କରୋନା ରୋଗରୁ ରକ୍ଷା ପାଇବା ପାଇଁ ଅଞ୍ଜନଙ୍କ ନିଆରା ପ୍ରୟାସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ସମ୍ପ୍ରତି ସାରା ବିଶ୍ୱରେ କରୋନା ଭାଇରସ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତବାସୀ କରୋନାକୁ ନେଇ ଏବେ ଆତଙ୍କିତ । ବର୍ତ୍ତମାନ ଭାରତରେ କରୋନାକୁ ମହାମାରୀ ରୂପ ଦିଆଯାଇଛି । ଓଡ଼ିଶାରେ ଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ସାରା ରାଜ୍ୟରେ ବିଭିନ୍ନ ସଂଗଠନ ତରଫରୁ କରୋନା ଭାଇରସକୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ ସମାଜସେବୀ ଅଞ୍ଜନ ନାଥ କରୋନା ରୋଗରୁ ରକ୍ଷା ପାଇବା ପାଇଁ ଏକ ନିଆରା ଢଙ୍ଗରେ ପ୍ରୟାସ ଜାରି ରଖିଛନ୍ତି । ଅଞ୍ଜନ ଏକ ଅଟୋରିକ୍ସା ସାହାଯ୍ୟରେ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଲୋକମାନଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟି ·ଲିଛନ୍ତି । ସେ ଲୋକମାନଙ୍କୁ ହାତ ପରିଷ୍କାର ଦେଖାଯାଉଥିଲେ ମଧ୍ୟ ସାବୁନ୍ରେ ବାରମ୍ବାର ହାତ ଧୋଇବା, କାଶ, ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ, ମାସ୍କ ଦ୍ୱାରା ଘୋଡ଼ାଇ ରଖିବା, ବ୍ୟବହୃତ ଟିସୁ ପେପରକୁ ଯଥାଶୀଘ୍ର ଢାଙ୍କୁଣୀ ଥିବା ଡ଼ଷ୍ଟବିନ୍ରେ ପକାଇବା, ଯଦି ଆପଣ ଜ୍ୱର, କାଶ କିମ୍ବା ଶ୍ୱାସକି୍ରୟାରେ କଷ୍ଟ ଅନୁଭବ କରୁଛନ୍ତି, ତେବେ ଯଥାଶୀଘ୍ର ଡ଼ାକ୍ତରଙ୍କ ସହ ପରାମର୍ଶ କରିବା ସହିତ ଅନ୍ୟମାନଙ୍କ ଠାରୁ ଦୂରେଇ ରହିବା ଏବଂ ଡାକ୍ତରଖାନା ଯିବା ସମୟରେ ମାସ୍କ ପିନ୍ଧି ଯିବା, ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଯଥେଷ୍ଟ ଦୂରେଇ ରହିବା, ଆଖି, ନାକ ଏବଂ ପାଟିକୁ ହାତରେ ସ୍ପର୍ଶ କରନ୍ତୁ ନାହିଁ ଏବଂ ସର୍ବସାଧାରଣ ସ୍ଥାନମାନଙ୍କରେ ଛେପ, ଖଙ୍କାର ଆଦି ନ ପକାଇବାକୁ ଆଦି ସଚେତନ କରାଇଛନ୍ତି । ଅଞ୍ଜନଙ୍କର ଏଭଳି ପ୍ରୟାସକୁ ରାଜଧାନୀବୀସୀ ଭୂୟସୀ ପ୍ରଶଂସା କରିବା ସହିତ ଏଭଳି ସଚେତନ କାର୍ଯ୍ୟକ୍ରମ ଜାରି ରଖିବାକୁ ଉତ୍ସାହିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*