କଳାକାରକୁ ଅଗ୍ରାଧିକାର ମିଳୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର
ଓଡ଼ିଶାର ପୂରାତନ ଯାତ୍ରା କଳାକୁ ଲୋକକଳା ବା ଲୋକନାଟକର ସ୍ୱୀକୃତି ମିଳୁ । ସରକାରୀ ଲୋକ ମହୋତ୍ସବ ବା ଜିଲ୍ଲା ମହୋତ୍ସବ ଗୁଡ଼ିକରେ ଯାତ୍ରା ପରିବେଷଣକୁ ସାମିଲ କରିବା ଦାବିରେ ଓଡ଼ିଶା ଯାତ୍ରା କଳାକାର ସଂଘ ବୁଧବାର ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଦୀର୍ଘବର୍ଷ ଓଡ଼ିଶାର କଳା, ସଂସ୍କୃତିକୁ ଲୋକ ନାଟ୍ୟ ବା ଯାତ୍ରାରେ ପରିବେଷଣ କରୁଛନ୍ତି ଯାତ୍ରା କଳାକାର ମାନେ । କଳା, ସଂସ୍କୃତିକୁ ବଞ୍ଚାଇ ରଖିଥିବା ସତ୍ୱେ ବି ଯାତ୍ରା କଳାକାରଙ୍କୁ କୌଣସି ପ୍ରକାର ଅଗ୍ରାଧିକାର ମିଳିନି ।
ଯାତ୍ରା କଳାକାରଙ୍କର ବିଭିନ୍ନ ସମସ୍ୟାକୁ ଭିତ୍ତି କରି କଳାକାର ସଂଘ ବୁଧବାର ୧୨ ଦଫା ଦାବି ନେଇ ବିକ୍ଷୋଭକୁ ଓହ୍ଲାଇଥିଲା । ଯାତ୍ରା କଳାକାରଙ୍କୁ ୫ ଲକ୍ଷ ଟଙ୍କାର ଜୀବନ ବୀମା, କର୍ମଚାରୀ ଓ କଳାକାରଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ସଂଘ ଦାବି କରିଛି । ଯାତ୍ରା ନାଟ୍ୟକାରଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୟନ ପ୍ରକ୍ରିୟାରେ ସାମିଲ କରେଇବା ସକାଶେ ସଂଘ ପ୍ରମୁଖ ଦାବି ରଖିଛି । ଯାତ୍ରା ନାଟକ ପୁସ୍ତକୁ ଗୁଡ଼ିକୁ ରାଜା ରାମମୋହନ ରାୟ ପାଠାଗାରରେ ଉପଲବ୍ଧ କରେଇବା ଓ ବେସରକାରୀ କର୍ମଚାରୀଙ୍କ ଲାଗି ଥିବା ସରକାରୀ ସୁବିଧା ଓ ସହାୟତା ଯୋଗାଇ ଦେବାକୁ କଳାକାର ସଂଘ ଦାବି ଉପସ୍ଥାପନ କରିଛି । ବରିଷ୍ଠ କଳାକାରମାନଙ୍କୁ ମିଳୁଥିବା କଳାକାର ଭତ୍ତାକୁ ୧୨୦୦ ଟଙ୍କାରୁ ବୃଦ୍ଧି କରି ୩ ହଜାର ଟଙ୍କା କରିବା ରହିଛି ମୁଖ୍ୟ ଦାବି । ପୁରୀ ସହର, କଟକ ସହର, ବ୍ରହ୍ମପୁର ସହର ଓ ବରଗଡ଼ ଜିଲ୍ଲାରେ ଯାତ୍ରା ପରିବେଷଣ ପାଇଁ ଥିବା ପ୍ରତିବନ୍ଧକକୁ ଉଠେଇ ସେହି ଜିଲ୍ଲା ଗୁଡ଼ିକରେ ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦିଅନ୍ତୁ ବୋଲି ସଂଘର କର୍ମକତ୍ତା ଦାବି କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*