କାଳୀପୂଜା ଓ ମେଲଣ ପାଇଁ ପ୍ରସ୍ତୁତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବ୍ୟାସନଗର

କାଳୀପୂଜା ଓ ମେଲଣ ଉତ୍ସବ ପାଇଁ ଯାଜପୁର ରୋଡ ଆଦର୍ଶ ଥାନାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ୧୩ଟି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । କାଳୀପୂଜା ୨୭ ତାରିଖଠାରୁ ଆରମ୍ଭ ହୋଇ ୬ ତାରିଖରେ ମେଲଣ ଉତ୍ସବ ଅନୁଷ୍ଠିତ ହେବ । ୧୧ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାଳୀପୂଜା ଓ ମେଲଣ ଉତ୍ସବ ସମ୍ପର୍କରେ ଆଇନ୍ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ୍ ସମସ୍ୟା, ଡାକବାଜି ଯନ୍ତ୍ର, ସାଂସ୍କୃତିକ କାର୍ଯ୍ୟକ୍ରମର ସମୟସୀମା, ସ୍ଥାନ ଏବଂ ସମୟ, ଶାନ୍ତି କମିଟିର ଭୂମିକା, ପୂଜା କମିଟି ସଦସ୍ୟମାନଙ୍କର କାର୍ଯ୍ୟ, ଅଗ୍ନି ନିର୍ବାପକ ଯନ୍ତ୍ର, ପରିମଳ, ବିଦୁ୍ୟତ୍, ରାସ୍ତାଘାଟ ମରାମତି ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଦର୍ଶ ଥାନା ଅଧିକାରୀ ଅନିଲ୍ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତା ବୈଠକରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ରୋଡ ଏସ୍ଡିପିଓ କେଦାର ନାଥ ସାହୁ, କୋରେଇ ଥାନା ଅଧିକାରୀ ରଞ୍ଜିତ୍ ମହାନ୍ତି, ଯାଜପୁର-କେଉଁଝର ରେଳଷ୍ଟେସନ୍ ଆର୍ପିଏଫ୍ ଥାନା ଅଧିକାରୀ ରମାକାନ୍ତ ବାରିକ, ବ୍ୟାସନଗର ତହସିଲଦାର ନିରଞ୍ଜନ ବେହେରା ଓ ୧୩ଟି ପୂଜା କମିଟିର ସଭାପତି, ସମ୍ପାଦକ, ବରିଷ୍ଠ ସଦସ୍ୟ ଓ ଶାନ୍ତି କମିଟିର ପ୍ରଫୁଲ୍ଲ କୁମାର ବୋଇତାଇ ପ୍ରମୁଖ ବହୁ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଏହି ବୈଠକରେ ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*