କର୍ମଚାରୀଙ୍କୁ ୫ବର୍ଷର ବାଧ୍ୟତାମୂଳକ ଛୁଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ସରକାରୀ ବିମାନ କମ୍ପାନୀ ଏୟାର ଇନ୍ଦିଆ ନିଜର କିଛି କର୍ମଚାରୀଙ୍କୁ ୬ମାସରୁ ୫ ବର୍ଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଛୁଟିରେ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଦକ୍ଷତା, ସ୍ୱାସ୍ଥ୍ୟ ଏବଂ ଆବଶ୍ୟକତା ଆଧାରରେ ଏହି କର୍ମଚାରୀଙ୍କ ଚିହ୍ନଟ ଆରମ୍ଭ ହୋଇଛି ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଯୋଜନା ସ୍ଥାୟୀ କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ପଠାଇବାକୁ ଆରମ୍ଭ ହୋଇଛି । ଜୁଲାଇ ୭, ୨୦୨୦ରେ ଅନୁଷ୍ଠିତ ନିଦେ୍ର୍ଦଶକ ମନ୍ଦଳୀର ୧୦୨ତମ ବୈଠକରେ ଏହି ଯୋଜନାକୁ ମଂଜୁରୀ ଦିଆଯାଇଛି । ଏଥିରେ ୬ମାସରୁ ୨ବର୍ଷ ପର୍ଯ୍ୟନ୍ତ ଛୁଟିରେ ଯିବାର ପ୍ରାବଧାନ ଥିଲାବେଳେ ଏହାକୁ ୫ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇପାରେ । ନିଦେ୍ର୍ଦଶରେ କୁହାଯାଇଛି ଯେ, ଏପରି କର୍ମଚାରୀଙ୍କ ନାମକୁ ଅଧ୍ୟକ୍ଷ ଏବଂ ପରିଚାଳନା ନିଦେ୍ର୍ଦଶକ ଆବଶ୍ୟକ ମଂଜୁରୀ ପାଇଁ ମୁଖ୍ୟାଳୟର ମହାପ୍ରବନ୍ଧକଙ୍କୁ ଅବଗତ କରାଇବେ ।ସୂଚନାଯୋଗ୍ୟ ଯେ, ପୂର୍ବରୁ ବଡ ଆର୍ଥିକ କ୍ଷତି ସହୁଥିବା ଏବଂ ଋଣ ଭାରରେ ବୁଡି ରହିଥିବା ଏୟାର ଇନ୍ଦିଆ ପାଇଁ କରୋନା ମହାମାରୀ ବଡ ବିପଦ ଆଣିଛି । ଯାତ୍ରା କଟକଣା କାରଣରୁ କମ୍ପାନୀର ଆର୍ଥିକ କ୍ଷତି ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏୟାର ଇନ୍ଦିଆ ପକ୍ଷରୁ କର୍ମଚାରୀଙ୍କୁ ଛୁଟିରେ ପଠାଇବାର ପଦକ୍ଷେପ ଆରମ୍ଭ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*