ଖଇରବଣି ଆଶ୍ରମସ୍କୁଲର ଅଭିଭାବକ ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବୈଶିଙ୍ଗା

ବେତନଟୀ ବ୍ଲକର ଖଇରବଣି ଆଶ୍ରମସ୍କୁଲର ବାର୍ଷିକ ଉତ୍ସବ ଓ ଅଭିଭାବକ/ଅଭିଭାବିକା ସମାବେଶ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାଳିଚରଣ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଏସଏସଡି ଡିଆଇ କମଳାକାନ୍ତ ପ୍ରହରାଜ, ମୁଖ୍ୟବକ୍ତା ଏବିଇଓ ବଳରାମ ନାୟକ, ସମ୍ମାନିତ ଅତିଥି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ସୁଶ୍ରୀ ତନ୍ମୟୀ ସନ୍ଧିବିଗ୍ରହ ପ୍ରମୁଖ ଯୋଗଦାନ କରିଥିଲେ । ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବିନୀତା ଦାଶ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶିକ୍ଷକ ରତିକାନ୍ତ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସରକାର ଆଦିବାସୀ ପିଲାଙ୍କୁ ପାଠପଢା ନିମନ୍ତେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଥିବାରୁ ପିଲାମାନେ ଏଥିରୁ ଫାଇଦା ଉଠାଇବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ପୂର୍ବରୁ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*