କେନ୍ଦ୍ରୀୟ ବିଦ୍ୟାଳୟର ୧୮୪ଟି ଶ୍ରେଣୀଗୃହ ହେବ ସ୍ମାର୍ଟ କ୍ଲାସରୁମ୍‌ : ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାର ୯ଟି କେନ୍ଦ୍ରୀୟ ବିଦ୍ୟାଳୟରେ ୧୮୪ଟି ଶ୍ରେଣୀଗୃହ ହେବ ସ୍ମାର୍ଟ କ୍ଳାସ୍‌ରୁମ । ଏ ବାବଦରେ ପେଟ୍ରୋଲିୟମ ବିଭାଗ ପକ୍ଷରୁ ୪କୋଟି ଟଙ୍କା ବିନିଯୋଗ କରାଯିବ । କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ପଢୁଥିବା ବିଭିନ୍ନ ଅର୍ଥନୈତିକ ଓ ସାମାଜିକ ବର୍ଗର ପିଲାମାନଙ୍କ ପାଇଁ ବହୁତ ବଡ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱର ଠାରେ ସୁନ୍ଦରଗଡର କୁତ୍ରା ଏବଂ କଟକର ମୁନ୍ଦଳି ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ, କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ଓଏନ୍ଜିସି ସହାୟତାରେ ସ୍ମାର୍ଟ ଶ୍ରେଣୀଗୃହ ପ୍ରକଳ୍ପର ଉଦ୍ଘାଟନ ଏବଂ ଉଦୟଗିରି ଓ ଖନ୍ଦଗିରି ଗୁମ୍ଫାଠାରେ ମିଳିତ ପର୍ଯ୍ୟଟକ ସୁବିଧାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରରେ ଆଜି ଗୋଟେ ନୂଆ ଅଧ୍ୟାୟ ଶିକ୍ଷା ବ୍ୟବସ୍ଥାରେ ଯୋଡା ହୋଇପାରିଲା । ଗତବର୍ଷ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ ଭବନ ଲୋକାର୍ପଣ ଉତ୍ସବ ଅବସରରେ ଏହି କଳ୍ପନା କରାଯାଇଥିଲା । ଏଠିକାର ପିଲାମାନଙ୍କୁ ପାଇଲଟ ମୁଡରେ ଶତ ପ୍ରତିଶତ ସ୍ମାର୍ଟ କ୍ଲାସରୁମ ମାଧ୍ୟମରେ ପଢାଇବା ଏବଂ ଏହାଦ୍ୱାରା କେବଳ ପାଠ୍ୟଖସଡାରେ ଥିବା ବିଷୟ ଗୁଡିକ ନୁହେଁ, ଅନେକ ନୂଆ ବିଷୟ ଗୁଡିକ ମଧ୍ୟ ଯୋଡାଯାଇ ପାରିବ ।
ସେହିପରି ସୁନ୍ଦରଗଡ ଜିଲ୍ଲାର କୁତ୍ରା ଏବଂ କଟକର ମୁନ୍ଦଳି ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ହୋଇଛି । ଏହି ଦୁଇଟି ସ୍ଥାନରେ ୩୩ କୋଟି ଟଙ୍କା ବ୍ୟୟବରାଦରେ ଦୁଇଟି ଭବ୍ୟ ସ୍କୁଲ ନିର୍ମାଣ ହେବ । ଏହା କେବଳ ସେହି ଅଂଚଳର ପିଲା ନୁହେଁ ବରଂ ଓଡିଶାର ପିଲାଙ୍କ ପାଠ ପଢାରେ ବଡ ସହାୟକ ହେବ । ଏହା ବ୍ୟତୀତ ଖନ୍ଦଗିରି ଠାରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ (ଏଏସ୍ଆଇ) ତରଫରୁ ଅନେକ ଗୁଡିଏ ପର୍ଯ୍ୟଟନ ଗୁଡିକୁ ପ୍ରକ୍ଷାତ୍ ଦେଲା ଭଳି କାର୍ଯ୍ୟକ୍ରମକୁ ମଧ୍ୟ ଆରମ୍ଭ ହୋଇଛି । ଐତିହାସିକ ଖନ୍ଦଗିରି ଗୁମ୍ଫାରେ ଓଡିଶାର ପର୍ଯ୍ୟଟନ ବୃଦ୍ଧି କରିବା ପାଇଁ ଏପରି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ଏଏସ୍ଆଇକୁ ଧନ୍ୟବାଦ ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*