ଓଡ଼ିଆ ଯୁବକଙ୍କ କମାଲ,ବଜାରକୁ ଛାଡ଼ିଲେ ‘ହେଲ୍‌ଥିୟସ’ କୁକିଂ ଅୟଲ ପ୍ୟୁରିଫାୟର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ଇନୋଭେସନ୍‌ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଚାକିରୀ ପଛରେ ନ ଗୋଡେଇ ନିଜକୁ ଆତ୍ମନିର୍ଭର କରିବା, ସମାଜ ପାଇଁ କିଛି ନୂଆ କରିବାର ଲକ୍ଷ ନେଇ ଆଗକୁ ଯିବାକୁ ଯୁବକ ମାନଙ୍କୁ ପରାମର୍ଶ ଏବଂ ସହଯୋଗ ମଧ୍ୟ ଦେଉଛନ୍ତି । ମୋଦୀ ସରକାରଙ୍କର ଏହି ଆହ୍ୱାନରେ ଏବେ ଯୁବପିଢି ଆକର୍ଷିତ ହୋଇ କିଛି ନୂଆ କରିବାର ଧାରାରେ ନିଜକୁ ସାମିଲ କରୁଛନ୍ତି । ଷ୍ଟାର୍ଟ ଅପ୍‌ ମାଧ୍ୟମରେ ସେମାନେ ଆଗକୁ ବଢିବାର ଉଦ୍ୟମ ଚଳାଇଛନ୍ତି । ଏହି କ୍ରମରେ ଦୁଇ ଓଡ଼ିଆ ଯୁବକ ଆସିଛନ୍ତି ବେଶ ଚର୍ଚ୍ଚାକୁ । ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନେ ରୋଷେଇ ପାଇଁ ବ୍ୟବହୃତ ତେଲକୁ କିପରି ଅଧିକ ସ୍ୱଚ୍ଛ କରି ହେବ ସେନେଇ ଉଦ୍ୟମ କରୁଛନ୍ତି । ଏନେଇ ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ଦୀର୍ଘ ବର୍ଷର ଗବେଷଣାର ଫଳାଫଳକୁ ଆଧାର କରି ବଜାରକୁ ଛାଡିଛନ୍ତି ହେଲଥିୟସ୍‌ କୁକିଂ ଅୟଲ ପୁ୍ୟରିଫାୟର । ଏହି ଦୁଇ ଯୁବକ ହେଉଛନ୍ତି ସତ୍ୟଜିତ ପନ୍ଦା ଏବଂ ଅମୃତାସ ରୟ ।
ଭୁବନେଶ୍ୱର ସିଭି ରମଣ କଲେଜରେ ତୃତୀୟ ବର୍ଷର ବି ଟେକ୍‌ ଛାତ୍ର ଅମି୍ରତ ରୟ ଏବଂ ଇଲେକ୍ଟି୍ରକାଲ ଇଞ୍ଜିନିୟର ସତ୍ୟଜିତ ପନ୍ଦା କହିଛନ୍ତି ଯେ, କିଛି ନୂଆ କରିବା ଏବଂ ସମାଜକୁ ସୁସ୍ଥ ରଖିବାର ବିଚାର ଦୀର୍ଘବର୍ଷ ଧରି ଆମ ମନରେ ଆସିଥିଲା । ପୂର୍ବରୁ ଲୋକେ ପିଇବା ପାଣିକୁ ନେଇ ସେତେ ସଚେତନ ନଥିଲେ । ହେଲେ ଏବେ ଆକ୍ୱାଗାର୍ଡ ହେଉ ଅବା ଅନ୍ୟ ପୁ୍ୟରିଫାୟର ଉପରେ ଗୁରୁତ୍ୱ ଦେଉଛନ୍ତି । ଅର୍ଥାତ୍‌ ଲୋକେ ସ୍ୱାସ୍ଥ୍ୟ ସଚେତନ ହେଉଛନ୍ତି । ମାତ୍ର ଏହି ସ୍ୱାସ୍ଥ୍ୟ ସଚେତନ ଧାରା ମଧ୍ୟରେ ଖାଦ୍ୟରେ ବ୍ୟବହୃତ ତେଲକୁ ନେଇ ଆଜି ବି ଲୋକେ ସଚେତନ ନୁହଁନ୍ତି । ତେଣୁ ଲୋକଙ୍କ ମଧ୍ୟରେ ଏହି ସଚେତନତାର ଧାରା ସୃଷ୍ଟି କରିବା, ଏବଂ ସେମାନଙ୍କୁ ସୁସ୍ଥ ରଖିବାର ପ୍ରୟାସ କ୍ରମେ ଆମେ ଏଭଳି ଏକ ନୂଆ ରନ୍ଧନ ତୈଳ ପୁ୍ୟରିଫାୟରର ଚିନ୍ତା ମନକୁ ଆଣିଥିଲୁ ।
‘ଭାରତରେ ପ୍ରଥମ ହେଲଥିୟସ୍‌ ପ୍ୟୁରିଫାୟର’
ଏହି ଦୁଇ ଯୁବ ଓଡ଼ିଆଙ୍କ ସୂଚନା ଅନୁସାରେ ଯେକୌଣସି ତେଲକୁ ରିଫାଇନ୍‌ କରିବା ପାଇଁ ୬ ରୁ ୭ ପ୍ରକାରର ରସାୟନିକ ପଦାର୍ଥର ବ୍ୟବହାର କରାଯାଇଥାଏ । ବଜାର ଉପଲବ୍ଧ ଏହି ତୈଳ କାରଣରୁ ଶରୀରରେ ଏସିଡ୍‌ ମାତ୍ରା ବଢିଥାଏ । ଯେଉଁଥି ପାଇଁ ଅଣ୍ଟା, ପିଠି, ଆଣ୍ଠୁଗଣ୍ଠି ବିନ୍ଧା, ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ବ୍ରେନ୍‌ ହାମରେଜ୍‌, କ୍ୟାନସର, ପାରାଲିସିସ୍‌ ଆଦି ବେମାରୀ ହୋଇଥାଏ ।
ଆଜି ବଜାରରେ ଯେଉଁ ସୋରିଷ ତେଲ ମିଳୁଛି ତାହାର ମୂଲ୍ୟ ଲିଟର ପିଛା ୧୨୦ଟଙ୍କା କିମ୍ବା ଅଧିକ ରହୁଛି । ହେଲେ ଜାଣିବା ଦରକାର ଯେ, ୪ କେଜି ସୋରିଷ ପେଡିଲେ ୧ ଲିଟର ତେଲ ବାହାରିଥାଏ । ଏହି ସୋରିଷର ଦାମ ୪୫୦ ଟଙ୍କାରୁ ଅଧିକ ହୋଇଥାଏ । ତେଣୁ ୪୫୦ଟଙ୍କା ମୂଲ୍ୟର ତେଲକୁ ୧୨୦ରେ ବିକିବା କିପରି ସମ୍ଭବ ତାହା ସମସ୍ତେ ଚିନ୍ତା କରିବା ଦରକାର । ଅର୍ଥାତ୍‌ ଆମେ ଅପମିଶି୍ରତ ତେଲ ଖାଉଛେ ।
ଲୋକଙ୍କ ଭିତରେ ଏନେଇ ସଚେତନତା ବୃଦ୍ଧି ପାଇଁ ଦୀର୍ଘ ବର୍ଷଧରି ଏହି ଦୁଇ ଯୁବ ଉଦ୍ୟୋଗୀ ଶ୍ରୀ ରୟ ଏବଂ ଶ୍ରୀ ପନ୍ଦା ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ସେମାନେ ହାଇଦ୍ରାବାଦର ବୈଜ୍ଞାନିକ ଯଶବୀର ସିଂଙ୍କ ସହ ଯୋଗାଯୋଗ କରିଥିଲେ । ଶ୍ରୀ ସିଂ ଗତ ୨୦ ବର୍ଷ ଧରି ଏ ଦିଗରେ କାର୍ଯ୍ୟ କରୁଛନ୍ତି । ସେ ଏକ ସ୍ୱତନ୍ତ୍ର ମାଟିରେ ତେଲକୁ କିପରି ଛଣା ଯାଇ ସେଥିରୁ ରସାୟନିକ ତତ୍ୱ ଏବଂ ବ୍ୟବହୃତ ସୁଗନ୍ଧକୁ ଦୂର କରି ହେବ ସେନେଇ ଗବେଷଣା କରିଛନ୍ତି । ପେରୁ ଏବଂ ଭାରତର କିଛି ହର୍ବାଲ, କର୍ଣ୍ଣାଟକ ଏବଂ ଆନ୍ଧ୍ରରେ ମିଳୁଥିବା କିଛି ମାଟିକୁ ମିଶାଇ ସେ ପ୍ରସ୍ତୁତି କରିଛନ୍ତି ଗ୍ରାନୁ୍ୟଲସ୍‌ । ଏହି ମାଟି ମାଧ୍ୟମରେ ତେଲ ସ୍ୱଚ୍ଛ ହୋଇପାରୁଛି । ବୈଜ୍ଞାନିକ ଶ୍ରୀ ସିଂଙ୍କ ସହ ଦୀର୍ଘବର୍ଷ ଧରି ଚର୍ଚ୍ଚା ପରେ ଭାରତୀୟ ବଜାରରେ ଏଭଳି ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପୁ୍ୟରିଫାୟର ଉପଲବ୍ଧ କରିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ । ଆଉ ଏହାର ଫଳସ୍ୱରୂପ ବଜାରକୁ ଛାଡିଛନ୍ତି ହେଲଥିୟସ୍‌ କୁକିଂ ଅୟଲ ପୁ୍ୟରିଫାୟର । ଦେଶର ଏକମାତ୍ର ସଂସ୍ଥା ଭାବେ ଏହି ଦୁଇ ଯୁବ ଓଡ଼ିଆଙ୍କ କମ୍ପାନୀ ଆଡ୍‌ ହେଲଥିୟସ୍‌ ଲାଇଫ୍‌ ସାଇନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ କାର୍ଯ୍ୟ କରୁଛି । ଏହାର ପ୍ୟାଟେଣ୍ଟ ପାଇଁ ମଧ୍ୟ ଆବେଦନ କରାଯାଇଛି ।
ସମସ୍ତଙ୍କୁ ସୁହାଇଲା ଭଳି
ବଜାରରେ ଉପଲବ୍ଧ ହେଉଥିବା ଏହି ପୁ୍ୟରିଫାୟର ମୂଲ୍ୟ ମଧ୍ୟ ସମସ୍ତଙ୍କ ପକେଟକୁ ସୁହାଇଲା ଭଳି । ସେଥିପାଇଁ ବିଦୁ୍ୟତ୍‌ ଶକ୍ତିର ଆବଶ୍ୟକତା ନାହିଁ କି ଦୀର୍ଘ ସମୟର ପରିଶ୍ରମ ମଧ୍ୟ ଦରକାର ନାହିଁ । କମ୍ପାନୀ ପକ୍ଷରୁ ଦିଆଯାଇଥିବା ସେହି ଗ୍ରାନୁ୍ୟଲସ୍‌ (ଜୈବିକ ମାଟି)କୁ ଜାରର୍‌ ଉପରେ ରଖି ଫିଲ୍ଟର ମାଧ୍ୟମରେ ତା’ଉପରେ ତେଲ ଢାଳିବା ଦ୍ୱାରା ଏହି ତେଲଟି ଛାଣି ହୋଇ ତଳ ଜାର୍‌ରେ ରହିଥାଏ । ଯାହା ସମ୍ପୂର୍ଣ୍ଣ ସ୍ୱଚ୍ଛ । ଏହି ଜୈବିକ ମାଟି ଦ୍ୱାରା ତେଲରେ ପୂର୍ବରୁ ଥିବା ରସାୟନିକ ତତ୍ୱ ଏବଂ ଅନ୍ୟ ସୁଗନ୍ଧ ନଷ୍ଟ ହୋଇଥାଏ । ପୂର୍ବରୁ କିଣା ଯାଇଥିବା ତେଲ ଏବଂ ଏହି ପୁ୍ୟରିଫାୟରରୁ ବାହାରି ଥିବା ତେଲର ତୁଳନା କଲେ ସାଧାରଣରେ ଜଣାପଡିଯାଏ କେଉଁଟା ସ୍ୱଚ୍ଛ । ଏ ସମ୍ପର୍କରେ ଶ୍ରୀ ପନ୍ଦା ଏବଂ ଶ୍ରୀ ରୟ କହିଛନ୍ତି ଯେ, ଗତ ଡିସେମ୍ବର ମାସରେ ବଜାରକୁ ଆମେ ଏହି ପୁ୍ୟରିଫାୟରକୁ ଆଣିଛୁ । ଲୋକଙ୍କ ମଧ୍ୟରେ ଆମ ଉତ୍ପାଦ ବିକ୍ରି ବଢାଇବା ନୁହେଁ ବରଂ କିପରି ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ, ବଜାରରେ ବିକି୍ର ହେଉଥିବା ତେଲ ଗୁଡିକ କିପରି ସେମାନଙ୍କ ଶରୀରକୁ କ୍ଷତି ପହଞ୍ଚାଉଛି ସେ ନେଇ ଆମେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରୁଛୁ ।
ସରକାରୀ ସହଯୋଗ
ଅଦ୍ୟାବଧି କିଛି ନୂଆ କରିବା, ସମାଜକୁ ସୁସ୍ଥ ଓ ମଜବୁତ କରିବାର ଲକ୍ଷ ନେଇ ଏହି ଦୁଇ ଯୁବ ଓଡ଼ିଆ ଆଗକୁ ବଢୁଥିଲା ବେଳେ ସେମାନଙ୍କର ଏହି ଯାତ୍ରାରେ ମଧ୍ୟ ଆର୍ଥିକ ସମସ୍ୟା ଦେଖା ଦେଉଛି । କରୋନା ସଂକଟ କାରଣରୁ ସେମାନଙ୍କର ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି । ତେବେ କେନ୍ଦ୍ର ସରକାରଙ୍କର ନୂଆ ଷ୍ଟାର୍ଟଅପ୍‌ ପାଇଁ ଯେଉଁ ପ୍ରୋତ୍ସାହନ, ସୁବିଧା ରହିଛି ସେ ସୁବିଧା ହାସଲ କରିବା ଦିଗରେ ମଧ୍ୟ ସେମାନେ ଚେଷ୍ଟିତ । ତେବେ ବ୍ୟବସାୟିକ ଫାଇଦା ନୁହେଁ ବରଂ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏକ ନୂଆ ଉଦ୍ୟମ ଆରମ୍ଭ କରିଥିବା ଏହି ଦୁଇ ଯୁବ ଓଡ଼ିଆଙ୍କୁ ସବୁ ମହଲରୁ ସହଯୋଗର ହାତ ବଢିବା ନିହାତି ଜରୁରୀ । କାରଣ ସେମାନଙ୍କର ଏହି ଉଦ୍ୟମ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବା ସହ ବିଭିନ୍ନ ରୋଗ କାରଣରୁ ହେଉଥିବା ଅଯଥା ଖର୍ଚ୍ଚରୁ ଲୋକଙ୍କୁ ମୁକ୍ତି ଦେବ, ଆଉ ବିଶେଷ କରି ସମାଜକୁ ସୁସ୍ଥ ଓ ମଜବୁତ ରଖିବାରେ ସହଯୋଗ କରିବ ଏଥିରେ ସନେ୍ଦହ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*