ଏଲଭିଏମଏଚ୍‌ ୧.୧୬ଲକ୍ଷ କୋଟିରେ ଟିଫାନିକୁ କିଣିବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୁ୍ୟୟର୍କ

ବିଶ୍ୱର ସବୁଠୁ ବଡ ଦାମୀ ତଥା ବିଳାସପୂର୍ଣ୍ଣ ଫ୍ୟାସନ ଗ୍ରୁପ ଏଲଭିଏମଏଚ୍‌ ଆମେରିକାର ୧୮୨ବର୍ଷ ପୁରୁଣା ପ୍ରତିଷ୍ଠିତ ଗହଣା ଦୋକାନ ଟିଫାନିକୁ ୧.୧୬ଲକ୍ଷ କୋଟି ଟଙ୍କାରେ କିଣିବାକୁ ଯାଉଛି । ଫ୍ରାନ୍ସ କମ୍ପାନୀ ଏଲଭିଏମଏଚ୍‌ ପକ୍ଷରୁ ସୋମବାର ଦିଆଯାଇଛି ଏହି ସୂଚନା । ଏହା ଏଲଭିଏମଏଚର ସବୁଠୁ ବଡ ଡିଲ୍‌ ବୋଲି କୁହାଯାଉଛି । ପ୍ରତି ସେୟାର ପିଛା ୧୩୫ଡଲାର ମୂଲ୍ୟରେ ଟିଫାନିକୁ କିଣିବ ଏଲଭିଏମଏଚ୍‌ ।
୧୮୩୭ମସିହାରେ ନୁ୍ୟୟର୍କରେ ଆରମ୍ଭ ହୋଇଥିଲା ଟିଫାନୀ । ବିଶ୍ୱ ବ୍ୟାପି କମ୍ପାନୀର ୩୦୦ଷ୍ଟୋର ଏବଂ ୧୪ହଜାର କର୍ମଚାରୀ ଅଛନ୍ତି । ଗତ କିଛି ବର୍ଷ ଧରି ଟିଫାନୀର ବିକି୍ରରେ ହ୍ରାସ ଘଟିଥିଲେ ମଧ୍ୟ ୨୦୧୭ରେ କମ୍ପାନୀର ରାଜସ୍ୱ ବୃଦ୍ଧି ହୋଇଥିଲା । ତେବେ ଆମେରିକା ଏବଂ ଚୀନ ମଧ୍ୟରେ ଚାଲିଥିବା ବାଣିଜି୍ୟକ ଲଢେଇ କାରଣରୁ ଅସୁବିଧାରେ ଥିଲା ଟିଫାନୀ । ଟିଫାନୀକୁ କ୍ରୟ କରିବା ପରେ ଏବେ ଏଲଭିଏମଏଚ୍‌ ତାର ଜୁଏଲାରୀ ବ୍ୟବସାୟକୁ ଆହୁରି ସମ୍ପ୍ରସାରିତ କରିବ । ଏଲଭିଏମଏଚ୍‌ ନିକଟରେ ଜୁଏଲାରୀ ବ୍ରାନ୍ଦ୍‌ ବୁଲଗାରୀ ଏବଂ ଘଣ୍ଟା ବ୍ରାନ୍ଦ୍‌ ଟ୍ୟାଗ୍‌ ହୁୟର୍‌ ରହିଛି । ଏଥିସହ ଅନେକ ଦାମୀ ବ୍ରାନ୍ଦ୍‌ ମଧ୍ୟ ରହିଛି କମ୍ପାନୀ ନିକଟରେ । ଏଲଭିଏମଏଚ ଗ୍ରୁପର ୪୫୯୦ଷ୍ଟୋର ରହିଥିଲାବେଳେ ଦେଢଲକ୍ଷ କର୍ମଚାରୀ ଅଛନ୍ତି । ଗତ ଆର୍ଥିକ ବର୍ଷରେ କମ୍ପାନୀର ରାଜସ୍ୱ ୧୦ପ୍ରତିଶତ ବୃଦ୍ଧି ପାଇ ୩.୫୮ଲକ୍ଷ କୋଟିରେ ପହଞ୍ଚôଥିଲାବେଳେ ଟିଫାନୀର ରାଜସ୍ୱ ୬.୫୩ପ୍ରତିଶତ ବୃଦ୍ଧି ପାଇ ୩୧,୮୩୯କୋଟିରେ ପହଞ୍ଚôଥିଲା । ଟିଫାନୀକୁ କ୍ରୟ କରି ଏବେ ଏଲଭିଏମଏଚ୍‌ ଆମେରିକାରେ ନିଜ ବ୍ୟବସାୟକୁ ଅଧିକ ସମ୍ପ୍ରସାରିତ କରିବାର ଲକ୍ଷ୍ୟ ରଖିଛି । କାରଣ ଏଲଭିଏମଏଚର ମୋଟ ରାଜସ୍ୱରୁ ୨୫ପ୍ରତିଶତ ଆମେରିକାରୁ ଆସିଥାଏ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*