ଏଫଏସଡିସି ବୈଠକର ଅଧ୍ୟକ୍ଷତା କଲେ ନିର୍ମଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ବିତ୍ତୀୟ ସ୍ଥିରତା ଏବଂ ବିକାଶ ପରିଷଦ (ଏଫଏସଡିସି)ର ୨୨ତମ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବୈଠକର ଅଧ୍ୟକ୍ଷତା କରିଥିଲାବେଳେ ଏଥିରେ ଅର୍ଥବ୍ୟବସ୍ଥାର ବର୍ତ୍ତମାନ ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା । ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜନ କରାଯାଇଥିଲା ।
ବୈଠକରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏଫଏସଡିସିର ଉପସମିତି ଏବଂ ବିଭିନ୍ନ ନିୟାମକଙ୍କ ଦ୍ୱାରା ଉଠାଯାଇଥିବା ପଦକ୍ଷେପକୁ ନେଇ ଆଲୋଚନା କରାଯାଇଥିଲା । ଶକ୍ତିକାନ୍ତଙ୍କ ସମେତ ସେବିର ମୁଖ୍ୟ ଅଜୟ ତ୍ୟାଗୀ, ପିଏଫଆରଡିଏର ଅଧ୍ୟକ୍ଷ ସୁପ୍ରତିମ୍‌ ବଙ୍ଗୋପଧ୍ୟାୟ, ଆଇଡିଡିଆଇର ଅଧ୍ୟକ୍ଷ ଏମଏସ ସାହୁ, ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଭାଗ ନେଇଥିଲେ । ଏଥିସହ ବୈଠକରେ ରାଜସ୍ୱ ସଚିବ, ବିତ୍ତୀୟ ସେବା ସଚିବ, ଆର୍ଥିକ ମାମଲା ସଚିବ, ଅର୍ଥମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଏଫଏସଡିସିର ଏହା ତୃତୀୟ ବୈଠକ । ଗୁରୁବାର ବୈଠକର ସମୀକ୍ଷାର ମୁଖ୍ୟ ବିନ୍ଦୁ ଥିଲା କରୋନା ମହାମାରୀ ସମୟରେ ଅର୍ଥବ୍ୟବସ୍ଥାରେ ଆର୍ଥିକ ସ୍ଥିରତା ଜାରି ରଖିବା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*