ଏଫଡିଆଇରୁ ୨ଗୁଣା ଅଧିକ ଆସିଛି ରେମିଟାନ୍ସ ୨୦୧୮ରେ ପ୍ରତି ଭାରତୀୟ ବିଦେଶରୁ ପଠାଇଛନ୍ତି ୩.୧୫ଲକ୍ଷ ଟଙ୍କା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ବିଦେଶରେ ରହୁଥିବା ଭାରତୀୟମାନେ ସେଠାରେ ରହି ମଧ୍ୟ ନିଜ ଦେଶକୁ ବଡ ସହଯୋଗ କରୁଛନ୍ତି । ୨୦୧୮ରେ ଏହି ଭାରତୀୟମାନେ ପାଖାପାଖି ୫.୫ଲକ୍ଷ କୋଟି ଟଙ୍କା ଦେଶକୁ ପଠାଇଛନ୍ତି । ଜାତିସଂଘର ଏକ ସଂସ୍ଥା ଇଣ୍ଟରନ୍ୟାସନାଲ୍‌ ଅର୍ଗାନାଇଜେସନ୍‌ ଫର୍‌ ମାଇଗ୍ରେସନ ପକ୍ଷରୁ ଏକ ରିପୋର୍ଟରେ ଦିଆଯାଇଛି ଏହି ସୂଚନା । ରିପୋର୍ଟ ଅନୁସାରେ ବିଦେଶରେ ପାଖାପାଖି ୧.୭୫କୋଟି ଭାରତୀୟ ରହୁଛନ୍ତି । ଏହି ହିସାବରେ ହାରାହାରି ପ୍ରତି ଭାରତୀୟ ୨୦୧୮ବର୍ଷରେ ପଠାଇଛନ୍ତି ୩.୧୫ଲକ୍ଷ ଟଙ୍କା ।
ବିଦେଶରେ ରହି ନିଜ ଦେଶକୁ ଟଙ୍କା ପଠାଉଥିବା (ରେମିଟାନ୍ସ) ମାମଲାରେ ଭାରତ ସବୁବେଳେ ଆଗରେ ରହିଛି । ବିଶ୍ୱ ରେଟିଙ୍ଗସରେ ଭାରତର ଭାଗିଦାରୀ ୧୪ପ୍ରତିଶତ ପାଖାପାଖି ଅଛି । ୨୦୧୮ରେ ରେମିଟାନ୍ସର ମୋଟ ପରିମାଣ ଥିଲା ୬୮୯ଅରବ ଡଲାର । ଭାରତୀୟମାନେ ୭୮.୬ଅରବ ଡଲାର ପଠାଇ ପ୍ରଥମ ସ୍ଥାନରେ ଥିଲାବେଳେ ୬୭.୪୧ଅରବ ଡଲାର ସହ ଦ୍ୱିତୀୟ ସ୍ଥାନରେ ଅଛି ଚୀନ । ଅନ୍ୟପଟେ ରେମିଟାନ୍ସକୁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫଡିଆଇ) ସହ ତୁଳନା କଲେ ଜଣାଯାଏ ଯେ, ୨୦୧୮ରେ ଭାରତକୁ ଏଫଡିଆଇ ଭାବେ ଆସିଛି ୩୮ ଅରବ ଡଲାର । ଅର୍ଥାତ୍‌ ଏଫଡିଆଇର ଦୁଇଗୁଣା ରେମିଟାନ୍ସ ହିସାବରେ ଭାରତକୁ ଆସିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*