ଏନ୍‌ଡିଏ ସରକାରର କାମକୁ ପ୍ରଶଂସା କଲେ ଚିଦାମ୍ବରମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ଚେନ୍ନାଇ
ଉପା ସରକାରରେ ଅର୍ଥମନ୍ତ୍ରୀ ଥିବା ତଥା ବରିଷ୍ଠ କଂଗ୍ରେସ ନେତା ଚିଦାମ୍ବରମଙ୍କ ଏକ ବୟାନ ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଏନ୍‌ଡିଏ ସରକାର ସମୟରେ ରାସ୍ତା ତିଆରି ଓ ଗଙ୍ଗା ସଫେଇ କାମକୁ ସେ କରିଛନ୍ତି ବଡ଼ ପ୍ରଶଂସା ।
ଚିଦାମ୍ବରମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏନ୍‌ଡିଏ ସରକାରରେ ଜାତୀୟ ରାଜପଥ କାମ ଉପାସରକାରର କାମ ଠାରୁ ବେଶ ଭଲ ରହିଛି । ସେହିପରି ଗଙ୍ଗା ସଫେଇ କାମ ମଧ୍ୟ ବେଶ ପ୍ରଶଂସା ଯୋଗ୍ୟ । ଉପାସରକାରର ଆଧାର ଯୋଜନାକୁ ଏନ୍‌ଡିଏ ସରକାର ଆଗକୁ ନେବା ଘଟଣାକୁ ଚିଦାମ୍ବରମ ପ୍ରଶଂସା ମଧ୍ୟ କରିଛନ୍ତି । ନିଜ ବହି ଅନ୍‌ୱାଣ୍ଟେଡ: ସେଭିଂ ଦ ଆଇଡିଆ ଅଫ୍‌ ଇନ୍ଦିଆ ପୁସ୍ତକର ଉନ୍ମୋଚନ ସମୟରେ ଚିଦାମ୍ବରମ ଉପାସରକାର ସମୟର ସଫଳତା ଓ ବିଫଳତାକୁ ଉଲ୍ଲେଖ କରିବା ସହ ଭାଜପା ସରକାରକୁ ନେଇ ସେ କାହିଁକି ଅସନ୍ତୁଷ୍ଟ ତାହା ମଧ୍ୟ ବଖାଣିଥିଲେ । କହିଥିଲେ ଯେ, ଏନ୍‌ଡିଏ ସରକାର କିଛି ଭଲକାମ କରିଛି । ହେଲେ ନୋଟବନ୍ଦୀ ଏବଂ ଜିଏସ୍‌ଟି ଲୋକଙ୍କୁ ବଡ଼ ପ୍ରଭାବିତ କରିଛି । ଜାତୀୟ ରାଜପଥ ଯୋଜନାକୁ ଏକ ସଫଳ ଯୋଜନା ଭାବେ ଉଲ୍ଲେଖ କରି ସେ କହିଛନ୍ତି ଯେ, ବର୍ତ୍ତମାନ ଦୈନିକ ଅଧିକରୁ ଅଧିକ କିଲୋମିଟର ରାସ୍ତା ତିଆରି ହେଉଛି । ଗଙ୍ଗା ସଫେଇକୁ ନେଇ ସେ କହିଥିଲେ ଆମେ ୫ ଥର ଗଙ୍ଗାକୁ ସଫେଇ କରିବା ପାଇଁ ଉଦ୍ୟମ କରିଥିଲୁ, ମାତ୍ର ବିଫଳ ହୋଇଥିଲୁ । ହେଲେ ଏନ୍‌ଡିଏ ସରକାର ଯେଉଁ ପଦକ୍ଷେପ ନେଇଛି ତାହାକୁ ନେଇ ମୁଁ ଗର୍ବ ଅନୁଭବ କରୁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*