ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କ ଭିଡ, ଏପଟେ ଡାକ୍ତର ଅଭାବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଆସିକା

କରୋନା ପାଇଁ ସମସ୍ତେ ଭୟଭୀତ ଥିବା ବେଳେ ସାଧାରଣ ରୋଗ ଚିକିତ୍ସା ପାଇଁ ଆସିକା ମେଡିକାଲ ଠାରେ ଡାକ୍ତର ଅଭାବ ଯୋଗୁଁ ନାହିଁ ନଥିବା ଅସୁବିଧା । ଆସିକା ଏକ କେନ୍ଦ୍ରବିନ୍ଦୁ ସହର । ବର୍ତ୍ତମାନ ସମସ୍ତ ଅଚଂଳ ବନ୍ଦ ଯୋଗୁଁ ଗ୍ରାମାଚଂଳ ଓ ସହାରାଚଂଲରେ ମେଡିକାଲ ସାଙ୍ଗକୁ କ୍ଲିନିକ ଖୋଲୁ ନାହିଁ । ଏତିକି ବେଳେ ଆସିକା ମେଡିକାଲ ଉପରେ ସମସ୍ତେ ନିର୍ଭର । ଏଥିପାଇଁ ମେଡିକାଲ ଠାରେ ରୋଗୀଙ୍କ ନାହିଁ ନଥିବା ଭିଡ । ସେହିଭଳି ବାଲିସିରା, ଜାହାଡା, ଧରାକୋଟ, ଶେରଗଡ, ପିତଳ, କବିସୂର୍ଯ୍ୟନଗର, ବାଲିପଦର ପ୍ରମୁଖ ଅଚଂଳରୁ ୧୦୮ ଆମ୍ବୁଲାନ୍ସ ସାଙ୍ଗକୁ ୧୦୨ ଜନଜୀ ସୁରକ୍ଷା ଓ ବିଭିନ୍ନ ଯାନବାହାନରେ ଆସୁଥିବା ରୋଗୀଙ୍କ ଭିଡ ଲାଗୁଛି । ବିଶେଷକରି ବୟସ୍କ ଓ ଥନ୍ଦା ରୋଗୀ ଚିକିତ୍ସା କରିବା ପାଇଁ କାର୍ଯ୍ୟରତ ଡାକ୍ତର ମାନେ ଭୟଭୀତ ହୋଇ ବ୍ରହ୍ମପୁର ବଡ ମେଡିକାଲକୁ ବହୁ ରୋଗୀଙ୍କୁ ରେଫର କରାଯାଉଥିବା ଜଣାଯାଇଛି । ଦୀର୍ଘ ଦିନ ହେଲା ଆସିକା ମେଡିକାଲ ଠାରେ ୩ ଜଣ ସ୍ଥାୟୀ ଡାକ୍ତର ସାଙ୍ଗକୁ ଜଣେ ଦନ୍ତ ଚିକିତ୍ସକ ରହିଛନ୍ତି । ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ରାଜ୍ୟରେ ୧୦୮୫ ଡାକ୍ତରଙ୍କୁ ନିକଟରେ ନିଯୁକ୍ତି ଦେଇଥିଲ । ସେଥିମଧ୍ୟରୁ ୬ ଜଣ ଡାକ୍ତର ଆସିକା ସବଡିଭିଜନ ମେଡିକାଲକୁ ନିଯୁକ୍ତି ପାଇଁ ଘୋଷଣା କରିଥିଲେ । ଆସିକା ମେଡିକାଲ ଠାରେ ୨ ସପ୍ତାହ ମଧ୍ୟରେ ୫ ଜଣ ଡାକ୍ତର ନାମକୁ ମାତ୍ର ନିଯୁକ୍ତି ହୋଇ ସାଙ୍ଗେ ସାଙ୍ଗେ ପିଜି କରିବା ପାଇଁ ବିଭିନ୍ନ ଜାଗାକୁ ଚାଲି ଯାଇଥିବା ବେଳେ ଜଣେ ମାତ୍ର ଡାକ୍ତର ନିଯୁକ୍ତି ହୋଇଥିବା ଜଣାଯାଇଛି । ସେହିଭଳି କରୋନା ପରିସ୍ଥିତିରେ ଜଣେ ଡେପୁଟେସନ ଡାକ୍ତର ନିଯୁକ୍ତି ହୋଇଥିବା ଜଣାଯାଇଛି । ଆସନ୍ତା୨୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ସରକାର ଘୋଷଣା କରିଥିବା ବେଳେ ରୋଗୀଙ୍କ ପାଇଁ ଆସିକା ମେଡିକାଲ ହିଁ ଏକ ଗୁରୁତ୍ୱପୂର୍ଣ୍ଣ ମେଡିକାଲ । ଏତିକି ବେଳେ ସରକାରଙ୍କ ନୂତନ ନିଯୁକ୍ତି ଡାକ୍ତର ୬ ଜଣ ମ୍ମରୁ ଜଣେ ଓ କରୋନା ଭୟରେ ନାମକୁ ମାତ୍ର ଜଣେ ଡେପୁଟେସନ ଡାକ୍ତର ଆସିକା ମେଡିକାରେ ଜୟନିଂ ହେବା ନିତିିକୁ ବୁଦ୍ଧିଜୀବୀ ମହଲରେ ଦୃଢ ନିନ୍ଦା କରିବା ସହ ତୁରନ୍ତ ଆସିକା ମେଡିକାଲକୁ ଅଗ୍ରାଧିକାର ଭିତିରେ ଅଧିକ ଡାକ୍ତର ନିଯୁକ୍ତି ପାଇଁ ବିଭିନ୍ନ ମହଲରୁ ଦୃଢ ଦାବି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*