ଜାମ୍ମୁ-କାଶ୍ମୀରରେ ପ୍ରତିବନ୍ଧକ ନେଇ ପ୍ରତିଟି ପ୍ରଶ୍ନର ଜବାବ ପ୍ରଶାସନକୁ ଦେବାକୁ ପଡିବ : ସୁପ୍ରିମକୋର୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ଲାଗୁ ହୋଇଥିବା ପ୍ରତିବନ୍ଧକ ସଂପର୍କିତ ବିଭିନ୍ନ ମାମଲାର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟ କରିଛନ୍ତି । ଏହି ଅବସରରେ ଜାମ୍ମୁ-କାଶ୍ମୀର ପ୍ରଶାସନର ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା, ଆବେଦନକାରୀଙ୍କ ଅଧିକାଂଶ ଦାବି ଭୁଲ୍‌ ବୋଲି ବୋଲି କହିବା ପରେ ସୁପ୍ରିମକୋର୍ଟ ଜାମ୍ମୁ-କାଶ୍ମୀର ପ୍ରଶାସନ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରି ରୋକଠୋକ୍‌ କଥା ଶୁଣାଇଥିଲେ । ଜାମ୍ମୁ-କାଶ୍ମୀରରେ ପ୍ରତିବନ୍ଧକ ସଂପର୍କିତ ଉଠୁଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ରାଜ୍ୟ ପ୍ରଶାସନକୁ ଦେବାକୁ ପଡିବ ବୋଲି ସୁପ୍ରିମକୋର୍ଟ ସିଧାସିଧା କହିଥିଲେ । “ଶ୍ରୀଯୁକ୍ତ ମେହେଟା, ଆବେଦନକାରୀ ଯାହାବି ପ୍ରଶ୍ନ ଉଠାଉଛନ୍ତି ତାହାର ଉତ୍ତର ଆପଣଙ୍କୁ ଦେବାକୁ ପଡିବ । ଆପଣ ଆବେଦନକାରୀଙ୍କ ତଥ୍ୟ ଭୁଲ ଦର୍ଶାଇବା ପାଇଁ ଯାହା ସତ୍ୟପାଠ ଦାଖଲ କରିଛନ୍ତି, ତାହାକୁ ନେଇ ଆମେ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିବୁ ନାହିଁ । ଆପଣ ମାମଲା ଉପରେ ଧ୍ୟାନ ଦେଉନଥିବାର ଧାରଣା ସୃଷ୍ଟି କରନ୍ତୁ ନାହିଁ ”ବୋଲି ଜଷ୍ଟିସ୍‌ ଏନଭି ରମଣାଙ୍କ ନେତୃତ୍ୱାଧୀନ ଏବଂ ଜଷ୍ଟିସ୍‌ ଆର ସୁବାଷ ରେ‡ି ଏବଂ ବିଆର ଗଭଇଙ୍କୁ ନେଇ ଗଠିତ ଖନ୍ଦପୀଠ କହିଥିଲେ । ଏହା ଉପରେ ସଲିସିଟର ଜେନେରାଲ ଆବେଦନକାରୀ ପ୍ରଦାନ କରିଥିବା ବିଭିନ୍ନ ତଥ୍ୟରେ ଭୁଲ ଥିବା କହିବା ସହ କୋର୍ଟରେ ଏନେଇ ଶୁଣାଣିବେଳେ ଆମେ ସବୁ ଅଭିଯୋଗ ଉପରେ ଜବାବ ଦେବୁ ବୋଲି କହିଥିଲେ । ଏପରିକି ତାଙ୍କ ନିକଟରେ ଜାମ୍ମୁ-କାଶ୍ମୀରର ସ୍ଥିତାବସ୍ଥା ରିପୋର୍ଟ ଅଛି । ହେଲେ ଜାମ୍ମୁ-କାଶ୍ମୀରର ସ୍ଥିତି ପ୍ରତିଦିନ ବଦଳି ହେଉଥିବାରୁ ସେ ଏହି ରିପୋର୍ଟ ଦାଖଲ କରିପାରି ନାହାନ୍ତି ବୋଲି କହିଥିଲେ । ଲୋକମାନଙ୍କର ସୁରକ୍ଷା ହେଉଛି ସରକାରଙ୍କ ଦାୟିତ୍ୱ । ଏହି କାରଣରୁ କିଛି ଅସାମାଜିକ ତତ୍ତ୍ୱଙ୍କୁ ଅଞ୍ଚଳରେ ସମସ୍ୟା ସୃଷ୍ଟି କରିବାରୁ ରୋକିବା ସକାଶେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ତୁଷାର ମେହେଟା କହିଥିଲେ ।
ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରକୁ ବିଶେଷ ଅଧିକାର ପ୍ରଦାନ କରୁଥିବା ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଦେଇଥିଲେ । ଏହାପରଠାରୁ ସେଠାରେ ଲୋକଙ୍କ ଫୋନ୍‌, ମୋବାଇଲ୍‌ ବ୍ୟବହାର ଉପରେ କଟକଣା ଲାଗଯିବା ସହ ବହୁ ପ୍ରତିବନ୍ଧକ ଲଗାଯାଇଥିଲା । ଜାମ୍ମୁ-କାଶ୍ମୀରର ବହୁ ନେତାଙ୍କୁ ଏପର୍ଯ୍ୟନ୍ତ ଅଟକ ରଖାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*