ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୯‘ସମ୍ମାନୀତ ବ୍ୟକ୍ତିଗଣ କେବଳ ଓଡ଼ିଶାର ନୁହଁନ୍ତି, ସାରା ବିଶ୍ୱର ଉକ୍ରର୍ଷ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର

ରବିବାର ସ୍ଥାନୀୟ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ ଉତ୍ସବ । ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ପ୍ରସିଦ୍ଧ ସମ୍ମାନ ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ କହିଥିଲେ ଯେ, ଉତ୍କର୍ଷ ସମ୍ମାନରେ ସମ୍ମାନୀତ ବ୍ୟକ୍ତିଗଣ କେବଳ ଓଡ଼ିଶାର ଉତ୍କର୍ଷ ନୁହେଁ ଅଧିକନ୍ତୁ ସାରା ବିଶ୍ୱର ଉତ୍କର୍ଷ ଅଟନ୍ତି । ରାଜ୍ୟର ବିଶିଷ୍ଟ ବ୍ୟକ୍ତିଗଣ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପାରଦର୍ଶିତା ଦେଖାଇ କେବଳ ରାଜ୍ୟରେ ନୁହେଁ ସାରା ବିଶ୍ୱରେ ନିଜର ଉତ୍କର୍ଷ ପରିଚୟ ଦେଇପାରିଛନ୍ତି । 

ସମାଜର ଉନ୍ନତି କେବଳ ଅର୍ଥନୀତି ଦ୍ୱାରା ବୃଦ୍ଧି ହୋଇନଥାଏ । ସଂସ୍କୃତି, ସାହିତ୍ୟ ଓ ଐତିହ୍ୟର ଅଭିବୃଦ୍ଧି ମଧ୍ୟ ସମାଜର ଉନ୍ନତିରେ ସାହାଯ୍ୟ କରିଥାଏ । ଏହି ଉତ୍ସବରେ ପୁରସ୍କୃତ ହୋଇଥିବା ବ୍ୟକ୍ତିଗଣ ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜ ଉତ୍କର୍ଷ ପାରଦର୍ଶିତା ଦେଖାଇଥିବାରୁ ସେମାନେ ଆଜି ଏହି ଉତ୍କର୍ଷ ସମ୍ମାନ ପାଇଛନ୍ତି ବୋଲି ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର କହିଥିଲେ ।
ଏହି ଉତ୍ସବରେ ୧୭ ଜଣ ପ୍ରସିଦ୍ଧ ପ୍ରତିଭାଙ୍କ ସମେତ ୩ଟି ଅନୁଷ୍ଠାନକୁ ସମ୍ମାନ ପ୍ରଦାନ କରିଥିଲେ ଅତିଥିଗଣ । ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୯ରେ ପୁରସ୍କୃତ ହୋଇଥିବା ୧୭ଜଣ ପ୍ରାପକ ହେଲେ ସଙ୍ଗୀତରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର, କଳାରେ ପଦ୍ମଶ୍ରୀ ସୁଦର୍ଶନ ସାହୁ, ନୃତ୍ୟରେ ପଦ୍ମଶ୍ରୀ ଇଲିଆନା ସିତାରିସ୍ତି, ସମାଜସେବାରେ ଜଗଦାନନ୍ଦ, ସାହିତ୍ୟରେ ହରପ୍ରସାଦ ଦାସ, ନାଟକ କ୍ଷେତ୍ରରେ ଅଜିତ ଦାସ, ସିନେମାରେ ମହାଶ୍ୱେତା ରାୟ, ଲୋକସେବାରେ ଅରୁଣ ବୋଥ୍ରା, କ୍ରୀଡ଼ାରେ ଅନୁରାଧା ବିଶ୍ୱାଳ, ସାମ୍ବାଦିକତାରେ ସନ୍ଦୀପ ସାହୁ, ଉଦ୍ୟୋଗ କ୍ଷେତ୍ରରେ ଜଗଦୀଶ ପ୍ରସାଦ ନାୟକ, ପ୍ରେରଣା କ୍ଷେତ୍ରରେ ଅରୁଣ କୁମାର ସାବତ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ଅକ୍ଷୟ କୁମାର ରାଉତ, ନେତୃତ୍ୱ କ୍ଷେତ୍ରରେ ପି୍ରୟଦର୍ଶୀ ନାନୁ ପାଣି, ଶିକ୍ଷା କ୍ଷେତ୍ରରେ ସବିତା ପଟ୍ଟନାୟକ, ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ପ୍ରଶାନ୍ତ ସାହୁ ଓ ସମ୍ପଦ ପରିଚାଳନା କ୍ଷେତ୍ରରେ ତି୍ରନାଥ ଲେଙ୍କା ।
ଅନୁରୂପ ଭାବେ ୩ଟି ଅନୁଷ୍ଠାନ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍ଆର) କ୍ଷେତ୍ରରେ ଜାତୀୟ ଇସ୍ପାତ କମ୍ପାନୀ ନାଲ୍କୋ, ପ୍ରଶିକ୍ଷଣ କ୍ଷେତ୍ରରେ ବାଜିରାଓ ଆଇଏଏସ୍ ଏକାଡ଼େମୀ ଓ ଗୋଷ୍ଠୀ ଉନ୍ନୟନ କ୍ଷେତ୍ରରେ ସାଉଥ୍ ଓଡ଼ିଶା ଭଲୁ୍ୟଣ୍ଟାରୀ ଆକ୍ସନ (ସୋଭା) ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୯ ଗ୍ରହଣ କରିଛନ୍ତି । ଏହି ଅବସରରେ ସମ୍ମାନୀତ ବ୍ୟକ୍ତିତ୍ୱ ଓ ଅନୁଷ୍ଠାନ ବାବଦରେ ଉଲ୍ଲେଖ ଥାଇ ଏକ ପୁସ୍ତିକା ଉନ୍ମୋଚନ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*