ଆୟୁଷ୍ମାନ୍‌ ଭାରତ ବିଶ୍ୱର ସବୁଠୁ ବଡ଼ ମାଗଣା ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆଡକୁ ଅଗ୍ରସର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଭାରତ) ମାତ୍ର ୫ମାସ ମଧ୍ୟରେ ବିଶ୍ୱର ସବୁଠୁ ବଡ଼ ମାଗଣା ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆଡକୁ ଅଗ୍ରସର ହେଉଛି । ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।
ଟୁଇଟରରେ ଏକ ପ୍ରଶ୍ନର ଉତ୍ତରରେ ଜେଟଲୀ କହିଛନ୍ତି ଯେ, ଆରମ୍ଭ ହେବାର ମାତ୍ର ୫ମାସରୁ କିଛି ଅଧିକ ସମୟ ମଧ୍ୟରେ ଏହା ଦ୍ରୁତ ବେଗରେ ଆଗକୁ ବଢୁଛି ଏବଂ ବିଶ୍ୱର ବଡ଼ ମାଗଣା ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆଡକୁ ଅଗ୍ରସର ହେଉଛି । ବର୍ତ୍ତମାନ ସୁଦ୍ଧା ୨.୨କୋଟି ଲୋକଙ୍କ ଇ-କାର୍ଡ ଜାରି କରାଯାଇଛି । ୧୪ଲକ୍ଷରୁ ଅଧିକ ଲୋକଙ୍କୁ ମାଗଣା ଚିକିତ୍ସା କରାଯାଇଛି । ଏହି ଯୋଜନାରେ ୬୦ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ଏବଂ ବାକି ଅର୍ଥ ସମ୍ବନ୍ଧିତ ରାଜ୍ୟ ବହନ କରୁଛି । ସେହିପରି ଅନ୍ୟ ଏକ ଟୁଇଟ୍‌ର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ୯.୨୩କୋଟି ଶୌଚାଳୟ ନିର୍ମାଣ କରାଯାଇଛି । ଏଥିରେ ୯୮ପ୍ରତିଶତ ଲୋକଙ୍କ ପାଇଁ ଶୌଚାଳୟ ସୁବିଧା ଯୋଗାଇ ଦିଆଯାଇଥିବାବେଳେ ୨୦୧୪ରେ ଏହା ୩୯ପ୍ରତିଶତ ଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*