କଉଁଠି ଅଛନ୍ତି କେନ୍ଦ୍ରାପଡ଼ାର ଡାଇଲଗ୍‌ମରା ହିରୋ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ସବୁବେଳେ କୌଣସି ନା କୌଣସି କାରଣ ପାଇଁ କେନ୍ଦ୍ରାପଡ଼ା ଚର୍ଚ୍ଚାରେ । ଏକେତ ଜିଲାର କେହି ମନ୍ତ୍ରୀ ହବାକୁ ଯୋଗ୍ୟ ନୁହଁନ୍ତି । ଗୋଟିଏ ବିଧାନସଭା ଆସନ ପାଟକୁରା କଥା କୁଆଡ଼େ ନିଜେ ବୁଝୁଚନ୍ତି ମୁଖିଆ । ମୋ ମୁହଁକୁ ଚାହିଁ ଶଙ୍ଖକୁ ଭୋଟ୍‌ ଦିଅ ବୋଲି ଗଲା ବର୍ଷ ଜୁଲାଇ ମାସରେ ନିଜେ କହିଥିଲେ ମୁଖିଆ । ବାହାଘର ସରିଲା ପରେ ବେଦୀ ମୁହଁ ପୋଡା । ଆଉ ପାଟକୁରା କିଏ ନା ମୁଖିଆ କିଏ? ଛାଡନ୍ତୁ ପାଟକୁରା କଥା । ଧରନ୍ତୁ କେନ୍ଦ୍ରାପଡାକୁ ।
କେନ୍ଦ୍ରାପଡା ଲୋକସଭା ନିର୍ବାଚନରେ ଅନୁଭବଙ୍କୁ ଛିଡା କରାଇଥିଲା ଶଙ୍ଖ ପାର୍ଟି ପଦ୍ମ ଦଳର ଜୟପନ୍ଦାଙ୍କ ବିରୋଧରେ । କି ଲମ୍ବା ଚଉଡା ଭାଷଣ ମାରିନଥିଲେ ଅନୁଭବ? ସିଏ କୁଆଡ଼େ ଥିଲେ ଅସଲ ଷଣ୍ଢ । ପନ୍ଦାଙ୍କୁ ହରାଇବା ପରେ ଏହି ଷଣ୍ଢ ମାର୍କା ଶଙ୍ଖ ନେତା କି ଡାଇଲଗ୍‌ ମାରିନଥିଲେ ସତେ! ହେଲେ ଏବେ ଗଲେ କୁଆଡ଼େ? କିଏ କହୁଚି କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ଆଉ କିଏ କହିଲାଣି ମୁଖିଆ ବାହାରୁନାହାଁନ୍ତି ବୋଲି ସେହି ପ୍ରେମରେ ସିଏ ବି ବାହାରୁ ନାହାଁନ୍ତି ।
କେନ୍ଦ୍ରାପଡାରୁ ସୁରେନ୍ଦ୍ର ଦ୍ୱିବେଦୀ, ସୁରେନ୍ଦ୍ର ମହାନ୍ତି, ବିଜୁ ପଟ୍ଟନାୟକ ହେରିକା ଯାଇଥିଲେ ଦିଲ୍ଲୀ । ସେହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମନ୍ଦଳୀ ପାଇଁ ଶେଷକୁ ମୁଖିଆ ବାଛିଥିଲେ ଡାଇଲଗ୍‌ ମରା ଓ ଶିକ୍ଷା ସାର୍ଟିଫିକେଟ୍‌ ଜାଲ୍‌ କରିଥିବା ଜଣେ ହିରୋଙ୍କୁ । କିନ୍ତୁ ଅସଲ ବେଳରେ ଭାରି ପଡନ୍ତେ ସିନା ହିରୋ? ଦେଖା ନାହିଁ କି ଶୁଣା ନାହିଁ ।
ଏହି ଜିଲାରେ ଆବାସ ଦୁର୍ନୀତି । ଏହି ଜିଲାରେ ରାସନ ଦୁର୍ନୀତି । ଶେଷରେ ଏହି ଜିଲାରେ ମଦ ଦୁର୍ନୀତି । ଯେମିତି କି ଜିଲାଟା ସାରା ଖାଲି ଦୁର୍ନୀତି ହିଁ ଦୁର୍ନୀତି । ଲକ୍‌ଡାଉନ୍‌ ସମୟରେ ସବୁ ମଦ ଦୋକାନରୁ ଗାଏବ ହେଇଗଲା ମଦ । ବାହାରେ ସିଲ ଭିତରେ ଢିଲ୍‌ । ଯଉଁଠି ନେତାମାନେ କ୍ୱାରେଣ୍ଟାଇନ୍‌ରେ, ହିରୋମାର୍କା ଅନୁଭବ କଉଁଠି ଅଛନ୍ତି ଜଣାନାହିଁ, ସେଇ ଜିଲାରେ ସରକାର ଅଫିସରମାନେ ମାଫିଆଙ୍କ ସାଙ୍ଗେ ଥେଇଥେଇ ନାଚିଲେ ରୋକିବ କିଏ?
ଜୟପନ୍ଦା ହାରି ମଧ୍ୟ ରାଜ୍ୟବାହାରେ ବିପଦରେ ପଡିଥିବା ଓଡ଼ିଆଙ୍କୁ ଆଣିବା ପାଇଁ ବନେ୍ଦାବସ୍ତ କରୁଚନ୍ତି । କିନ୍ତୁ ଜୟଙ୍କୁ ହରାଇ ଯଉଁ ହିରୋ ନିଜକୁ ବିଶ୍ୱବିଜୟୀ ବୋଲି ଭାବିଥିଲେ ସିଏ ଏବେ କଉଁଠି ଅଛନ୍ତି ଜଣାଇଲେ ତାଙ୍କୁ ମଧ୍ୟ କେନ୍ଦ୍ରାପଡା ଆଣିବା ପାଇଁ ଲୋକେ ଅର୍ଥ ଓ ଗାଡି ବ୍ୟବସ୍ଥା କରନ୍ତେ ବୋଲି ସାମାଜିକ କର୍ମକର୍ତ୍ତାମାନେ କହିଚନ୍ତି । ଦେଖାଯାଉ ଅନୁଭବ ବାବୁ ଭିଡିଓ ବନେଇ ମୋତେ ନେଇଯାଅ ବୋଲି କେବେ କହୁଚନ୍ତି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*