ଏସବିଆଇର ଲାଭ ୩ ଗୁଣା ବୃଦ୍ଧି ପାଇ ୩,୦୧୧ କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ଚଳିତ ଆର୍ଥôକ ବର୍ଷର ଦ୍ୱିତୀୟ ତ୍ରୟୋମାସରେ ଲାଭାଂଶ ପାଖାପାଖି ତିନିଗୁଣା ବୃଦ୍ଧିପାଇ ୩,୦୧୧.୭୩ କୋଟିରେ ପହଁଚିଛି । ଗତ ଆର୍ଥôକ ବର୍ଷର ଦ୍ୱିତୀୟ ତ୍ରୟୋମାସରେ ଲାଭାଂଶ ୯୪୪.୮୭ କୋଟି ଟଙ୍କା ଥିଲା ।
ରିପୋର୍ଟ ଅନୁସାରେ ଚଳିତ ଆର୍ଥôକ ବର୍ଷର ଦ୍ୱିତୀୟ ତ୍ରୟୋମାସରେ ବ୍ୟାଙ୍କର ମୋଟ ଆୟ ୩% ବୃଦ୍ଧିପାଇ ୭୨,୮୫୦.୭୮ କୋଟି ରହିଛି । ଅପ୍ରେଲ-ଜୁନରେ ଏହା ୭୦,୬୫୩.୨୩ କୋଟି ଥିଲା । ସେହିପରି ଏନପିଏ ହ୍ରାସପାଇ ମୋଟ ଋଣର ୭.୧୯% ରେ ପହଁଚିଛି । ଗତବର୍ଷ ଏହା ୯.୯୫% ଥିଲା । ଫଳାଫଳ ପ୍ରକାଶ ପାଇବା ପରେ ଶୁକ୍ରବାର ଏସବିଆଇର ସେୟାର ମୂଲ୍ୟରେ ୭.୧୯% ବୃଦ୍ଧି ଘଟିବା ସହ ଏହା ୨୮୧.୬୦ ଟଙ୍କାରେ ବନ୍ଦ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*