ଏମଏସସିରେ ବିଲୟ ହୋଇପାରେ ପିଏମସି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ଆରବିଆଇର ଫୋକସରେ ତଥା କଟକଣାରେ ଥିବା ପଞ୍ଜାବ ଆନ୍ଦ୍‌ ମହାରାଷ୍ଟ୍ର କୋ-ଅପରେଟିଭ୍‌ ବ୍ୟାଙ୍କ (ପିଏମସି) ଖୁବଶୀଘ୍ର ବିଲୟ ହେବାକୁ ଯାଉଛି । ଉଦ୍ଧବ ସରକାରଙ୍କ ପକ୍ଷରୁ ପିଏମସି ବ୍ୟାଙ୍କର ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ମହାରାଷ୍ଟ୍ର ରାଜ୍ୟ ସହକାରୀ (ଏମଏସସି) ବ୍ୟାଙ୍କ ସହ ଏହାର ବିଲୟ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି ।
ସୂଚନାନୁସାରେ ମହାରାଷ୍ଟ୍ର ସରକାର ଏ ସମ୍ପର୍କରେ ଆରବିଆଇ ସହ ଆଲୋଚନା ମଧ୍ୟ କରିଛନ୍ତି । କ୍ୟାବିନେଟ୍‌ ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି ଯେ, ମୁଁ ପିଏମସି ବ୍ୟାଙ୍କର ବିଲୟକୁ ନେଇ ଏମଏସସି ବ୍ୟାଙ୍କର ନିଦେ୍ର୍ଦଶକଙ୍କ ସହ ଆଲୋଚନା କରିଛି । ତେବେ ଆବଶ୍ୟକ ପଡ଼େ ତେବେ ରାଜ୍ୟ ସରକାର ଏହାର ସୁପାରିସ ଆରବିଆଇକୁ କରିବେ । ଏମଏସସିର ଆର୍ଥିକ ସ୍ଥିତି ଏବେ ଭଲ ଅଛି । ଏଥିରେ ବିଲୟ ହେବା ପରେ ପିଏମସି ଗ୍ରାହକଙ୍କୁ ଯେ ଆଶ୍ୱସ୍ତି ମିଳିବ ତାହା ନୁହେଁ,ବରଂ ଏହି ବ୍ୟାଙ୍କର ଭିତ୍ତିଭୂମି ମଜବୁତ ହୋଇପାରିବ । ସୂଚନା ଯୋଗ୍ୟଯେ, ନିୟମ ଉଲ୍ଲଙ୍ଘନ ଘୋଟାଲାକୁ ନେଇ ଆରବିଆଇ ପିଏମସି ବ୍ୟାଙ୍କ ଉପରେ ୬ମାସର କଟକଣା ଲଗାଇଛି । ଏଥିସହ ଗ୍ରାହକମାନଙ୍କ ଉଠାଣ ଉପରେ ମଧ୍ୟ କଟକଣା ଜାରି ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*