କାର୍‌ରେ ହେଲମେଟ୍‌ ପିନ୍ଧି ନଥିଲେ ବୋଲି ଚାଲାଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପୁଲିସ୍‌ କମିଶନର କହିଥିଲେ ତାଙ୍କ କର୍ମଚାରୀ ଝଗଡ଼ାପତ୍ର କରିବେନି । ଚାଲାଣ ପହଞ୍ଚି ଯିବ ଘରେ । ନଦେଲେ ପରେ ସୁଧ ସହ ତନ୍ଦି ହବ । କାରଣ ଚାରିଆଡେ ସିସି ଟିଭି କୁଆଡେ ଲଗେଇଦେଇଛନ୍ତି ସରକାର । ନଜର ରଖିବ ସିସି ଟିଭି । କିନ୍ତୁ ଏମିତି ନଜର ରଖିଛି ଯେ, କାର୍‌ ଭିତରେ ଚାଳକ ଓ ସହଯାତ୍ରୀ ହେଲମେଟ୍‌ ପିନ୍ଧି ନଥିଲେ ବୋଲି ଘରକୁ ଆସିଛି ହଜାର ଟଙ୍କାର ଚାଲାଣ । ଏମିତି ଯଦି ଚାଲାଣ କାଟିବେ ସରକାର, ତେବେ ପୁଣି ଲୋକେ ତାତିବେ ଓ ନିର୍ଧୁମ ପିଟିଲେ ଲୋକେ ବରଂ ଖୁସି ହେବେ ।
ଏହି ଚାଲାଣ ଦେଖିଲେ ଲାଗୁଚି ସିସି ଟିଭି ଗଞ୍ଜେଇ ଖାଇଥିବ କିମ୍ବା ଯିଏ ଚାଲାଣ ଇସୁ କଲା, ସିଏ ବିଶୁଦ୍ଧ ମଣିପୁରୀ ଗଞ୍ଜେଇ ପୁଳାଏ ଟାଣିଥିବ । ଚାଲାଣରେ ଲେଖାଅଛି ମୋଟର କାର୍‌ । ନମ୍ବର ଓଡି-୦୫ଏଫ୍‌ ୯୧୨୦ । ଗାଡ଼ି ମାଲିକାଣି ହେଲେ ତପଜା ମିଶ୍ର । ଅଭିଯୋଗ ହେଲା ଡ୍ରାଇଭର ଓ ସହଯାତ୍ରୀ ବିନା ହେଲମେଟ୍‌ରେ ଗାଡ଼ି ଚଲଉଥିଲେ । ତେଣୁ ଆଇନ୍‌ ଅନୁସାରେ ସେମାନେ ଜରିମାନା ଦବାକୁ ବାଧ୍ୟ ।
ଏମିତି କିଏ ଅଛି ଯେ କାର୍‌ ଭିତରେ ହେଲମେଟ୍‌ ପିନ୍ଧି ଗାଡ଼ି ଚଲାଏ? ଯଦି ଏମିତି ଜରିମାନା ଆଦାୟ କରିବାକୁ ବାହାରିବ ପୁଲିସ୍‌ ତେବେ ଭୁବନେଶ୍ୱରରେ ରାଜମହଲ ଛକରେ ଯଉଁ ଲଙ୍କାକାନ୍ଦ ହୋଇଥିଲା, ସେମିତି କାନ୍ଦ କଟକରେ ବି ହେବ । ରବିବାର ଦିନ ଜଣେ କଟକୀ ଯୁବତୀଙ୍କ ଠିଆ ଧମକ ପରେ ଏବେ ଯେଉଁ ଚାଲାଣ ଆସିଛି ସାମ୍ନାକୁ, ଲାଗୁଛି ଲୋକେ ତାତିବାକୁ ବେଶି ଡେରି ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*