ଏସ୍‌ଭିଏମ କଲେଜରେ ମିଳୁଛି ଜାଲ ସାର୍ଟିଫିକେଟ, ଧାରଣାରେ ଛାତ୍ରଛାତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଜଗତସିଂହପୁର

ଜଗତସିଂହପୁର ସହରରେ ଥିବା ଜିଲ୍ଲାର ସର୍ବ ବୃହତ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନାମରେ ଆସଛି ସାଂଘାତିକ ଅଭିଯୋଗ । କଲେଜ କର୍ତ୍ତୃପକ୍ଷ ଜାଲିଆତି କରି ଛାତ୍ରଛାତ୍ରୀମାନଙ୍କୁ ମିଥ୍ୟା ରେଜିଷ୍ଟ୍ରେସନ ନମ୍ବର ପଡିଥିବା ପ୍ରୋଭିଜିନାଲ ସାର୍ଟିଫିକେଟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଛାତ୍ରଛାତ୍ରୀମାନେ ଆନେ୍ଦାଳନକୁ ଓହ୍ଲାଇବା ସହିତ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି । ସୂଚନା ଅନୁଯାୟୀ, ୨୦୧୫ ମସିହାରେ କଲେଜରେ +୩ରେ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ୨୫୬ ଜଣ ଲେଖାଁଏ ନାମ ଲେଖା ପାଇଁ ଉଦ୍ଦିଷ୍ଟ ଥିବା ବେଳେ କଲେଜ କର୍ତ୍ତୃପକ୍ଷ ୨୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ଅଧିକ ଆଡମିସନ କରାଇଥିଲେ । ସମସ୍ତ ଛାତ୍ରଛାତ୍ରୀ ମଧ୍ୟ କଲେଜର ନିୟମ ଅନୁସାରେ ସମସ୍ତ ଦେୟ ପୈଠ କରିଥିଲେ ।୨୦୧୫ ବ୍ୟାଚ ଛାତ୍ରଛାତ୍ରୀମାନେ ୨୦୧୮ ମସିହାରେ ଫାଇନାଲ ପରୀକ୍ଷା ଦେଇଥିଲେ । ପରୀକ୍ଷା ପରେ ଛାତ୍ରଛାତୀମାନଙ୍କୁ ପୋ୍ରଭିଜିନାଲ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ସାର୍ଟିଫିକେଟକୁ ନେଇ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ନିମନ୍ତେ ଅନ୍ୟତ୍ର ଆଡମିସନ କରି ପାଠ ମଧ୍ୟ ପଢୁଛନ୍ତି । ମାତ୍ର ଛାତ୍ରଛାତ୍ରୀମାନେ ମାଇଗ୍ରେସନ ସାର୍ଟିଫିକେଟ ପାଇଁ ଉକôଳ ବିଶ୍ୱବିଦ୍ୟାଳୟକୁ ଯାଇ ଆବେଦନ କରିବା ପରେ ସେହିଠାରୁ ହିଁ ସେମାନଙ୍କର ରେଜିଷ୍ଟ୍ରେସନ ନମ୍ବର ଜାଲ ବୋଲି ଜାଣିବାକୁ ପାଇଥିଲେ । ଫଳରେ ସେଠାରୁ ଛାତ୍ରଛାତ୍ରୀମାନେ ଆସି କଲେଜ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ । ତେବେ ସେମାନେ ଏପରି ଭୁଲକୁ ସ୍ୱୀକାର କରିବା ସହିତ ପରସ୍ପର ଉପରେ ଦୋଷ ଲଦି ଖସିଯିବାକୁ ଚେଷ୍ଟା ଚଳାଇଛନ୍ତି । ଉଚ୍ଚ ଶିକ୍ଷା ପାଇଁ ମାଇଗ୍ରେସନ ସାର୍ଟିଫିକେଟର ଆବଶ୍ୟକତା ରହିଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ଏଭଳି ଜାଲିଆତିକୁ ନେଇ ଛାତ୍ରଛାତ୍ରୀମାନେ ଏବେ ଚିନ୍ତାରେ । ଛାତ୍ରଛାତ୍ରୀ ବାହାରେ ଯାଇ ପିଜି, ବିଇଡି ସହିତ ବିଭିନ୍ନ ପାଠ ପଢୁଥିଲେ ହେଁ ଏହି ସାର୍ଟିଫିକେଟ ପାଇଁ କଲେଜରୁ ବାଣୀବିହାର ୟୁନିଭରସିଟି ଦୌଡି ଦୌଡି ନୟାନ୍ତ ହେଲେଣି । କିଛି ଉପାୟ ନପାଇ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ଧାରଣା ଦେବା ପାଇଁ ଆଗରୁ ଚେତାବନୀ ଦେଇଥିଲେ । ତାହାର କିଛି ସମାଧାନ ହୋଇନପାରିବାରୁ ଏବେ ସେମାନେ ବାଧ୍ୟ ହୋଇ ଧାରଣାରେ ବସିଥିବା ଜାଲ ସାର୍ଟିଫିକେଟ ପାଇଥିବା ଛାତ୍ର ଶୁଭାଶିଷ ତ୍ରୀପାଠୀ କହିଛନ୍ତି । ଏହି ଜାଲିଆତି ପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ । ତେଣୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏପରିକି ଏହାକୁ ନେଇ କିଛି ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିବା ଧାରଣାରେ ବସିଥିବା କହିଛନ୍ତି ଜାଲ ରେଜିଷ୍ଟ୍ରେସନ ନମ୍ବର ପାଇଥିବା ଛାତ୍ରୀ ବନିତା ବିଶ୍ୱାଳ । ଏଭଳି ସଂଗୀନ ଅଭିଯୋଗ ବାବଦରେ ବର୍ତ୍ତମାନର ଅଧ୍ୟକ୍ଷ ଅରବିନ୍ଦ ଚଇନି କହିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେ ଚେଷ୍ଟା କରୁଛନ୍ତି । ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳିଥିବା କର୍ମଚାରୀମାନଙ୍କ ଉପରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସେ ସମୟରେ ଦାୟିତ୍ୱରେ ଥିବା ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ଆଡମିସନ ଦାୟିତ୍ୱରେ ଥିବା କର୍ମଚାରୀମାନେ ଏଭଳି ଜାଲିଆତିରେ ସାମିଲ ଥିବା ସେ କହିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ପତ୍ର ସଂଖ୍ୟା ୬୮୭/୧୭ ତା ୨୪/୩/୧୭ରେ କଣ୍ଟ୍ରୋଲର ଅଫ ଏକାଡେମିକ ଓ ପତ୍ର ସଂଖ୍ୟା ୮୨୨୮/୧୯ ତା ୩୧/୩/୧୯ରେ ଉକôଳ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ନିଦେ୍ର୍ଦଶକଙ୍କୁ ପତ୍ର କରାଯାଇଛି । ମାତ୍ର ଏପର୍ଯ୍ୟନ୍ତ ସମସ୍ୟା ସମାଧାନ ହୋଇପାରିନାହିଁ । ଏସଭିଏମ କଲେଜର ଏଭଳି ଜାଲିଆତି ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ମାନଙ୍କୁ ଦନ୍ଦିତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉଚ୍ଚତର ଶିକ୍ଷା ପାଇଁ ଆବଶ୍ୟକୀୟ କାଗଜପତ୍ର ଯୋଗାଇଦେବା ପାଇଁ ଦାବି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*