ଏସ୍‌ଟିଏଫ୍‌ କବ୍‌ଜାରେ ଦୁଇ କୁଖ୍ୟାତ ବନ୍ଧୁକ ବେପାରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail
  • ୮ ବନ୍ଧୁକ,୧୧ ଜୀବନ୍ତ ଗୁଳି ଜବତ
  • ରିମାନ୍ଦରେ ଯିବେ ରାକେଶ ଓ ବିକାଶ !
  • ବିହାରରୁ ଭୁବନେଶ୍ୱର ହେଉଥିଲା ଚୋରା ଚାଲାଣ


ନିର୍ଭୟ ମିଡିଆ : ଭୁବନେଶ୍ୱର

ଆକ୍ସନ ମୁଡ୍‌ରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ । ନିଶା ବେପାରୀଙ୍କଠାରୁ ଆରମ୍ଭ କରି ଡକାୟତ, ପଶୁ ଶୀକାରୀ, ଖଣି ମାଫିଆ ଏବଂ ପେଶାଦାର ଅପରାଧୀଙ୍କ ବିରୋଧରେ ଏସ୍‌ଟିଏଫ୍‌ ଟିମ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । କ୍ରାଇମ୍‌ବ୍ରାଞ୍ଚ ରାଜ୍ୟରୁ ରେକର୍ଡ ପରିମାଣର ନିଶା ଦ୍ରବ୍ୟ ଜବତ କରିବା ସହ ହାଡଖୋର ଅପରାଧୀଙ୍କୁ ସାବାଡ କରିଛି । ଏହିଭଳି ସମୟରେ କ୍ରାଇମ୍‌ବ୍ରାଞ୍ଚ ଏଟିଏଫ୍‌ର ସ୍ପେଶାଲ ଡ୍ରାଇଭ ଟିମ୍‌ ଚୋରା ବନ୍ଧୁକ ଚୋରା ଚାଲାଣ କରୁଥିବା ଦୁଇ କୁଖ୍ୟାତ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ବନ୍ଧୁକ ବେପାରୀଙ୍କଠାରୁ ପୁଲିସ ୮ଟି ଚୋରା ବନ୍ଧୁକ ସହ ୧୧ଟି ଜୀବନ୍ତ ଗୁଳି ଜବତ କରିଛି । ଗିରଫ ଦୁଇ ବନ୍ଧୁକ ବେପାରୀ ହେଲେ ଚନ୍ଦକାର ବିକାଶ ବେହେରା ଓ ରାକେଶ ଜେନା । ବନ୍ଧୁକ ବେପାରୀମାନେ ବିହାରର ମୁଙ୍ଗେରରୁ କମ ମୂଲ୍ୟରେ ବନ୍ଧୁକ ଆଣି ରାଜଧାନୀ ସମେତ ଅନ୍ୟାନ୍ୟ ଜିଲ୍ଲାରେ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି । ଗିରଫ ବ୍ୟବସାୟୀମାନେ ଏହି ବନ୍ଧୁକକୁ ଆଣି ରାଜଧାନୀରେ ଥିବା ପେଶାଦାର ଡକାୟତ, ଲୁଟେରା ଓ ନିଶା ବେପାରୀଙ୍କୁ ବିକ୍ରି କରୁଛନ୍ତି । ଫଳରେ ଡକାୟତ ମାନେ ଚୋରା ବନ୍ଧୁକ ନେଇ ରାଜଧାନୀରେ ଥିବା ବ୍ୟାଙ୍କ ଗୁଡିକରେ ଡକାୟତି କରିବାରେ ସଫଳ ହୋଇଛନ୍ତି । ପୂର୍ବରୁ ରାଜଧାନୀରେ ଅନେକ ବ୍ୟାଙ୍କ ଡକାୟତି ହୋଇଛି । ଅପରାଧୀମାନେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେବାରେ ସଫଳ ହୋଇଛନ୍ତି । ଅନେକ ଅପରାଧୀଙ୍କୁ ପୁଲିସ ଗିରଫ କରିଥିବାବେଳେ ଏବେ ବି କେତେକ ଫେରାର ଅଛନ୍ତି । ଟ୍ୱିନସିଟିରେ ବଢ଼ି ଚାଲିଛି ବନ୍ଧୁକ ଚୋରା ଚାଲାଣ । ଛୋଟ ଅପରାଧୀଙ୍କଠାରୁ ଆରମ୍ଭ କରି ପେଶାଦାର ଅପରାଧୀଙ୍କ ପାଖରେ ରହିଛି ପୁଳା ପୁଳା ଚୋରା ବନ୍ଧୁକ, ରିଲଲଭର, ପିସ୍ତଲ, ମାଉଜର ଭଳି ଅତ୍ୟାଧୁନିକ ମାରଣାସ୍ତ୍ର । ଡକାୟତିଠାରୁ ଆରମ୍ଭ କରି ସାଧାରଣ ଚୋରି, ଲୁଟପାଟ ବେଳେ ଅପରାଧିମାନେ ଚୋରା ରିଭଲଭର ଓ ମାଉଜର ଆଦି ବ୍ୟବହାର କରୁଛନ୍ତି । ସେହିପରି ଗୋଷ୍ଠୀବିବାଦ, ରାଜନୈତିକ ଶତ୍ରୁତା, ଜମି ବିବାଦ, ପ୍ରତିଶୋଧମୂଳକ ଆଦି ସଙ୍ଗୀନ ମାମଲାରେ ଚୋରା ବନ୍ଧୁକର ବ୍ୟବହାର ବଢ଼ିଚାଲିଛି ବୋଲି ‘ନିର୍ଭୟ’ ଖବର କାଗଜରେ ଏକ ରୋଚକ ଖବର ଛପା ଯାଇଥିଲା । ଏଟିଏଫ୍‌ ଟିମ୍‌ ଚଢ଼ଉ କରି ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ।
ସୂଚନାଯୋଗ୍ୟ ଯେ, ବିହାରରୁ ଚୋରା ବନ୍ଧୁକ ଆସୁଛି ରାଜଧାନୀ ଭୁବନେଶ୍ୱରକୁ । ଅପରାଧୀମାନେ ୧୦ ରୁ ୧୫ ହଜାର ଟଙ୍କାରେ କିଣି ବିକି୍ର କରୁଛନ୍ତି ୫୦ ରୁ ୬୦ହଜାର ଟଙ୍କାରେ । ରାଜଧାନୀରେ ପୂର୍ବରୁ ଘଟିଥିବା ଗୁଳିମାଡ ଘଟଣା ହେଉ, କି ବ୍ୟାଙ୍କ ଡକାୟତି ହେଉ । ସବୁ କ୍ଷେତ୍ରରେ ଅପରାଧୀମାନେ ଚୋରା ବନ୍ଧୁକ ଧରି ରାଜଧାନୀରେ ଅପରାଧ ଘଟାଉଛନ୍ତି । ରାଜଧାନୀରେ ଚୋରା ବନ୍ଧୁକ ର୍ୟାକେଟ୍‌ ସକି୍ରୟ ହେବା ପରେ ଏହି ଗ୍ୟାଙ୍ଗକୁ ଧରିବା ପାଇଁ କ୍ରାଇମ୍‌ବ୍ରାଞ୍ଚର ଏଟିଏଫ୍‌ଟିମ୍‌ ଆରମ୍ଭ କରିଥିଲା ସ୍ପେଶାଲ ଡ୍ରାଇଭ । ଚେରା ବନ୍ଧୁକ ବିକି୍ର କରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିଲେ ବିକାଶ ଓ ରାକେଶ । ଏହି ଗ୍ୟାଙ୍ଗକୁ ଧରିବା ପାଇଁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଡ୍ରାଇଭ ଟିମ୍‌ ସତର୍କ ରହିଥିଲା । ଗୁରୁବାର ଦିନ ରାଜଧାନୀ ଉପକଣ୍ଠ ଚନ୍ଦକା ଦାଶପୁର ଅଞ୍ଚଳରୁ ବିକାଶ ଓ ରାକେଶକୁ ଏଟିଏଫ ଟିମ ଧରିବାରେ ସଫଳ ହୋଇଛି । ସେମାନଙ୍କୁ ଧରିବା ପରେ ଟିମ୍‌ ଜେରା କରିବା ପରେ ସେମାନେ ଯେଉଁ ଯେଉଁ ସ୍ଥାନରେ ଚୋରା ବନ୍ଧୁକ ରଖିଥିଲେ ତାହାକୁ ଜବତ କରାଯାଇଛି । ବିକାଶ ଓ ରାକେଶଠାରୁ ଏଟିଏଫ୍‌ ୮ଟି ବନ୍ଧୁକ ଓ ୧୧ ଜୀବନ୍ତ ଗୁଳି ଜବତ କରିଛି । ବନ୍ଧୁକ ଚୋରା ଚାଲାଣ ର୍ୟାକେଟ ବିହାରକୁ ଲମ୍ବିଥିବାରୁ ଏଟିଏଫ୍‌ ଟିମ୍‌ ଦୁଇ ବେପାରୀଙ୍କୁ ରିମାନ୍ଦରେ ଆଣିବ ବୋଲି ଜଣାପଡିଛି । ମୁଖ୍ୟତଃ ବନ୍ଧୁକ ବେପାରୀମାନେ କେଉଁଠାରୁ ଏଭଳି ମାରଣାତ୍ମକ ଅସ୍ତ୍ର ଆଣୁଛନ୍ତି, ରାଜଧାନୀରେ ଏମାନଙ୍କ ଗ୍ରାହକ କିଏ ? ସେ ଉପରେ ପୁଲିସର ତଦନ୍ତ ଜାରି ରହିଛି । ଆଗାମୀ ସମୟରେ ଏଭଳି ବନ୍ଧୁକ ବେପାରୀମାନଙ୍କୁ କାବୁ କରିବା ପାଇଁ ପୁଲିସ ସବୁ ପ୍ରକାର ପ୍ରୟାସ କରିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କିତ ସୂଚନା ଦେଇ କହିଛନ୍ତି ଯେ, ଗିରଫ ହୋଇଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ଜେରା କରିବା ପରେ ହିଁ ଏହି ଅପରାଧ ନେଇ ସବିଶେଷ ତଥ୍ୟ ମିଳିପାରିବ । ଆବଶ୍ୟକସ୍ଥଳେ ସେମାନଙ୍କୁ ରିମାନ୍ଦରେ ଆଣି ପଚରା ଉଚରା କରାଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*