ଗାର୍ଲଫ୍ରେଣ୍ଡଙ୍କ ସହ ନିର୍ବନ୍ଧ କଲେ ବିକ୍ରାନ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଅଭିନେତା ବିକ୍ରାନ୍ତ ମେସୀ ନିଜର ଅପ୍‌କମିଂ ଫିଲ୍ମ ‘ଛପାକ୍‌’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଏହି ଫିଲ୍ମରେ ଦୀପିକା ପାଦୁକୋନ୍‌ଙ୍କ ସହିତ ସ୍କ୍ରୀନ୍‌ ସେୟାର କରୁଛନ୍ତି । ହେଲେ ଏବେ ସେ ଅନ୍ୟ ଏକ ଖବର ପାଇଁ ଚର୍ଚ୍ଚିତ ହୋଇଛନ୍ତି । ବିକ୍ରାନ୍ତ ମେସୀଙ୍କ ଦୀର୍ଘ ଦିନର ବାନ୍ଧବୀ ଶୀତଲ ଠାକୁରଙ୍କ ସହ ନିର୍ବନ୍ଧ ହୋଇଥିବା ଖବର ଶୁଣିବାକୁ ମିଳିଛି । ତେବେ ଏ ସମ୍ପର୍କରେ ବିକ୍ରାନ୍ତ ନିଜେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଉଭୟ ପରିବାର ବର୍ଗ ଏବଂ ନିକଟତମ ବନ୍ଧୁଙ୍କ ଗହଣରେ ଆୟୋଜିତ ହୋଇଥିବା ଏକ ବ୍ୟକ୍ତିଗତ ସମାରୋହରେ ଉଭୟେ ନିର୍ବନ୍ଧରେ ବାନ୍ଧି ହୋଇଛନ୍ତି । ଏହା ବ୍ୟତୀତ ଅନ୍ୟ କୌଣସି ସୂଚନା ଦେଇନଥିବାବେଳେ ସମୟ ଆସିଲେ ସବୁ ଜଣା ପଡ଼ିଯିବ ବୋଲି ବିକ୍ରାନ୍ତ ମିଡିଆକୁ କହିଛନ୍ତି ।
ବିକ୍ରାନ୍ତ ଏବଂ ଶିତଲ ଠାକୁର ଗତ ୪-୫ ବର୍ଷ ହେଲା ରିଲେସନ୍‌ସିପ୍‌ରେ ଅଛନ୍ତି । ଉଭୟେ ନିଜର ସୋଶିଆଲ ମିଡ଼ିଆରେ ଫଟୋ ସେୟାର କରିବା ସହ କମେଣ୍ଟ ଦେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏଥିରୁ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମର ନିବିଡ଼ତା ସ୍ପଷ୍ଟ ବାରି ହୋଇପଡ଼ୁଛି । ସୂଚନା ଥାଉ ଯେ, ବିକ୍ରାନ୍ତ ମେସୀ ‘ଲୁଟେରା’, ‘ଲିପ୍‌ଷ୍ଟିକ୍‌ ଅନ୍ଦର ମାଇ ବୁର୍ଖା’, ‘ହାଫ୍‌ ଗଲ୍‌ଫ୍ରେନ୍ଦ’ ଏବଂ ‘ ଦିଲ୍‌ ଧଡକ୍‌ନେ ଦୋ’ ଭଳି ଫିଲ୍ମଗୁଡ଼ିକରେ ଅଭିନୟ କରିସାରିଛନ୍ତି । ବି୍ରକାନ୍ତଙ୍କ ନିକଟରେ ବର୍ତ୍ତମାନ ମେଘନା ଗୁଲଜାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଛପାକ୍‌’ ରହିଛି । ଏହି ଫିଲ୍ମରେ ସେ ଦୀପିକାଙ୍କ ବୟଫ୍ରେନ୍ଦ ଭୂମିକାରେ ଦେଖାଦେବେ । ଏହି ଫିଲ୍ମଟି ଏସିଡ୍‌ ଆଟାକ୍‌ ସର୍ଭାଇଭାଲ ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀକୁ ନେଇ ଫିଲ୍ମଟିର କାହାଣୀ ଆଧାରିତ । ଆସନ୍ତା ବର୍ଷ ୧୦ ଜାନୁଆରୀରେ ଏହି ଫିଲ୍ମଟି ମୁକ୍ତିଲାଭ କରିବ । ଏଥିସହିତ ଅଳଙ୍କ୍ରିତା ଶ୍ରୀବାସ୍ତବଙ୍କ ‘ଡଲି କିଟି ଔର ଚମକ୍‌ତେ ସିତାରେ’ ଏବଂ ୟାମୀ ଗୌତମଙ୍କ ସହ ‘ଗିନ୍ନି ୱେଡ୍‌ସ ସନି’ରେ ଅଭିନୟ କରୁଛନ୍ତି ବିକ୍ରାନ୍ତ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*