ଇମ୍ରାନ୍‌ଙ୍କ ନୂଆ ହିରୋଇନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ସିଲ୍‌ଭର ସ୍କ୍ରୀନ୍‌ରେ ଇମ୍ରାନ୍‌ ହାସ୍‌ମୀଙ୍କୁ ମିସ୍‌ କରୁଥିବା ତାଙ୍କ ଫ୍ୟାନ୍‌ଙ୍କ ପାଇଁ ଏବେ ଖୁସି ଖବର । ଇମ୍ରାନ୍‌ ହାସ୍‌ମୀ ଏବେ ନିଜର ଆଗାମୀ ଫିଲ୍ମ ‘ଦ ବଡି’ରେ ନଜର ଆସୁଛନ୍ତି । ଫିଲ୍ମରେ ଇମ୍ରାନ୍‌ଙ୍କ ସହିତ ଟଲିଉଡ୍‌ ଅଭିନେତ୍ରୀ ବେଦିକା ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ବେଦିକା ଏପର୍ଯ୍ୟନ୍ତ ୨୦ରୁ ଉଦ୍ଧ୍ୱର୍ ସାଉଥ୍‌ ଫିଲ୍ମରେ କାମ କରିସାରିଛନ୍ତି । ଫିଲ୍ମ ‘ଦି ବଡି’ରୁ ବେଦିକା ବଲିଉଡ୍‌ରେ ଡେବୁ୍ୟ କରିବାକୁୁ ଯାଉଛନ୍ତି । ବେଦିକାଙ୍କ ଏହା ପ୍ରଥମ ଫିଲ୍ମ ହେବ । ବେଦିକା ସାଉଥ୍‌ ଫିଲ୍ମ ଇନ୍ଦଷ୍ଟ୍ରୀର ଜଣେ ଜଣାଶୁଣା ଚେହେରା ଅଟନ୍ତି । ସେ ତାମିଲ, ମଲାୟାଲମ, କନ୍ନଡ ଏବଂ ତେଲୁଗୁ ଫିଲ୍ମଗୁଡ଼ିକରେ କାମ କରିସାରିଛନ୍ତି । ବେଦିକା ଜଣେ ମଡେଲ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ବେଦିକା ଶାନ୍ତନୁ ଭାଗ୍ୟରାଜଙ୍କ ସହିତ ଫିଲ୍ମ ‘ସକ୍କରକଟ୍ଟି’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମର ସଙ୍ଗୀତ ନିଦେ୍ର୍ଦଶନା ଏ ଆର୍‌ ରେହମାନ୍‌ ଦେଇଥିଲେ । ଏଥିରେ ବେଦିକାଙ୍କ ଭୂମିକାକୁ ଖୁବ୍‌ ପସନ୍ଦ କରାଯାଇଥିଲା । ଏହି ଫିଲ୍ମ ପରେ ବେଦିକା ଜଣେ ଜଣାଶୁଣା ଅଭିନେତ୍ରୀ ପାଲଟି ଯାଇଥିଲେ ।
ଫିଲ୍ମ ‘ଦି ବଡି’ରେ ଇମ୍ରାନ୍‌ ହାସ୍‌ମୀ ଏବଂ ବେଦିକାଙ୍କ ବ୍ୟତୀତ ଋଷି କପୁର, ଶୋଭିତା ଧୂଳିପାଲା ଅଭିନୟ କରୁଛନ୍ତି । ‘ଦି ବଡି’ ୧୩ ଡିସେମ୍ବରରେ ରିଲିଜ ହେବ । ସ୍ପାନିସ୍‌ ଥ୍ରୀଲର୍‌ ଫିଲ୍ମ ‘ଏଲ କୁ୍ୟର୍ପୋ’ (୨୦୧୨)ରୁ ପ୍ରେରିତ ଏହି ଫିଲ୍ମକୁ ଅଜୁର ଏଣ୍ଟରଟେନ୍‌ମେଣ୍ଟ ପ୍ରଡୁ୍ୟସ୍‌ କରୁଛି । ଡାଇରେକ୍ଟର ଜିତୁ ଯୋସେଫ୍‌ ‘ଦି ବଡି’ ଫିଲ୍ମ ଜରିଆରୁ ବଲିଉଡରେ ଡେବୁ୍ୟ କରିବାକୁ ଯାଉଛନ୍ତି । ଫିଲ୍ମର କାହାଣୀ ଅନୁଯାୟୀ, ଇମ୍ରାନ୍‌ ହାସ୍‌ମୀ ଏଭଳି ଏକ ସ୍ୱାମୀଙ୍କ ଭୂମିକା ନିଭାଉଛନ୍ତି, ଯିଏ କି ନିଜ ପତ୍ନୀଙ୍କ ଶବର ସନ୍ଧାନରେ ଅଛନ୍ତି । ସେହିପରି ଜଣେ ପୁଲିସ୍‌ ଅଧିକାରୀଙ୍କ ଭୂମିକାରେ ଋଷି କପୁରଙ୍କୁ ଏଥିରେ ଦେଖିବାକୁ ପାଇବେ ଦର୍ଶକ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*