କର୍ଣ୍ଣାଟକ ଉପ-ନିର୍ବାଚନ କୁମାରସ୍ୱାମୀଙ୍କ ସମର୍ଥନକୁ ପ୍ରତ୍ୟାଖ୍ୟାନ କଲେ ୟେଦିରପ୍ପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବେଙ୍ଗାଲୁରୁ
ଜଦଧ ନେତା ତଥା ପୂର୍ବମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିରପ୍ପା ଯେଉଁ ସମର୍ଥନ ପ୍ରସ୍ତାବ ଦେଇଛନ୍ତି ତାକୁ ଖାରଜ କରିଛନ୍ତି ୟେଦିରପ୍ପା । କୁମାରସ୍ୱାମୀ କହିଥିଲେ ଯେ, ଯଦି ୫ତାରିଖରେ ହେବାକୁ ଥିବା ଉପ-ନିର୍ବାଚନରେ ସରକାରଙ୍କୁ ବଞ୍ଚିବା ପାଇଁ ଆବଶ୍ୟକ ୬ଟି ଆସନ ନ ମିଳେ ତେବେ ଆମେ ସମର୍ଥନ ଦେବୁ ।
କୁମାରସ୍ୱାମୀଙ୍କ ଏହି ପ୍ରସ୍ତାବକୁ ଖାରଜ କରି ୟେଦିରପ୍ପା କହିଛନ୍ତି ଯେ, ଆମେ କର୍ଣ୍ଣାଟକକୁ ଜଦଧ ଏବଂ କଂଗ୍ରେସ ମୁକ୍ତ କରିବାର ନିଷ୍ପତ୍ତି ନେଇଛୁ । ଅନ୍ୟପଟେ ଭାଜପାର ରାଜ୍ୟ ମହାସଚିବ ଅରବିନ୍ଦ ଲିମ୍ବାୱେଲି ସଂକେତ ଦେଇଛନ୍ତି ଯେ, ବିରୋଧୀ ଦଳର ବିଧାୟକ ଏବେ ବି ଭାଜପାକୁ ଆସିବାକୁ ପ୍ରସ୍ତୁତ । ଜଦଧର ଅନେକ ନେତା ଭାଜପା ସମ୍ପର୍କରେ ଅଛନ୍ତି । ୟେଦିରପ୍ପା କହିଛନ୍ତି ଆମେ ଉପ-ନିର୍ବାଚନରେ ୧୫ ରୁ ୧୫ଟି ଆସନ ଜିତିବୁ, କାହାର ସମର୍ଥନର ଆବଶ୍ୟକତା ନାହିଁ । ତେବେ କଂଗ୍ରେସ ବିଧାୟକ ଦଳର ନେତା ସିଦ୍ଧରମୈୟା କହିଛନ୍ତି ଆମେ ଭାଜପାକୁ ସମର୍ଥନ ଦେଉନାହୁଁ, ଖୁବ୍‌ଶୀଘ୍ର ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*