦେ୍ର୍ଦଶକ ଭାବେ ନିଯୁକ୍ତ କରାଯାଇଛି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ରାଷ୍ଟ୍ରବ୍ୟାପୀ ଲକ୍‌ଡାଉନର ଠିକ୍‌ ଏକ ସପ୍ତାହ ପୂର୍ବରୁ ଅନନ୍ତଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା ।
ପ୍ରଥମ ଥର ପାଇଁ ଅନନ୍ତଙ୍କୁ ଏହି ବଡ଼ ଦାୟିତ୍ୱ ଦିଆଯିବା ସହ ରିଲାୟନ୍ସ ଇନ୍ଦଷ୍ଟି୍ରଜର ବ୍ୟବସାୟରେ ଅନନ୍ତଙ୍କ ଔପଚାରିକ ପ୍ରବେଶ ଘଟିଛି । ପୂର୍ବରୁ ଅନନ୍ତଙ୍କ ବଡ଼ଭାଇ ଆକାଶ ଏବଂ ଭଉଣୀ ଇଶା ଅମ୍ବାନୀ ରିଲାୟନ୍ସ ଇନ୍ଦଷ୍ଟି୍ରଜର ଭିନ୍ନଭିନ୍ନ କାରବାର ସମ୍ଭାଳୁଛନ୍ତି । ୨୦୧୪ରେ ଇଶା ଏବଂ ଆକାଶଙ୍କୁ ରିଲାୟନ୍ସର ଟେଲିକମ୍‌ ଏବଂ ରିଟେଲ ବିଜିନେସର ନିଦେ୍ର୍ଦଶକ ବୋର୍ଡରେ ନିଯୁକ୍ତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଅନନ୍ତ ଏପରି ଏକ ସମୟରେ ଜିଓ ପ୍ଳାଟଫର୍ମରେ ସାମିଲ ହୋଇଛନ୍ତି ଯେତେବେଳେ କମ୍ପାନୀରେ ନିୟମିତ ବଡ଼ ନିବେଶ କରାଯାଉଛି । ନିକଟରେ ଆମେରିକାର ଇକ୍ୱିଟି ଫାର୍ମ କେକେଆର୍‌ ଜିଓ ପ୍ଳାଟଫର୍ମରେ ୧୧,୩୬୭ କୋଟି ଟଙ୍କା ନିବେଶ କରିଛି । ଏହା ପୂର୍ବରୁ ଫେସବୁକ୍‌, ଜେନେରାଲ ଆଟଲାଣ୍ଟିକ୍‌, ସିଲଭର ଲେକ୍‌ ଏବଂ ବିଷ୍ଟା ଇକ୍ୱିଟି ପାଟନର୍ସ ପକ୍ଷରୁ ଜିଓ ପ୍ଳାଟଫର୍ମରେ ନିବେଶ ଘୋଷଣା କରାଯାଇଛି । ଏକୁଟିଆ ଫେସ୍‌ବୁକ୍‌ ଜିଓର ୯.୯୯% ଅଂଶଧନ କ୍ରୟ କରିଛି । ଏଥିପାଇଁ ଫେସ୍‌ବୁକ୍‌ ନିବେଶ କରିଛି ୪୩,୫୭୪କୋଟି ଟଙ୍କା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*