କରୋନା ନେଲା କ୍ରିକେଟରଙ୍କ ଜୀବନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦେଶର ରାଜଧାନୀ କ୍ଷେତ୍ରରେ ଜଣେ କ୍ଳବ କ୍ରିକେଟର ଭାବରେ ଖୁବ୍‌ ଖ୍ୟାତି ଅର୍ଜନ କରିଥିବା ତଥା ବୀରେନ୍ଦ୍ର ସେହ୍ୱାଗ ଓ ଗୌତମ ଗମ୍ଭୀରଙ୍କ ପରି ଖେଳାଳିଙ୍କ ସହ ଖେଳିଥିବା ସଂଜୟ ଦୋବାଲଙ୍କ ମୃତ୍ୟୁ କରୋନା ଲକ୍ଷଣ ଦେଖାଯିବାରେ ସଂଜୟଙ୍କୁ ବାରାହଗଡ଼ର ଏକ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ପରେ ଦ୍ୱାରକାର ଏକ ଡାକ୍ତରଖାନାକୁ ନିଆଯାଇଥିଲା । ପ୍ଳାଜାମ ଟ୍ରିଟମେଣ୍ଟ କରାଯାଇଥିଲେ ବି ତାହା କାର୍ଯ୍ୟ କରିନଥିଲା । ସଂଜୟଙ୍କ ପାଇଁ ପ୍ଳାଜାମା ସଂଗ୍ରହ ସକାଶେ ଗୌତମ ଗମ୍ଭୀର ବଡ଼ ପ୍ରୟାସ କରିଥିଲେ । ୫୩ବର୍ଷିୟ ସଂଜୟ ପତ୍ନୀ ଓ ଦୁଇ ପୁଅଙ୍କୁ ଛାଡି ଯାଇଛନ୍ତି । ତାଙ୍କ ବଡ ପୁଅ ସିଦ୍ଧାନ୍ତ ରାଜସ୍ଥାନ ପକ୍ଷରୁ ରଣଜୀ ଟ୍ରଫି ଖେଳୁଥିଲା ବେଳେ ସାନପୁଅ ଏକାଂଶ ଦିଲ୍ଲୀ ୨୩ବର୍ଷରୁ କମ୍‌ ଦଳର ସଦସ୍ୟ । ଏୟାର ଇନ୍ଦିଆ ଏବଂ ସୋନେଟ୍‌ କ୍ଳବ ପକ୍ଷରୁ ବହୁ ବର୍ଷ ଖେଳିଥିବା ସଂଜୟ ଫିରୋଜଶାହା କୋଟଲା ପଡିଆକୁ ଆସୁଥିଲେ ନିୟମିତ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*