କ୍ଷେତ ପାଇଁ କ୍ଷତିକାରକ ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭଦ୍ରକ

ଭଦ୍ରକ ରାଣୀତାଲସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ କୃଷି କାର୍ଯ୍ୟରେ ଖାଦ୍ୟସାର ପ୍ରୟୋଗବିଧି ସମ୍ପର୍କିତ ଏକ କୃଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଆବଶ୍ୟକତାକୁ ଧ୍ୟାନ ନଦେଇ ଅବିଚାରିତ ଭାବେ ରାସାୟନିକ ସାର ପ୍ରୟୋଗ କରାଯିବା ପରେ ମାଟି ଦିନକୁ ଦିନ ବନ୍ଧ୍ୟା ହେବାକୁ ବସିଲାଣି । ଏଥିସକାଶେ ଯଥେଷ୍ଟ ସଚେତନତା ସୃଷ୍ଟି କରାଯିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ବୋଲି ଏହି ସଚେତନତା ଶିବିରରେ ଯୋଗ ଦେଇଥିବା ବହୁ କୃଷି ବିଜ୍ଞାନୀ ଓ ବିଶେଷଜ୍ଞ ମତବ୍ୟକ୍ତ କରିଥିଲେ । ଏହି ଆଲୋଚନାଚକ୍ରକୁ ତୃପ୍ତି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାସ ପରିଚାଳନା କରି ଫସଲରେ ଅଧିକ ଅମ୍ଳ ପାଇଁ ଖତସାର ପ୍ରୟୋଗ ଯେ ନିହାତି ଆବଶ୍ୟକ ତାହା ସୂଚାଇଥିଲେ । ଉପକୂଳ ଅଂଚଳର ଚାଷୀମାନେ ସାଧାରଣୀତଃ ଅତ୍ୟଧିକ ମାତ୍ରାରେ ଯବକ୍ଷାରଜାନ ସାର ଏବଂ ଫସଫରସ ସାର ପ୍ରୟୋଗ କରୁଥିବାବେଳେ ପଟାସର ପ୍ରୟୋଗ ଖୁବ୍ କମ୍ କରନ୍ତି । ବୈଜ୍ଞାନିକ ଅନୁମୋଦନ ଅନୁଯାୟୀ ଏହି ତିନି ପ୍ରକାର ସାରର ଏକ ନିର୍ଦ୍ଦିଷ୍ଟ ଅନୁପାତରେ ପ୍ରୟୋଗ କରିବା ଆବଶ୍ୟକ, ଯାହାକି ସ୍ଥଳ ବିଶେଷରେ ଅବଲମ୍ବନ ହେବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଶିବିରରେ ଭଦ୍ରକ ଜିଲ୍ଲାର ସାତଟି ବ୍ଲକ୍ର ପ୍ରାୟ ୨୫୦ ଜଣ କୃଷକ ଓ କୃଷିଜୀବୀ ମହିଳା ଓ ୫୦ରୁ ଊଦ୍ଧ୍ୱର୍ ସରକାରୀ ପଦାଧିକାରୀ ଗଣ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*