ଚନ୍ଦକା ଜଙ୍ଗଲରେ ଛଡାଗଲା କଲରାପତରିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର :
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇବା ସହ ତିନି ଦିନ ଧରି ରାଜଧାନୀରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘ ଶେଷରେ ପଡିଲା ଯନ୍ତାରେ । କୁକୁଡା ଖାଇବାକୁ ଯାଇ ଯନ୍ତାରେ ଫଶିଯାଇଥିଲା । କଡା ସୁରକ୍ଷା ବଳୟ ମଧ୍ୟରେ ବାଘକୁ ଉଦ୍ଧାର କରାଯିବା ପରେ ତାର ଚିକିତ୍ସା କରାଯାଇଥିଲା । ପରବର୍ତ୍ତି ସମୟରେ ତାକୁ ଚନ୍ଦକା ଜଙ୍ଗଲରେ ଛଡାଯାଇଛି ।

କଲରାପତରିଆକୁ ଜଙ୍ଗଲରେ ଛଡାଯିବା ପରେ ତାର ଗତିବିଧି ଲକ୍ଷ୍ୟ କରିବା ପାଇଁ ୧୦ଟି କ୍ୟାମେରା ମଧ୍ୟ ଖଞ୍ଜାଯାଇଛି । ସେ କେଉଁ ଆଡେ ଯାଉଛି ଓ କ’ଣ କରୁଛି କ୍ୟାମେରାରେ ତାହା କଏଦ ହେବ । ଅନ୍ୟପଟେ ବନବିଭାଗ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ଜିରୋ କାଜୁଆଲଟି ସାହାଯ୍ୟରେ ବାଘକୁ ଧରିବାରେ ସଫଳ ହୋଇଛନ୍ତି । କୁକୁଡା ଖାଇବାକୁ ଆସି ମଙ୍ଗଳବାର ରାତି ୨ଟା ବେଳେ କଲରାପତରିଆ ବାଘ ଯନ୍ତା ଭିତରେ ଫଶି ଯାଇଥିଲା ।
କଲାରାପତରିଆ ଧରାପଡିବା ପରେ ବନ ବିଭାଗ କର୍ମଚାରୀମାନେ ଖୁସିଥିବାବେଳେ ଅନ୍ୟପଟେ ନନ୍ଦନକାନନରେ ମହାବଳ ବାଘ ରୋଶନର ଅବସ୍ଥା ସଙ୍କଟାପନ୍ନ ରହିଛି । ରୋଶନ ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗର ଶୀକାର ହୋଇ ଆଇସିୟୁରେ ଚିକିତ୍ସିତ ହେଉଥିଲା । ବୁଧବାର ଦିନ ରୋଶନର ଚିକିତ୍ସା ଚାଲିଥିବାବେଳେ ସେ ଅତି ଗୁରୁତର ହୋଇପଡିଛି । ରୋଶନଙ୍କୁ ୧୭ ବର୍ଷ ହୋଇଥିବାରୁ ସେ ଏବେ ବାର୍ଦ୍ଧକ୍ୟ ଅବସ୍ଥାରେ ଅଛନ୍ତି । ନନ୍ଦନକାନନ ୪ ଜଣିଆ ଟିମ୍‌ ରୋଶନର ଚିକିତ୍ସା ଜାରି ରଖିଛନ୍ତି । ସେ ଏବେ ଜୀବନ ମରଣ ସହ ସଂଗ୍ରାମ ଜାରି ରଖିଛି ।
କିପରି ପଡିଲା ଯନ୍ତାରେ : ବିମାନ ବନ୍ଦର ନିକଟସ୍ଥ ପଳାଶପଲ୍ଲୀରେ ଲୋକେ କଲରାପତରିଆ ବାଘକୁ ଦେଖିବା ପରେ ରାଜଧାନୀରେ ଆତଙ୍କ ଖେଳିଯାଇଥିଲା । ସଂନ୍ଧ୍ୟା ହେଲେ ଲୋକେ ଘରୁ ବାହାରକୁ ଯିବାକୁ ସୁରକ୍ଷିତ ମନେ କରିନଥିଲେ । ଏହା ପରେ ଓୟୁଏଟି ଓ ନନ୍ଦନକାନନ ୨୫ ଜଣିଆ ଟିମ୍‌ ବାଘକୁ ଧରିବା ପାଇଁ ଆରମ୍ଭ କରିଥିଲେ ଅପରେସନ । ସୋମବାର ରାତି ତମାମ କର୍ମଚାରୀମାନେ ବାଘକୁ ଜଗି ବସିଥିଲେ ମଧ୍ୟ ତାର ପତ୍ତା ପାଇନଥିଲେ । ସେହିଭଳି ମଙ୍ଗଳବାର ଦିନ ତମାମ ମଧ୍ୟ ଚାରିଆଡେ ତନତନ କରି ଖୋଜାଖୋଜି କରିଥିଲେ ମଧ୍ୟ ଧରିବାରେ ବିଫଳ ହୋଇଥିଲେ । ରାତିି ୯ଟା ପରେ ଜଣେ ବନ କର୍ମଚାରୀ ପୁରୁଣା ବିମାନବନ୍ଦର ଭିତରେ ଥିବା ଜଙ୍ଗଲରେ କଲରାପତରିଆ ବାଘ ଲୁଚିଥିବା ଦେଖିଥିଲେ । ଏହା ପରେ ତାକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ । ବିମାନ ବନ୍ଦରର ବିଭିନ୍ନ ସ୍ଥାନରେ ଜାଲ ବାନ୍ଧିବା ସହ ୫ ଟି ଯନ୍ତା ବସାଯାଇଥିଲା । ବନ ବିଭାଗ କର୍ମଚାରୀମାନେ ଚତୁଃପାଶ୍ୱର୍କୁ ଜଗି ବସିଥିଲେ । ଯନ୍ତା ଭିତରେ କୁକୁଡାକୁ ରକ୍ଷା ଯାଇଥିଲା । ରାତି ୨ଟା ବେଳେ ବାଘ କୁକୁଡା ବାସ୍ନା ବାରୀ ସେଠାକୁ ଯାଇଥିଲା । କୁକୁଡାକୁ ଖାଇବାକୁ ଯନ୍ତା ଭିତରେ ପଶିବା ବେଳେ ଯନ୍ତା ଫାଟକଟି ବନ୍ଦ ହୋଇଯାଇଥିଲା । ଯନ୍ତା ଭିତରେ ଫଶିଯିବା ପରେ କଲରାପତରିଆ ବାଘ ତାର ଆତଙ୍କ ରଚିଥିଲା । ରାତି ଅନିଦ୍ରା ହୋଇ ଅପେକ୍ଷା କରିଥିବା କର୍ମଚାରୀମାନେ ବାଘର ଶବ୍ଦ ଶୁଣି ଯନ୍ତା ନିକଟକୁ ଦୋ÷ଡିଥିଲେ । ଯନ୍ତା ଭିିତରେ ସେ ଏଭଳି ରଡି କରିଥିଲା ଯେ, କର୍ମଚାରୀମାନେ ଆତଙ୍କିତ ହୋଇପଡିଥିଲେ । ତାକୁ କାବୁ କରିବା ପାଇଁ ଏକ ଇଞ୍ଜେଇକସନ ମଧ୍ୟ ଦେଇଥିଲେ । ଏହା ପରେ ସେ ଆଉ ଚିକôାର କରିନଥିଲା ବରଂ ସମସ୍ତଙ୍କୁ ଚାତକ ଭଳି ଚାହିଁ ରହିଥିଲା । କଡା ସୁରକ୍ଷା ବଳୟ ମଧ୍ୟରେ ତାକୁ ଆଣି ତାର ଚିକିତ୍ସା କରି ବୁଧବାର ସକାଳୁ ଉଦ୍ଧାର ବାଘକୁ ଚନ୍ଦକା ଜଙ୍ଗଲରେ ଛାଡି ଦେଇଛନ୍ତି । ତାର ଗତିବିଧିକୁ ଲକ୍ଷ କରିବା ପାଇଁ ୧୦ଟି କ୍ୟାମେରା ଖଞ୍ଜା ଯାଇଛି । ପରବର୍ତ୍ତି ସମୟରେ ଆଉ ୧୦ଟି କ୍ୟାମେରା ଖଞ୍ଜା ଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଉଦ୍ଧାରକାରୀ ଟିମ୍‌ଙ୍କ କାର୍ଯ୍ୟକୁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*