କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟିତ କଲେ ଲିଙ୍ଗରାଜ ଚ୍ୟାଲେଞ୍ଜ ଭଲିବଲ୍

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଭୁବନେଶ୍ୱରରେ ଶନିବାର ଲିଙ୍ଗରାଜ କ୍ରୀଡା ସଂଘ ତରଫରୁ ଆୟୋଜିତ ସର୍ବଭାରତୀୟ ଲିଙ୍ଗରାଜ ଚ୍ୟାଲେଞ୍ଜ ଦିବାରାତ୍ର ଭଲିବଲ୍ ପ୍ରତିଯୋଗୀତାର ଦ୍ୱାଦଶ ସଂସ୍କରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଦୁଇଦିନିଆ ପ୍ରତିଯୋଗୀତା ସ୍ଥାନୀୟ ଅଞ୍ଚଳ ତଥା ରାଜ୍ୟ ପାଇଁ ନିଶ୍ଚିତ ଭାବେ ସୁନାମ ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଖେଳକୁ ପୋ୍ରତ୍ସାହନ ଦେବାର ଲକ୍ଷ୍ୟ ନେଇ ଏଭଳି ଏକ ପ୍ରତିଯୋଗୀତା ଆୟୋଜନ କରିଥିବାରୁ କ୍ରୀଡା ସଂଘର ସମସ୍ତ କର୍ମକର୍ତ୍ତାଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଥିଲେ । ପ୍ରତିଯୋଗିତାର ପ୍ରଥମ ଦିନ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ଡିଏଲଡବ୍ଲୁକୁ, ରାଇଜିଂ କ୍ଳବ ତାମିଲନାଡୁ କ୍ରୀଡ଼ା ଛାତ୍ରାବାସକୁ ଏବଂ ଆନ୍ଧ୍ରପ୍ରଦେଶ ଭୁବନେଶ୍ୱର ଛାତ୍ରାବାସକୁ ହରାଇଛି । ରବିବାର ସେମି ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*